କାଗଜ ଡଙ୍ଗା
କାଗଜ ଡଙ୍ଗା
ଅମିତ୍ ଏଠି କଣ କରୁଛୁ ଚୁପ୍ ଚାପ୍ ଏକା ଏକା ବସିଛୁ । ଚାଲୁନୁ ଫୁଟବଲ ଖେଳିବା । ତମେ ପରମା, ସିଲୁ, ଦିପୁ, କଇଁନ, ଆନ୍ଦ୍ରୀୟ, ଜଗା, ବନବାସୀ, ଅଭିଷେକ , ଅନେକ,ବଳରାମ, ଟୁଲୁ ଗୋଟିଏ ଗ୍ରୁପ୍ ଓ ଆମେ ଶିଶିର, ଅମିତ୍, ରାଜୁ,ଖଗ୍, ପିକୁଲୁ, ତିମ୍ବରା, ଶଙ୍କର , ନାନକ , ଆନସ୍ , ଅବିଲ, ଭୂଗଳ, ରାଜୁ ହୋଇ ଗୋଟିଏ ଗ୍ରୁପ୍ ହୋଇ ଖେଳିବା । ଅମିତ୍ କହିଲା ନାଇରେ ମୋର ଗୋଡ଼ ରେ କଣ୍ଟା ପଶିଯାଇଛି । ମୁଁ ଦୌଡ଼ା ଦୌଡ଼ି ଖେଳି ପାରିବିନି । ଶିଲୁ ଓ ପରମା ହଉ ଠିକ୍ ଅଛି ଏଠି ବସି ଆମେ ଶବ୍ଦ ପ୍ରତିଯୋଗିତା କରିବା । ନାନକ୍ ବହୁତ୍ ମଜା ହେବ ଠିକ୍ ଅଛି ଆରମ୍ଭ କରିବା ଖେଳ ବି ହେବ ଆଉ ନୂଆ ନୂଆ ଶବ୍ଦ ଜାଣିବା । ଅମିତ୍ ଖେଳିବା କଣଯେ କେତେ ଜୋର୍ ରେ ବର୍ଷା ଉଠେଇଲାଣି ଚାଲ୍ ଚାଲ୍ ଘରକୁ ଯିବା ଓଃ ଏବର୍ଷା କାଉଠି ଥିଲା ଯେ ପଳେଇ ଆସିଲା ଠିକ୍ ସମୟରେ। ଖଗ ଆରେ ବର୍ଷା ତ ଆରମ୍ଭ ହେଲାଣି ଚାଲ୍ ଚାଲ୍ ସେ ସୁଣ୍ଟିଆ ଅଜା ପିଣ୍ଡା ରେ ଠିଆ ହେବା ଦୌଡ଼ିବା କୁ ଆରମ୍ଭ କଲେ । ଦିପୁ କହିଲା ଅବିଲ୍ ଦେଖିଲୁ ପାଣି କେମିତି ସୁଆ ହୋଇ ବହୁଛି କେତେ କଣ ସବୁ ଭାସି ଯାଉଛି । ଆନ୍ଦ୍ରିୟ କହିଲା ହିଁ ବହୁ ବଡ଼ିଆ ଚାଲୁନୁ ଆମେ " ଏଠି କାଗଜ ଡଙ୍ଗା ଭସେଇବା " ହିଁ ଅମିତ୍ ଚିନ୍ତା କଲା ଇଛା ହେଉଛି "କାଗଜ ଡଙ୍ଗା " ଭାସନ୍ତେ । ରାଜୁ କହିଲା କଣ କରିବ କେମିତି ଡଙ୍ଗା ତିଆରି କରିବା ଅମିତ୍ କହିଲା ତୁ ଏଠି ବସିଥାଅ ମୁଁ ଘରକୁ ଯାଇ କାଗଜ ନେଇକି ଆସିବି । ବର୍ଷା ରେ ଭିଜି ଭିଜି ଅମିତି ଘରକୁ ଯାଇ କାଗଜ ନେଇ ଆସିଲା ପରମା, ସିଲୁ, କାଗଜ ଚିରିବାରେ ଆରମ୍ଭ କଲେ । ଶିଶିର କହିଲା ଅମିତ୍ ତୁ ବର୍ଷା ରେ ଭିଜିଲୁ ଯୋର୍ ହେଲେ ତୁ ଇଞ୍ଜେସନ ହେବାକୁ ଭୟ ଲାଗୁନି। ଅମିତ୍ କହିଲା ନାଇଁ ଶିଶିର ମୁ ଡରେନି । ତୁ ଖଗ କୁ ପଚାରେ ସେ କହି । ଭୂଗୋଳ କହିଲା ହେଲେ ମୋତେ ଡଙ୍ଗା ତିଆରି କରି ଆସୁନି । ଖଗ ଓ ଟୁଲୁ ଏକା ସ୍ଵରରେ କହିଲେ ତମେ ମାନେ କାଗଜ ଚିର ସବୁ ଡଙ୍ଗା ଆମେ ବନେଇବୁ । ଅମିତ୍ କହିଲା ଏଟା ମୋ ବାପା ର ହିସାବ ଖାତା । ଅନେକ କହିଲା କଣ ହେଲା ଯେ ଖାତା ସରିଲେ ନୂଆ ଖାତା କିଣି ହେବ । ଠିକ ଅଛି ଚାଲ୍ ସମସ୍ତେ ଡଙ୍ଗା ଭସେଇବା । ବର୍ଷା କମିଲେ ଆଉ ମଜା ଆସିବ ନାହିଁ । ସମସ୍ତେ ଖୁସି ମନରେ ""କାଗଜ ଡଙ୍ଗା " ଭସେଇବାରେ ବ୍ୟସ୍ତ ରହିଲେ ।
