Santosh Kumar Nayak

Abstract Inspirational Others

3  

Santosh Kumar Nayak

Abstract Inspirational Others

ଜୋମାଟୋ ବୋୟରୁ 'ଜୋବୋ'

ଜୋମାଟୋ ବୋୟରୁ 'ଜୋବୋ'

3 mins
228



ବାପା ଚାହୁଁଥିଲେ ପୁଅ ପାଠ ପଢ଼ି ସରକାରୀ ଚାକିରି କରିବ । ହେଲେ ଭାଗ୍ୟର ବିଡମ୍ବନା ! ପୁଅ ଆଜି ଜୋମାଟୋ ବୟ ଆଉ ବାପା ଆର ପାରିରେ ।

ସକାଳ ଦଶଟା ବାଜିଲେ ନିଜ ବାଇକ୍ ନେଇ ରେଷ୍ଟୁରାଣ୍ଟରୁ ଖାଦ୍ୟ ପେକ୍ କରି ଅର୍ଡର୍ ପାଇଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଡେଲିଭରୀ ପାଇଁ ବାହାରି ପଡେ ଜୋବୋ । ଅତି ଶାନ୍ତ ସ୍ୱଭାବର ପିଲାଟିଏ । ଯଦି ଖାଦ୍ୟ ପହଞ୍ଚାଇବାରେ ସାମାନ୍ୟତମ ବିଳମ୍ବ ହୁଏ , ବେଳେ ବେଳେ ତାକୁ ଗ୍ରାହକଙ୍କ ରୋଷର ଶିକାର ହେବାକୁ ପଡ଼େ । ହେଲେ ସେ ଖୁବ୍ ମିଷ୍ଟଭାଷୀ ହେଇଥିବାରୁ କଥାଟା ବିଶେଷ ଆଗକୁ ବଢ଼େନା।

ଦିନକର କଥା । ଟ୍ରାଫିକ ସମସ୍ୟା ଯୋଗୁଁ ଖାଦ୍ୟ ପହଞ୍ଚାଇବାରେ ଅଧ ଘଣ୍ଟା ବିଳମ୍ବ ହେଇଯାଇଥିଲା । ଗ୍ରାହକ ଭଦ୍ର ମହିଳା ଜଣକ ଭୟଙ୍କର ଭାବେ ରାଗି ଯାଇଥାଆନ୍ତି । ଯେତେବେଳେ ଜୋବୋ କଲିଂ ବେଲ୍ ବଜେଇଲା, ଭଦ୍ର ମହିଳା ଜଣକ କବାଟ ତ ଖୋଲିଲେ କିନ୍ତୁ ମୁଖରୁ ତାଙ୍କର ନିଆଁର ବର୍ଷା ହେବାକୁ ଲାଗିଲା । 


ରାଗ ତମତମ ହେଇ ସେ କହିଲେ -

" ତମକୁ ସମୟ ଜ୍ଞାନ ବୋଲି କିଛି ଅଛି କି ନାହିଁ? ପ୍ରାୟ ଅଧ ଘଣ୍ଟା ହେଲା ମୁଁ ଭୋକରେ ଛଟପଟ ହେଉଛି ଆଉ ତମେ ଏବେ ଖାଦ୍ୟ ଆଣିଛ । ଦରକାର ନାହିଁ ମୋର ସେ ଖାଦ୍ୟ । ଖାଦ୍ୟ ନେଇଯାଅ ଆଉ ମୋତେ ମୋ ଟଙ୍କା ଫେରାଅ ।"


ଜୋବୋ ଦେଖିଲା ଖାଦ୍ୟ ଯଦି ଫେରସ୍ତ ନିଏ ତେବେ ମାଲିକଠୁ ବେଶ୍ କିଛି ଶୁଣିବାକୁ ମିଳିବ ପୁଣି ଏପଟେ ଭଦ୍ର ମହିଳା ଜଣଙ୍କୁ ଭୋକରେ ରହିବାକୁ ହେବ ।


ଜୋବୋ କହିଲା - " ଦେଖନ୍ତୁ ମେଡମ୍ । ଟ୍ରାଫିକ ସମସ୍ୟା ପାଇଁ ମୋର ଟିକେ ବିଳମ୍ବ ହେଇଗଲା ।"


ଭଦ୍ର ମହିଳା - " ମୋତେ ଆଉ ମିଛ କହିବାକୁ ଚେଷ୍ଟା କର ନା । ମୁଁ ତୁମ ପରି ଅନେକ ମିଛୁଆଙ୍କୁ ଲାଇନ୍ କୁ ଆଣିଛି ।"


ଜୋବୋ କହିଲା - "ଠିକ୍ ଅଛି ମେଡମ୍ , ଏ ମିଛୁଆ କୁ କ୍ଷମା କରିଦିଅନ୍ତୁ ଆଉ ଆପଣ ପ୍ରଥମେ ଖାଇ ଦିଅନ୍ତୁ । ମୁଁ ବାହାରେ ଅପେକ୍ଷା କରିଛି । ଆପଣ ଖାଇ ସାରିବା ପରେ ଆପଣଙ୍କ ବଳକା ଗାଳି ଶୁଣି ଚାଲିଯିବି ।"


ମେଡମ୍ କହିଲେ " ଆରେ ନାହିଁ । ବାହାରେ କାହିଁକି ବସିବ, ଏଇଠି ସୋଫାରେ ବସ । ମୁଁ ଖାଇ ଦେଇ ଆସେ , ତାପରେ ତମ କଥା ବୁଝୁଛି ।"


ତାପରେ ମେଡମ୍ ଡାଇନିଂ ଟେବୁଲ୍ ଉପରେ ବସି ଅର୍ଡର୍ କରିଥିବା ଖାନା ସବୁ ଖାଇଲେ । ଖାଇ ସାରିବା ପରେ ଖାଲି ପେଟ ନୁହଁ ମୁଣ୍ଡ ବି ବେଶ୍ ଥଣ୍ଡା ହେଇ ଯାଇଥିଲା ।


ସେ ଜୋବୋ ପାଖକୁ ଆସି କହିଲେ - " ସୋରି । ତୁମକୁ ଅଯଥାରେ ଗାଳି ଦେଇଥିବାରୁ ମୁଁ ଲଜ୍ଜିତ । ଭୋକରେ ମୋ କୋରଡି ଜଳୁଥିଲା । କଣ ସବୁ ବକିଦେଲି , ମୁଁ ନିଜେ ବି ଜାଣେନି । "


ଜୋବୋ - " ଛାଡ଼ନ୍ତୁ ମେଡାମ୍, ଗାଳି ମୋର ଦେହସୁହା ହେଇଗଲାଣି । ତାପରେ ଭଦ୍ର ଗାଳି ସବୁ ମୋର ଭାରି ପସନ୍ଦ !"


ମେଡମ୍ - " ଆରେ ବାଃ । ତମେ ତ ଭାରି ମଜାଳିଆ ଲୋକ । ଆଛା, ତମ ନାଆଁ କଣ? "


ଜୋବୋ - " ନାଆଁ ରୁ କଣ ମିଳିବ ମେଡମ୍। ସମସ୍ତେ ମୋତେ ଜୋମାଟୋ ବୟ ବୋଲି ଡାକନ୍ତି ।"


ମେଡମ୍ - "ଦେଖ , ସମସ୍ତଙ୍କ ପ୍ରଫେସନ ଭିନ୍ନ ଭିନ୍ନ । ଆମେ ଏମିତି କାହାକୁ ପେପରବାଲା, କାହାକୁ ଚାହାବାଲା ତ କାହାକୁ କ୍ଷୀର ବାଲା ବୋଲି ଡାକୁ । ହେଲେ ସେମିତି ଡାକିଲେ ଯେ କାହାକୁ ଖରାପ ଲାଗୁଥିବ ଏ କଥା ଆମେ ଭାବୁନା । ମୁଁ ତମକୁ ସେମିତି ଆଦୌ ଡାକିବିନି ।ତୁମ ନାଆଁ ଯାହା ହେଇ ଥାଉନା କାହିଁକି ମୁଁ ତୁମକୁ ଡାକିବି ...... ??? 

କଣ ଡାକିବି, କଣ ଡାକିବି....ହୁଁ...

ଆଛା ମୁଁ ତୁମକୁ ଡାକିବି ଜୋବୋ ।

ଜୋମାଟୋ.... ରୁ 'ଜୋ'

ବୋୟ ... ରୁ 'ବୋ' 

ଜୋବୋ ।"


ନୂଆଁ ଏକ ନାଆଁ ନେଇ ସେଦିନ ଜୋମାଟୋ ବୋୟ ଫେରି ଆସିଲା ରୋଜି ମେଡମ୍ ଙ୍କ ଠାରୁ ବିଦାୟ ନେଇ । ହେଲେ ତାଙ୍କ ସହ ଯୋଡ଼ି ହେଇ ଯାଇଥିଲା ଏକ ଭାବଗତ ସମ୍ପର୍କ;

ଆଉ ବୁଝି ଯାଇଥିଲା କାହାକୁ ବି ପ୍ରଫେସନାଲ ନାଆଁ ରେ ନ ଡାକି ତାକୁ ଭଲ ଲାଗୁଥିବା ଏକ ନାଆଁ ରେ ଡାକିବା ଉଚିତ ।



Rate this content
Log in

Similar oriya story from Abstract