Rana Surya

Romance Tragedy Classics

4  

Rana Surya

Romance Tragedy Classics

ପ୍ରେମର ପରିଣତି

ପ୍ରେମର ପରିଣତି

9 mins
165


ମୋର କଲେଜ ପାଠ ପଢା ସରିଲା ପରେ କ'ଣ କରିବି କ'ଣ ନାଇଁ,ସେଥିପାଇଁ ବହୁତ ଚିନ୍ତା ରେ ଥାଏ । ପାଠ ତ ସରି ନ ଥାଏ, ବାସ ପରିବାରର ଆର୍ଥିକ ସ୍ଥିତିକୁ ଦେଖି ମତେ ଦ୍ୱାଦଶ ଉତ୍ତୀର୍ଣ୍ଣ ପରେ ପାଠରେ ଡୋରି ବାନ୍ଧିବାକୁ ପଡିଲା । ମୋ ଭଳି ସାରା ଓଡ଼ିଶାରେ ,ନା ନା, ଖାଲି ଓଡିଶା କାହିଁକି ସାରା ଭାରତ ବର୍ଷରେ କେତେ ଯେ ଡିଗ୍ରିଧାରୀ ଯୁବକ ଯୁବତୀ ବେକାର ହେଇ ବୁଲୁଛନ୍ତି ତାହାର ହିସାବ ନାହିଁ ।ଆଉ ମୋର ତ ମାତ୍ର ଦ୍ୱାଦଶ, ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରୁ ଦ୍ୱାଦଶରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇ ସାର୍ଟିଫିକେଟ ଧରି ଘୁରିବୁଲୁ ଥାଏ । ସେଥିପାଇଁ govt job ପାଇଁ ମୋର ଆଶା ନ ଥାଏ, କେମିତି କଣ ହେଇ ଗୋଟେ private କମ୍ପାନୀରେ job ମିଳିଯାଉ, ମୁଁ ମୋ ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ପରିବାର ର ଆର୍ଥିକ ଅବସ୍ଥା ସୁଧାରି ବାରେ ସକ୍ଷମ ହୁଏ,ବାସ ଏତିକି ଇଛା ମୋର । ହେଲେ job କୋଉ ପଡିଛିଯେ ସଂଗେ ସଙ୍ଗେ ମିଳିଯିବ । ଯାହା ହେଉ ବହୁ ଧାଁ ଧଉଡ଼ ପରେ ଜଣେ ସମ୍ପର୍କୀୟ ଭାଇଙ୍କ ଜରିଆରେ ଭୁବନେଶ୍ୱରରେ ଚାକିରୀ ଟିଏ ମିଳିଲା । "ସିସୋର କୋରିଅର ଆଣ୍ଡ କାରଗୋ ପ୍ରାଇଭେଟ ଲିମିଟେଡ଼" । ଭୁବନେଶ୍ୱରରେ ଘର ଘର ବୁଲି ଚିଠି ବାଣ୍ଟିବା କାମ । ବୟସ 20 ହେଇଯାଇଥିଲେ ବି ଚେହରା ୧୫ ରୁ ଅଧିକ ଯାଇ ନ ଥିଲା । ଯିଏ ଦେଖୁଥିଲା ପଚାରୁଥିଲା କୋଉ ଶ୍ରେଣୀରେ ପଢ଼ୁଛୁ ବାବା । ସିସୋର ର ମ୍ୟାନେଜର ଭି ପ୍ରଥମେ ଅମଙ୍ଗ ଥିଲେ,ଯାହା ହେଉ ସମ୍ପର୍କୀୟ ଭାଇଙ୍କ ଅନୁରୋଧ ରକ୍ଷାକରି ସେ ମତେ ଚାକିରୀ ରେ ରଖିଲେ । ମତେ ଦୁଇ ଚାରି ଦିନ ତ୍ରିପାଠୀ ଭାଇନା guideକଲେ । ସେ ଜଣେ ପୁରୁଣା କର୍ମୀ, ତାଙ୍କୁ ଭୁବନେଶ୍ୱରର ପ୍ରତି ଗଳି କନ୍ଦି ଜଣା । ଭାଇନା ତ ଭୁବନେଶ୍ୱର ର diagram ଧରି ବୁଲନ୍ତି । ଆଉ ସେ ଏ କଥା ବି କହି ପାରନ୍ତି କୋଉଠି କେତେ ଟା drainage ଲାଇନ ଅଛି । ତେଣୁ ମତେ ସହଜ ହେଲା ଭୁବନେଶ୍ୱରକୁ ଜାଣିବାରେ । ମାତ୍ର ୧୫ ଦିନ ମଧ୍ୟରେ ମୁଁ ହେଲି ଭୁବନେଶ୍ୱର ବ୍ରାଞ୍ଚ ର ବେଷ୍ଟ କୋରିଅର ବୟ ।

ଯୋଉ madam ଦିନେ ମତେ କାମରେ ରଖିବାକୁ ମନା କରୁଥିଲେ, ସେ ହିଁ ସମସ୍ତଙ୍କ ଆଗରେ ମୋର ପ୍ରଶଂସା କରି କହିଲେ, ସମସ୍ତେ ସୂର୍ଯ୍ୟ ଠାରୁ କିଛି ଶିଖ ।ଏତେ କମ ଦିନରେ ସେ ସର୍ବାଧିକ ଚିଠି ବାଣ୍ଟିପାରିଲା । ସେ ଆମ ପୁରା ଟିମ ପାଇଁ ପ୍ରେରଣା । ଆଉ ଶେଷରେ ଗୋଟେ କଭର ରେ ୧୦୦୦ ଟଙ୍କାଦେଇ ମତେ ପୁରସ୍କୃତ କଲେ । ଦିନ ତମାମ ଘୁରି ବୁଲେ ଭୂବନେଶ୍ୱରର ଗଳିକନ୍ଦି । ସନ୍ଧ୍ୟା ରେ ଅଫିସକୁ ଫେରିବା ବାଟରେ ପଡେ, ସାଇନ୍ସ ପାର୍କ, ଏକାମ୍ର ପାର୍କ । ଦେଖେ ସେଠି ଅନେକ ମୋ ବୟସର ଯୁବକ ଯୁବତୀ ମାନଙ୍କୁ । ଗଛ ମୂଳରେ ତ ପୁଣି କିଏ ବେଞ୍ଚର ଆଢୁଆଳରେ ପ୍ରେମ କରୁଥିବାର । ଭାରି ମନେ ପଡେ ମୋ ପ୍ରଥମ ପ୍ରେମ କଥା । ଜାଣିଛି ସେ ଏଇ ଭୁବନେଶ୍ୱରରେ ଅଛି । ହେଲେ ତା ସହ ଅନେକ ଦିନହେଇଯିବ କଥାବାର୍ତା ନ ଥାଏ । ମୁଁ ସେ ସମୟରେ ପଢାକୁ ନେଇ ଅଧିକ ବ୍ୟସ୍ତ ଥିଲି, ଆଉ ସେ ଭାରି ଜଲ୍ଦିରେ ଥିଲେ, ମତେ ଦିନେ ସନ୍ଧ୍ୟାରେ କହିଲେ ମୁଁଦିଦି ପାଖକୁ ପଳାଇବି ଆଉ ଦିଦି ପାଖରେ ରହି ପଢିବି । ମୁଁ ଟିକେ ମନ ଉଣା କଲି,ମୋ ମୁହଁକୁ ହାତରେ ଧରି ନେଇ କହିଲେ, ଶୁଣ...ମନ ଦୁଃଖ କରନି,ମୁଁ ଆସିବି ନା ମଝିରେ ମଝିରେ ଗାଁ କୁ । ଆଉ ମତେ କ'ଣସେଠି ଭଲ ଲାଗିବ ତୁମ ବିନା ବେଶି ଦୂର ବି ତ ନୁହଁ ନା,ମାତ୍ର 100 କିଲୋମିଟରର ରାସ୍ତା, ଦେଖୁନା ଆମ ଗାଁରୁ କେତେ ଲୋକ ବି ଅଛନ୍ତି ଭୁବନେଶ୍ୱରରେ । ତୁମେ ବ୍ୟସ୍ତହେବନି,ମୋ ରାଣ । 

ଏ କଥା ଶୁଣି ମୋର ଆଉ କିଛି କହିବାର ନ ଥିଲା । ସେ ସନ୍ଧ୍ୟା ରେ ବହୁତ ସାରା ପ୍ରେମ କଲେ । ପ୍ରାୟ ରାତି 10 ଟାରେ ସେ ମୋ ଠାରୁ ବିଦାୟ ନେଲେ, ସକାଳ 5 ଟାରେ ବସ ଥିଲା,ତେଣୁ ସକାଳୁ ଆଉ ଦେଖା ହେଇ ପାରିଲା ନାହିଁ । ତା ପରେ କିଛି ଦିନ ଏମିତି କଲ କରି ମୋର ଖବର ନିଅନ୍ତି, ଏଇଟା କରିବନି,ସେଇଟା କରିବନି ଏମିତି କଟକଣା ଲଗାନ୍ତି । ଧୀରେ ଧୀରେ କଲ ଆସିବା କମ ହେଇଗଲା, ଆଉ ମୁଁ କଲ କଲେ ଅଳ୍ପ କଥା ହେଇ କୁହନ୍ତି, ଦିଦି ଆସିଲାଣି ମୁଁ ପରେ ଫ୍ରି ହେଇ କଲ କରୁଛି । 

ଧୀରେ ଧୀରେ କଲ ଆସିବା ସମ୍ପୂର୍ଣ୍ଣ ବନ୍ଦ ହେଇଗଲା । ଆଉ ମୁଁ କଲ କଲେ

କମ୍ପ୍ୟୁଟରର ଶବ୍ଦ ଶୁଣିବାକୁ ମିଳେ "ଆପଣ କଲ କରିଥିବା ନମ୍ବରଟି ଅନ୍ୟ ଏକ କଲରେ ବ୍ୟସ୍ତ ଅଛନ୍ତି,ଦୟାକରି କିଛି ସମୟ ପରେ ପୁଣି ଥରେ ଚେଷ୍ଟା କରନ୍ତୁ " କିଛି ସମୟ ପରେ ମେସେଜ ଆସେ , କୋଚିଂ ସାର କଲ କରିଛନ୍ତି,ତୁମକୁ ମୁଁ ପରେ କଲ କରୁଛି ରୁହ । ଆଉ ତା ପରେ ନା ତାଙ୍କର କଲ ଆସେ ଆଉ ନା ହିଁ ତାଙ୍କର ମେସେଜ । ଦୁଇ ଦିନ ପରେ କଲ କଲି ମୁଁ, ଏଥର ତାଙ୍କ ନମ୍ବର ଆଉ ବ୍ୟସ୍ତ କହିଲାନି । ଆପଣ କଲ କରିଥିବା ନମ୍ବରଟି ଅପହଞ୍ଚ ଦୂରତାରେ ଅଛି । ମତେ ପ୍ରତୀତ ହେଉଥିଲା ଯେମିତି ଖାଲି ନମ୍ବର ହିଁ ଅପହଞ୍ଚ ହେଇ ଯାଇ ନ ଥିଲ ,ସେ ବି ମୋ ଠାରୁ ଧୀରେ ଧୀରେ ଅପହଞ୍ଚ ହେଇ ଯାଇଥିଲେ । ହେଲେ ମୋର ପ୍ରଗାଢ ବିଶ୍ୱାସ ମୋ ପ୍ରେମ ଉପରେ ଥିଲା । ଏ କଥା ମନ ଆଦୌ ମାନିବାକୁ ରାଜି ନ ଥିଲା ଯେ ,ସେ ମୋ ଠାରୁ ଦୂରେଇ ଯାଇଛନ୍ତି । ବାସ ତାଙ୍କ କଲ କୁ ଅପେକ୍ଷା ଛଡା ମୋ ପାଖରେ ଆଉ କିଛି ବାଟ ହିଁ ନ ଥିଲା । 

ଏମିତି ଧୀରେ ଧୀରେ ସମୟ ଗଡି ଚାଲିଲା, ଦିନ ମାସ ଏମିତି ରେ ପାଞ୍ଚ ମାସ ବିତି ଯାଇଥାଏ ତାଙ୍କ କଲ ଅପେକ୍ଷାରେ ।ଏଣେ ଗରିବୀ କୋଉ ଶାନ୍ତିରେ ବଞ୍ଚିବାକୁ ଦଉଥାଏ । ତେଣୁ ବାଧ୍ୟ ହେଲି କିଛି ନା କିଛି କାମ କରିବାକୁ , ଆଉ ଆଜି ମୁଁ ଭୁବନେଶ୍ୱର ର ନୟାପଲ୍ଲୀ ର ଗଳିଗଳି ବୁଲି ଚିଠି ବାଣ୍ଟୁଛି । କେତେ ଥର ପଚାରିଛି ତାଙ୍କ ମାଆଙ୍କୁ ,ହେଲେ ସେ କୁହନ୍ତି ବାବାରେ ମୁଁ କ'ଣ ଜାଣିଛି ଯେ କୋଉଠି ରହୁଛନ୍ତି ସେ ମତେ ତ ଖାଲି କୁହନ୍ତି ବୋଉ ଲୋ ଆମେ ଭୋଂସରରେ ରହୁଛୁ । 

ଏମିତି ଚାରି ମାସ ବିତି ଯାଇଥାଏ, ମୁଁ ଏବେ ଭୁବନେଶ୍ୱରର ପ୍ରତି ଗଳିକନ୍ଦି ସହିତ ପରିଚିତ । ଆଉ କିଛି ବିଶେଷ ଅସୁବିଧା ହୁଏନି, ସକାଳୁ ଚିଠି ଧରି ବାହାରିଯାଏ ଆଉ ଏକାମ୍ର ପାର୍କ ପାଖରେ ଥିବା ମନ୍ଦିର ରେ ଯାଇ ଶୋଇପଡ଼େ, ଆଉ ଖରା ଗଡ଼ିଲେ ବାହାରିଯାଏ ବାଣ୍ଟିବାକୁ ଚିଠି, ସେମିତି ବେଶି ସମୟ ଆଉ ଲାଗେନି, ବାସ ଘଂଟାଏ ରେ ବାଣ୍ଟି ସାରି ପୁଣି ଫେରିଆସେ ଅଫିସ କୁ । 


               ସେଦିନ ଥାଏ ଫେବୃଆରୀ ଆଠ ତାରିଖ, ସମସ୍ତେ ତ ଜାଣନ୍ତି, ଫେବୃଆରୀ ମାସରେ ଏକ ମହା ସପ୍ତାହ ଆସିଥାଏ, ସାତରୁ ଚଉଦ ଯାଏ,ଯାହା ପ୍ରେମର ସପ୍ତାହ ବୋଲି ମାନନ୍ତି । ବର୍ଷ ଯାକର ପ୍ରେମ ଏଇ ଗୋଟିଏ ସପ୍ତାହରେ ବର୍ଷିଯାଏ , କେତେ ମିଥ୍ୟା ପ୍ରତିଶୃତି, କେତେ କେତେ ଯେ ପ୍ରତିଜ୍ଞା ନିଆଯାଏ, ସ୍ୱୟଂ ଭଗବାନ ବି ଦ୍ଵନ୍ଦରେ ପଡି ଯାଆନ୍ତି । 

ଏ କଥା ମୁଁ କହୁନି,ସାରା ଦୁନିଆ କୁହେ, ହା ହା ହା..ଛାଡ଼ ସେ କଥା ,ଆମକୁ କଣ ମିଳିବ ଯେ । ସନ୍ଧ୍ୟା ପ୍ରାୟ 6 ଟାହେଇ ସାରିଥାଏ, ଷ୍ଟ୍ରୀଟ ଲାଇଟ ସବୁ ଜଳି ଉଠିଲାଣି, ମୁଁ ଫେରୁଥାଏ ଆଇଆରସି ଭିଲେଜ ରୁ । ସବୁଦିନ ଠାରୁ ସେଦିନ ଅଧିକ ଭିଡ଼ ଥାଏ ପାର୍କମାନଙ୍କରେ । ପାର୍କ ବି ସଜେଇ ହେଇଥାଏ ନୂଆ ବୋହୂ ଟିଏ ପରି, କେତେ ଥର ଭାବିଛି ଭିତରକୁ ଯାଇ ଟିକେ ବୁଲି ଆସିବାକୁ, ହେଲେ ସମୟ ଅଭାବରୁ ଯାଇପାରିନି । ହେଲେ ଆଜି ଟିକେ ବୁଲି ଯିବାକୁ ଇଚ୍ଛା ହେଲା । ପାର୍କରେ ସୁନ୍ଦର ସୁନ୍ଦର ଲିଚୁ ଖଞ୍ଜିଦିଆ ଯାଇଛି, ପାର୍କ ଟି ସମ୍ପୂର୍ଣ୍ଣ ରଙ୍ଗୀନ । ଚାରିଆଡେ ଧୋବ ଫର ଫର ଆଲୁଅ ।

ଚାରିଆଡେ ବସିଥାନ୍ତି ମୋ ବୟସର ଯୁବକ ଯୁବତୀ ମାନେଯୋଡି ଯୋଡି ହେଇ । ମୋ ପ୍ରେମ ପିପାସୁ ଆଖି ଖୋଜି ବୁଜିଲା , ଏଠି ସେଠି । ନଜର ଘୁରାଉଥାଏ , ନଜର ଯାଇ ଅଟକିଗଲା ଯୋଡିଏଁ ଙ୍କ ପାଖରେ । ଆରେଇଏ ତ ମୋ ରଶ୍ମି(କାଞ୍ଚନ) । ଏଥର ଆଖି ସ୍ଥିର ରହିଗଲା ସେଇ ଦୁହିଁଙ୍କ ପାଖରେ । ହଁ..ବୋଧେ ନୁହଁ ,ସେ ହିଁ ମୋ ରଶ୍ମି, ଆଉ ଇଏ ଏଠି କଣ କରୁଛି, ଆଉ ଇଏ ଏଠି କଣ କରୁଛି, ଏମିତି ହଜାର ପ୍ରଶ୍ନ ମନରେ ପ୍ରଶ୍ନବାଚୀ ସୃଷ୍ଟି କଲା । ଟିକେ ପାଖକୁ ଯାଇ ଦୁଇ ଜଣଙ୍କ କଥା ଶୁଣିବାକୁ ଚେଷ୍ଟା କଲି ।

ରଶ୍ମି - ଶୁଣ ରାକେଶ ..ତୁମେ ନା ଭାରି ଜିଦି ହେଇ ଗଲଣି

ରାକେଶ - ଆଛା..କେମିତି ,କାଇଁ ମୁଁ କ'ଣ କଲିକି

ଏଥର ରଶ୍ମି ପୁଅଟିର(ରାକେଶ) କୋଳରେ ମଥା ରଖି ସୋଇ ପଡିଲା

ରଶ୍ମି- କିଛି କରିନ..କିଛି କରିନ,କାଲି ତୁମେ ଯୋଉ ଜିଦି କରି ମତେ ଲିଫ୍ଟ ପାଖରେ kiss କରୁଥିଲ,ଦିଦି ଆସିଗଲା ସେଇ ସମୟରେ,ବାସ ଟିକେ ଟିକେରେ ବଞ୍ଚିଗଲି । ଯଦିଦିଦିଦେଖି ଦେଇଦେଇଥାନ୍ତା ,ତାହେଲେ କଣ ହେଇଥାନ୍ତା କହିଲ ? 

ରାକେଶ - କଣ ହେଇଥାନ୍ତା ? ଦିଦି ଜାଣି ଯାଇଥାନ୍ତେ, ଆଉ ମତେ ବେସି କିଛି ଅସୁବିଧା ହେଇ ନ ଥାନ୍ତା । ମୋ ବାବା ଜଣେ property ଡିଲର , ନୟାପଲ୍ଲୀ N2 ରେ ଆମର ନିଜସ୍ୱ ଘର, ଗାଡି ଅଛି bank ବାଲାନ୍ସ ଭି ଅଛି । ଆଉ ମୁଁ ହେଲି ତାଙ୍କର ସୁଯୋଗ୍ୟ ଆଉ ଏକମାତ୍ର ପୁତ୍ର ରାକେଶ ମିଶ୍ର । ଆଉ Bjb କଲେଜ ର ଯୁକ୍ତ ଦୁଇ ବିଜ୍ଞାନର ସୁଯୋଗ୍ୟ ଛାତ୍ର । ଆଉ ଜଣେ ସୁନ୍ଦରୀଙ୍କୁ ପ୍ରେମ କରୁଛି। ବୁଝିଲେ ମ୍ୟାଡାମ ,ବାସ ଏମିତି ବୁଝେଇ ଦେଇ ଥାନ୍ତି ତୁମ ଦିଦି କୁ । 

ରଶ୍ମି - ଥାଉ ଥାଉ, ସେତିକି ଥାଉ, ନିଜ ପ୍ରଶଂସା ନିଜେ କରି ବସିଲେ । 

ରାକେଶ - (ହା ହା ହା ) ହୋଉ ହେଲା ବାବା ,sorry..ଆଗକୁ ଟିକେ ସତର୍କ ରହିବି, ବାସ ଗୋଟେ ସର୍ତ୍ତରେ । ମୁଁ ଜିଦି କରିବା ଆଗରୁ ଯେମିତି ତୁମେ ମତେ ଦେଇଦେବ । ନ ହେଲେ ମୁଁ କିଛି ମାନିବିନି ।

ରଶ୍ମି - ହୋଉ ଠିକ ଅଛି, ଯାହା ସବୁ ମୋର ସବୁ ତ ତୁମର ନା, ତୁମେ ଯାହା ଚାହିଁବ ,ସେଇଆ ହିଁ ହେବ । 

ରାକେଶ -(ଏଥର ଟିକେ ରୋମାଣ୍ଟିକ ହେଇ ତାଙ୍କୁ ବାହୁବନ୍ଧନକୁଭିଡି ଆଣିଲେ) ତାହେଲେ ମୁଁ ଯାହା ଚାହିଁବି କରି ପାରିବି ତ ? 

ରଶ୍ମି - ହଁ ବାବା, ଏ ସବୁ ତ ତୁମର, Because I love you jaan

ରାକେଶ - (ଟିକେ ମନ୍ଦ ହସ ହସି) ପକ୍କା ତ, ମୁଁ କିଛି କରିବାକୁ ଯାଉଛି,ମତେ ଅଟକାଇବନି ତ ।

ରଶ୍ମି ଏଥର ନୀରବରେ ନିଜର ସମ୍ମତି ଜଣାଇଲା,ଆଉ ଦୁହେଁ ମଜ୍ଜିଗଲେ ପ୍ରେମରେ ,ଦୁହେଁ ଦୁହିଁଙ୍କ ବାହୁ ବନ୍ଧନରେ ।ମୋର ଏପଟେ ସବୁ ଧୈର୍ଯ୍ୟର ବନ୍ଧ ଭାଙ୍ଗି ସାରିଥାଏ । ଷଡ଼ରିପୁ ମୋର କହୁଥାଏ ଦୁଇ ଜଣଙ୍କୁ ଯାଇ ମାରିଦେବାକୁ । ହେଲେ ବିବେକ କହୁଥାଏ ,ନାଇଁ ଧୈର୍ଯ୍ୟ ହିଁ ମଣିଷକୁ ମହାନ କରିଥାଏ । ଏ ସବୁ ଦେଖିଲା ପରେ ମୁଁଆଉ ନିଜକୁ ନିୟନ୍ତ୍ରଣ କରି ପାରିଲିନି । ଦୁଇ ଜଣଙ୍କ ପାଖକୁ ଯାଇ ଚିତ୍କାର କରି ଡାକ ଦେଲି..

ରଶ୍ମି ...ରଶ୍ମି...ଏ ସବୁ କ'ଣ ହଉଛି ...ଆଉ ଶେଷରେ ତୁମେ ....!

ମୋ ଚିତ୍କାର ରେ ଦୁହେଁ ସଜାଡି ନେଲେ ନିଜକୁ ଆଉ ଉଠି ଛିଡା ହେଲେ । 

ରାକେଶ ପଚାରିଲା ରଶ୍ମିଙ୍କୁ , ଇଏ କିଏ ? ଇଏ ତୁମକୁ କେମିତି ଜାଣିଲା । 

ରଶ୍ମି - କିଏ ଇଏ, ମୁଁ ତ ୟାଙ୍କୁ ପ୍ରଥମ ଥର ଦେଖୁଛି ।

ମୁଁ- ଆଛା, ମତେ ଚିନ୍ହି ବି ପାରୁନ, ଯାହା କାନ୍ଧରେ ମଥାରଖି ଦିନେ ସ୍ୱପ୍ନ ଦେଖୁଥିଲ । ଯାହା ବାହୁ ବନ୍ଧନରେ କେତେ ଯେ ରାତି କାଟୁ ଥିଲ । ସାଇକେଲ ଆଗରେ ବସି ଗାଁ ର ଏ ଗଳିରୁ ସେ ଗଳି ବୁଲୁଥିଲ । ଅଶୋକାଷ୍ଟମୀ ମେଳା ବୁଲିଯିବା ପାଇଁ ଜିଦି ଧରୁଥିଲ । କେବଳ ମୋ ସହ ଯିବା ପାଇଁ । ଆଉ ଏବେ ମତେ ଚିନ୍ହି ବି ପାରୁନା ।

ରାକେଶ - ରଶ୍ମି...କିଏ ସେ ଇଏ,ଏମିତି କଣ କହି ଯାଉଛି, ସତରେ କଣ ତୁମେ ୟାକୁ ଜାଣିଛ ନା ନାହିଁ ?

ରଶ୍ମି - ନାହିଁ ରାକେଶ,ମୁଁ ସତ କହୁଛି,ୟାକୁ ମୁଁ ପ୍ରଥମ ଥର ଦେଖୁଛି,ଆଉ ଏଇଟା ଗୋଟାଏ ନିହାତି ପାଗଳ ନିଶ୍ଚୟ, ଆଉ ସୁନ୍ଦରୀ ଝିଅ ଦେଖିଲେ ଏମାନଙ୍କ ର ପାଗଳାମି ବାହାରେ । ତୁମେ ଏତେ କଥା ଶୁଣି ସେମିତି ଛିଡା କେମିତି ହେଇଛ , ତାକୁ ତୁମେ ମାରି ପାରୁନା ।

ସେତେବେଳକୁ ସେଠି ଅନେକ ଯୁବକ ଯୁବତୀ ରୁଣ୍ଡ ହେଇ ସାରି ଥାନ୍ତି ।

କିଛି ଯୁବକ ମୋ ପାଖକୁ ମାଡି ଆସିଲେ, ସମସ୍ତ ବିବରଣୀ ମୋ ଠାରୁ ଶୁଣିଲେ, ହେଲେ ଆମର ଏ ମହାନ ଭାରତ । ନାରୀ ସମ୍ମାନ କୁ ପ୍ରାଧାନ୍ୟ ଦିଆଯାଏ । ମୁଁ ବି ନାରୀ କୁ ସମ୍ମାନ କରେ । ନାରୀ ସର୍ବଦା ପୂଜନୀୟ । 

କୁହନ୍ତି ନାରୀ ଅବଳା,ଦୁର୍ବଳା ।ସେଥିପାଇଁ ନାରୀ କଥାକୁ ସର୍ବାଗ୍ରେ ରଖାଯାଏ । ସେ ପରା ନାରୀ,ସେ କିଛି ବି କରିପାରିବେ । ସେ ତୁମ ହୃଦୟ ସହ ଖେଳି ପାରିବେ,ତାକୁ ଭାଙ୍ଗି ପାରିବେ । ସେମାନଙ୍କର ଏ ଅଧିକାର ଅଛି । ନାରୀ କେବେ ଜନନୀ ତ ପୁଣି କେବେ ଭଗିନୀ, ଜାୟା । ନାରୀର କେତେ ଯେ ରୂପ, ହେଲେ ସବୁଠି ସେ ପୂଜନୀୟ । 

      

                ହେଲେ ରଶ୍ମି କ୍ଷେତ୍ରରେ ଥିଲା ସମ୍ପୂର୍ଣ୍ଣ ବ୍ୟତିକ୍ରମ, ସେ ଥିଲା ମାୟାବିନୀ,ପ୍ରତାରିଣୀ, ବିଶ୍ୱାସଘାତିନି । ମୋ କଥା ଶୁଣି ସେଠାରେ ଉପସ୍ଥିତ ଥିବା ଯୁବକ ଯୁବତୀ ମାନେ କିଛି କ୍ଷଣ ନିରବ ରହିଲେ । ହେଲେ ନାରୀ କୁ ଆମ ସମାଜ ସର୍ବାଗ୍ରେ ରଖେ । ରଶ୍ମି ଦ୍ୱାରା ରଚିତ ମିଛ କାହାଣୀ ର ସାଜିଲି ମୁ ଖଳନାୟକ । ତାପରେ ଶିକ୍ଷିତ ମୂର୍ଖ ଯୁବକ ଯୁବତୀମାନଙ୍କର ଶିକାର ହେଲି ମୁଁ । ଚେତା ହରାଇ ପଡି ରହିଲି କେତେ ଯେ ସମୟ ପାର୍କ ର ଏକ ଗଛ ମୂଳରେ । ଚେତା ଫେରି ପାଇ ଦେଖେ ତ ମୁଁ ଥାଏ ଏକ ଘରୋଇ ହସ୍ପିଟାଲର ବିଛଣାରେ । ଉଠି ଦେଖେ ତ ପାଖରେ ବସିଥାନ୍ତି ପ୍ରବାଳ ଭାଇନା । ସେ ସେଇ ସିସୋର ଅଫିସରେ କାମ କରନ୍ତି । ମତେ ଛୋଟ ଭାଇ ପରି ସ୍ନେହ କରନ୍ତି । ମତେ ସବୁ କଥାରେ ସାହାଯ୍ୟ କରନ୍ତି । ମୋର ସେଦିନ ବିଳମ୍ବ ହେବାରୁ ସେ ଖୋଜି ବାହାରି ଯାଇଥିଲେ । ଆଉ ମତେ ପାଇଥିଲେ ଏମିତି ଅଚେତ ଅବସ୍ଥାରେ । ତାଙ୍କୁ ଭଲ ଭାବରେ ଜଣାଥିଲା ,କାହିଁକି ନା ମୁଁ ପ୍ରତିଦିନ ର ଘଟଣାବଳୀ ଆସି ତାଙ୍କୁ କହିଥାଏ । ପ୍ରବାଳ ଭାଇନା ଙ୍କ ଯୋଗୁ ମୁଁ ପୁନର୍ଜନ୍ମ ପାଇଲି । ଦୁଇଦିନ ରେ ହସ୍ପିଟାଲରୁ ଠିକ ହେଇ ଫେରିଲି । ଆଉ ଭୁବନେଶ୍ୱରରେ ଆଦୌ ଭଲ ଲାଗିଲା ନାହିଁ । 

ଭାଇନା କହିଲେ ତୁ କିଛି ଦିନ ଗାଁ କୁ ପଳା । ଆଉ ଦେଖେ ସେ ଝିଅ କୁ ତୁ ଭୁଲି ଯା । ଏଠି ରହିବା ତୋ ପାଇଁ ବିପଦ ହେଇପାରେ । 

ଶେଷରେ ଗାଁ କୁ ଫେରିଲି । ଘରେ କାହାକୁ କିଛି କହି ବି ପାରିଲିନି । କିଛି ଦିନ ପରେ ସେ ଗାଁ କୁ ଆସିଥିଲା । ଚେହେରା ମଉଳି ଯାଇଥାଏ , ଭାରି ଦୁର୍ବଳ ବି ଜଣା ପଡୁଥାଏ । 


                 ସେ ମୋ ସହ କଥା ହେବା ପାଇଁ ବାର ବାର ଆମ ଘରକୁ ଆସୁଥାଏ ,କିଛି କହିବା ପାଇଁ ଚାହୁଁଥାଏ ବୋଧେ । ମୋର କିନ୍ତୁ ମନ ନ ଥାଏ ତାକୁ ଟିକେ ଦେଖିବା ପାଇଁ ବି । ଆଉ ତା ର ଏପରି ଅବସ୍ଥା ବି ମୋ ଦ୍ୱାରା ଦେଖା ଯାଉ ନ ଥାଏ ।

ଏମିତି ରେ ସାଙ୍ଗଟିଏ ବାହାରିଲା ହାଇଦ୍ରାବାଦ, ମୁଁ ଏକ ପ୍ରକାର ଅଣନିଶ୍ୱାସୀ ହେଇ ଯାଉଥିଲି ତାକୁ ଦେଖି । ଦୁଃଖକୁ ଛାତିରେ ଚାପି ରଖି, ଗରିବୀ କୁ ସାଙ୍ଗରେ ନେଇ , ନିଜକୁ କିଛି ଗଢି ତୋଳିବାର ସଂକଳ୍ପ ନେଇ ବାହାରିଲି ସୁଦୂର ହାଇଦ୍ରାବାଦ । 

ଗାଁ ର ମୋହ ଧୀରେ ଧୀରେ ଛୁଟି ଛୁଟି ଯାଉଥିଲା , ଆଉ ରଶ୍ମି ର ଚେହରା ଧୁଆଁଧୁଆଁ ମନେ ହେଉଥିଲା, ଟ୍ରେନ ରେ ବସିଥାଏ , ଆଉ ଭୁଲିବାକୁ ଚାହୁଁଥାଏ ସେ ପଛ ଦିନକୁ । ଅଲଗା କରିବାକୁ ଚାହୁଁଥାଏ ରଶ୍ମିର ଭାବନାକୁ ମନରୁ । ହେଲେ କେହି କଣ କେବେ ଭୁଲ ପାରିଛି ତାର ପ୍ରଥମ ପ୍ରେମକୁ ।

ଶରୀର ସିନା ହାଇଦ୍ରାବାଦରେ ପହଂଚିଗଲା..ହେଲେ ହୃଦୟ ଗାଁ ରେ ରହିଗଲା.......।

   

             



Rate this content
Log in

Similar oriya story from Romance