STORYMIRROR

Sameer Kanhar

Abstract Children Stories Children

3  

Sameer Kanhar

Abstract Children Stories Children

ପ୍ରକୃତ ଶିଷ୍ୟ

ପ୍ରକୃତ ଶିଷ୍ୟ

2 mins
358

ପୂର୍ବ କାଳରେ ଛାତ୍ର ମାନେ ଗୁରୁକୁଳ ଆଶ୍ରମ ଅନେକ ଶିଷ୍ୟ ଜୀବନ ଭିତ୍ତିକ ଶିକ୍ଷା ଲାଭ କରୁଥାନ୍ତି । ବହୁ ବି ଲୋକ ସେମାନଙ୍କ ପିଲାମାନଙ୍କୁ ସେହି ଆଶ୍ରମକୁ ଛାଡ଼ୁଥିଲେ । ଶିକ୍ଷାଦାନ କରୁଥିବା ମହାଜ୍ଞାନୀ ଋଷିଥିଲେ , ପରମ ତ୍ୟାଗୀ ଓ ଅତ୍ୟନ୍ତ ଛାତ୍ର ବତ୍ସଳ । ନିଜର ଆଦର୍ଶ ବଳରେ ସେ ଛାତ୍ର ମାନଙ୍କୁ ବହୁ ନୂଆ ନୂଆ କଥା କାହାଣୀ ପ୍ରଧାନ କରୁଥିଲେ । ସେଠାକାର ଦିନଚର୍ଯ୍ୟା ଥିଲା ମାର୍ଜିତ ତଥା ସମୟପଯୋଗି ।                                   ଦିନେ ଗୁରୁଜୀ ଘୋଷଣା କଲେ ବତ୍ସ ! ତୁମମାନଙ୍କର ଏହି ଆଶ୍ରମ ଶିକ୍ଷା ସମାପ୍ତ ହୋଇଛି । ଏବେ ତୁମେ ନିଜ ନିଜ ଗୃହକୁ ଫେରିଯାଇ ପାର । ମାତ୍ର ତା' ପୂର୍ବରୁ ତୁମାମାନଙ୍କର ପରୀକ୍ଷା ନେବାକୁ ଚାହେଁ । ଏହି ଗୁରୁକୁଳରେ କେଉଁମାନେ ପ୍ରକୃତ ଶିକ୍ଷା ଗ୍ରହଣ କଲ ତାହା ଜଣାପଡ଼ିବ । ଏହା କହି ଗୁରୁଜୀ ସମସ୍ତଙ୍କୁ ଟେଲାଏ ଲେଖା କଞ୍ଚା ମାଟିର ଗୁଳା ଧରାଇ ଦେଲେ ନିଜ ନିଜ ଇଚ୍ଛା ଅନୁସାରେ ମୂର୍ତ୍ତି ଗଡ଼ିବାକୁ କହିଲେ, ମାତ୍ର କେହି କାହା ଠାରୁ ଦେଖିବ ନାହିଁ କି ଅନୁକରଣ କରିବ ନାହିଁ ।   

                  କିଛି ସମୟ ପରେ ଜଣ ଜଣ କରି ନାନା ଧରଣର ମୂର୍ତ୍ତି ଗଢ଼ି ଛାତ୍ରମାନେ ନେଇଆସିଲେ । କିଏ ଫୁଲ କିଏ ଫଳ କରିଛି କିଏ ବସ୍ତୁ ଆଦି ଗଡ଼ିଛନ୍ତି । କିଏ କେଉଁ ଆଦର୍ଶ ଗୁରୁର ମୂର୍ତ୍ତି ଗଡ଼ିଛି । ଏମାନଙ୍କ ମଧ୍ୟରୁ ତିନି ଜଣ ପିଲା ଗୁରୁଜୀଙ୍କ ଦୃଷ୍ଟି ଆକର୍ଷଣ କଲା ଭଳି ମୂର୍ତ୍ତି ଗଡିଛନ୍ତି । ଗୁରୁ ହସି ହସି କହିଲେ ତୁମେ କଣ ଗଢ଼ିଛ ଦେଖାଅ । ପିଲାଟି ମୂର୍ତ୍ତି ଦେଖାଇ କହିଲା,ମୁଁ ଆପଣଙ୍କ ମୂର୍ତ୍ତି ଗଡିଛି ।" ଗୁରୁ ପଚାରିଲେ କାହିଁକି ? ପିଲାଟି କହିଲା ଗୁରୁଦେବ ! ଆପଣ କହିଥିଲେ ନା 'ଗୁରୁବ୍ରହ୍ମ ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର । ଗୁରୁ ସାକ୍ଷାତ ପରଂବ୍ରହ୍ମ ତୈଶ୍ମେଶ୍ରୀ ଗୁରୁବେ ନମଃ ।" ଗୁରୁଜୀ ତଥାସ୍ତୁ କହି ପରବର୍ତ୍ତୀ ପିଲାକୁ ପଚାରିଲେ ତୁମେ କାହାର ମୂର୍ତ୍ତି ଗଡିଛ । ପିଲା କହିଲା " ମୁଁ ମୋର ବାପାଙ୍କ ମୂର୍ତ୍ତି ଗଡ଼ିଛି । ଗୁରୁ କାହିଁକି ପ୍ରଶ୍ନ କରିବାରୁ ପିଲାଟି କହିଲା ଆପଣା କହିଥିଲେ ନା 'ପିତା ଧର୍ମ ପିତା ସ୍ବର୍ଗ ପିତା ହିଁ ପରମ ତପ, ପିତରି ପ୍ରିତିମାପନ୍ନେ ପ୍ରିୟନ୍ତି ସର୍ବଦେବତା ।" ଗୁରୁ ପିଲାଟିର ମୁଣ୍ଡରେ ହାତ ବୁଲେଇ ଆଣି ତୃତୀୟ ଛାତ୍ରକୁ ପଚାରିଲେ ବତ୍ସ ! ତୁମେ କାହାର ମୂର୍ତ୍ତି ଗଡ଼ିଛ ? ପିଲାଟି କହିଲା,ମୁଁ ଭାରତ ମାତାର ଚିତ୍ର ପ୍ରତିମା କରିଛି ଗୁରୁଜୀ । ଗୁରୁ ପୂର୍ବ ଭଳି କାରଣ ପଚାରିବାକୁ ପିଲାଟି କହିଲା ଆପଣ କହିଥିଲେ ପରା "ମାତୃଭୂମି ମାତୃଭାଷା ଉଭୟେ ଜନନୀ, ସେବା ତାଙ୍କୁ ଭକ୍ତି ଭରେ ଦିବସେ ରଜନୀ ।" ଗୁରୁ ତିନି ଜଣଙ୍କୁ ଶିଷ୍ୟଙ୍କର ମହତ୍ଵବୋଧ ଦେଖି ଖୁସି ହେଲେ ଆଶୀର୍ବାଦ ପ୍ରଦାନ କରି ସମାଜ ପାଇଁ ଭଲ କାମ ପାଇଁ କାମନା କଲେ । ଶେଷରେ କହିଲେ ତୁମେ ତିନି ଜଣ ହେଉଛ ପ୍ରକୃତ ଶିଷ୍ୟ ।

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract