STORYMIRROR

Santosh Kumar Nayak

Romance

3  

Santosh Kumar Nayak

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
93


ସେଦିନ ନୂଆକରି ଝିଅଟିଏ ସ୍କୁଲକୁ ଆସିଥିଲା। ସ୍କୁଲ ସାରା ତାର ହିଁ ଚର୍ଚ୍ଚା ଚାଲିଥିଲା। ଚଗଲା ପିଲାମାନେ ତାକୁ ଚିଡ଼େଇବା ପାଇଁ କେତେ କଣ କହୁଥିଲେ। ତାକୁ ଏମାନଙ୍କ ବ୍ୟବହାର ଆଦୌ ଭଲ ଲାଗୁ ନଥିଲା। ଯଦିଓ ମୋ ମନ ଚଗଲାମୀ କରିବାକୁ ଚାହୁଁ ଥିଲା, ଝିଅଟିର ନିରୀହ ଚେହେରା ମୋତେ ଚଗଲାମୀ କରିବାକୁ ଦେଲାନି। ମୋ ମାର୍ଜିତ ବ୍ୟବହାରରେ ସେ ବିମୋହିତା ହେଇଯାଇଥିଲା। ଆମେ ଦୁହେଁ ବନ୍ଧୁତା ଡୋରୀରେ ବାନ୍ଧି ହେଇ ଯାଇଥିଲୁ। ଵର୍ଷେ ପରେ ତା ବାପାଙ୍କ ଟ୍ରାନ୍ସଫର୍ ହେଇଯିବାରୁ ସେମାନେ ଚାଲିଗଲେ। ତାପରେ ତାକୁ ବହୁତ୍ ଖୋଜିଲି କିନ୍ତୁ ପାଇଲିନି। ସେଇ ବୋଧେ ଥିଲା ମୋର ପ୍ରଥମ ପ୍ରେମ। ଏଇ କେତେଦିନ ହେଲା ସମାନ ନାଆଁ ଥିବା ଜଣେ ଝିଅ ସହ ଫେସବୁକ୍ ରେ ବନ୍ଧୁତା କରିଛି। ଆଶା ଏଇ ଝିଅ ସେଇ ଝିଅ ହିଁ ହେଇଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance