ମୋ ଗାଁ ବଦଳିଲା
ମୋ ଗାଁ ବଦଳିଲା
ବିଜୟ ଓକିଲାତି ପାଠ ପଢିବା ପାଇଁ ଲଣ୍ଡନ ଯାଇ ଥାଏ । ପାଠ ପଢା ଶେଷ କରିବା ପାଇଁ ତାକୁ ଦଶ ବର୍ଷ କହିଥିଲା । ତାକୁ ସମସ୍ତେ କୁହନ୍ତି ବିଦେଶୀ ବାବୁ । ପାଠ ପଢ଼ା ଶେଷ କରି ସେ ଲଣ୍ଡନ ରୁ ନିଜ ଗାଁ କୁ ଫେରିଲା । ସେ ଲଣ୍ଡନ ରେ ରହିବା ସମୟରେ ତା ସାଙ୍ଗ ଖଗ ଠାରୁ ଖବର ପାଇଲା ଯେ ଗାଁଟି ପୁରା ବଦଳି ଯାଇଛି । ତୁ ତମ ଘରକୁ ଚିହ୍ନି ପାରିବୁ ନାହିଁ । ସେ ତା ସାଙ୍ଗ କଥାକୁ ହସରେ ଉଡ଼ାଇ ଦିଏ । କିନ୍ତୁ ଦଶ ବର୍ଷ ପରେ ସେ ଗାଁକୁ ଆସି ଆବାକ୍ ହୋଇଗଲା । ଗାଁ ମୁଣ୍ଡ ମନ୍ଦିର ପାଖରେ ଛିଡା ହୋଇ ଦେଖିଲା , ଦାଣ୍ଡ ଚଉଡ଼ା ହୋଇଛି। ସେଥିରେ କେଉଁଠି ଟିକିଏ ମଳିଧୂଳି ନାହିଁ। ଦାଣ୍ଡ ଖୁଣ୍ଟି ପୋତା ହୋଇ ବଳଦ ବନ୍ଧା ହୋଇନାହିଁ, ଗୋବର ଲଣ୍ଡା ପଡ଼ିନାହିଁ । ସେଥିରେ ନାଲି ନେଲି ଗୋଡ଼ି ବିଛା ହୋଇଛି । ତାର ଦୁଇ କଡ଼ରେ ଦି' ଧାଡ଼ି ନୂଆ ଛାତ ଘର ତୋଳା ହୋଇଛି। ଘର ଗୁଡ଼ିକ ଆଗରେ ଛୋଟ ଛୋଟ ବଗିଚା ଅଛି । ଆଉ ଛୋଟ୍ ଛୋଟ ଗଛ ଗୁଡ଼ିକ ରାସ୍ତା ର ଦୁଇପାର୍ଶ୍ୱରେ ଲାଗିଛି। ତା ସାଙ୍ଗ ଖଗ ଜାବୁଡ଼ି ଗଲା। ସେ ତରବର ରେ ବିଲକୁ ଯାଉଥାଏ। ବିଜୟ ଦେଖି ହସି ହସି କହିଲା- କିରେ ? କେତେବେଳେ ଆସିଲୁ ? ଏଠି କଣ କରୁଛୁ ଘରକୁ ଯାଉନୁ । ବିଜୟ ପଚାରିଲା, 'ହଇରେ ଆମ ଘର କୁଆଡେ଼ ଗଲା ? ସବୁ ଘର ତ ସମାନ ଦିଶୁଛି ' । ଖଗ କହିଲା, '' ତୁ ପରା ତମ ଘର ଦୁଆର ମୁହଁରେ ଛିଡା ହେଇଛୁ । ମୋ କଥା ବିଶ୍ବାସ କରୁ ନଥିଲୁ ପରା । ହଉ ପଛେ କଥାବାର୍ତ୍ତା ହେବା । ମୋର କାମ ଅଛି ।'' ଏହା କହି ସେ ଦୌଡ଼ି ପଳାଇଲା । ବିଜୟ ଧୀରେ ଧୀରେ ଘର ଭିତରକୁ ଗଲା। ତାର ବଡ଼ ଭାଇର ପୁଅ ଝିଅ ଭାଇ ଭଉଣୀ କି କେହି ଘରେ ନାହାନ୍ତି । ଧାଇଁ ଯାଇ ବୁଢ଼ୀ ମାଆ ଟିକୁ ଟିକିଏ ଗେଲ କଲା । ବୁଢ଼ୀ ମାଆ କହିଲା, ଆଉ କେହି ଘରେ ଅଛନ୍ତିକିରେ ବାପ ! ତୋ ବାପା ତ ବିଲକୁ ଯାଇଛି ସମସ୍ତେ ସାଙ୍ଗରେ ଯାଇଛନ୍ତି । ତୋ ବୋଉ କୋଉଠି କଅଣ ଲୁଗା ବୁଣିବାକୁ ଯାଇଛି । ପିଲାମାନେ ସ୍କୁଲରେ ଅଛନ୍ତି । ବିଜୟ କୁ ବୁଢ଼ୀ ମାଁ ଲିଆ ଉଖୁଡା ଖାଇବାକୁ ଯାଚିଲା । ବିଜୟ କହିଲା, ନାଇ ମାଁ ମୁଁ ଆଗ ଟିକିଏ ଗାଁ ଦେଖି ଆସେ । ଗାଁ ଦେଖି ମୋର ଭୋକ ଉଭେଇ ଗଲାଣି । ଏହା କହି ସେ ରାସ୍ତା ବାହାରିଗଲା ବେଳ ଜଣେ ଲୋକ ଟି ଆସି ଲେ । ସେ ବୁଢ଼ୀ ସହିତ ଭଲ ମନ୍ଦ କଥା ପଚାରିଲା । ଘର ଦୁଆର ସଫା ସୁତୁରା ଥିବା ଦେଖିଲା ଯେ ମୁଁ କଣ ଏବେବି ବିଲତରେ ଅଛି । ଏଟା ବିଲତ ନା ଆମ ଗାଁ । ବିଜୟ ତା ପରେ ଆଗ ଭାଗବତ ଘର ଆଡ଼କୁ ଗଲା । ସେଠିଇଟା ଚୁନର ପକ୍କା ଘଟିଏ ଦେଖିଲା । ପିଲା ନାଚଗୀତ ଶିଖୁଥାନ୍ତି । ଖେଳ ଜିନିଷ ମାନ ଥୁଆ ହୋଇଥାଏ । ବହିପତ୍ର ଥାଏ । ଗୋଟିଏ ପିଲା କହିଲା, '' ଏଟା ଆମର କ୍ଳବ୍ ଘର ।'' ପିଲାଟି ତାକୁ ଖେଳ ପଡିଆ ଆଉ ଥିଏଟର ମଞ୍ଚ ଦେଖାଇ ଦେଲା । ପିଲାଟି କହିଲା ଏଠି ଆମ ଗାଁର ସମସ୍ତ ସଭା ସମିତିହୁଏ । ପଞ୍ଚାୟତ ବାସେ, ଆଉ ନାଚ ଗୀତ ହୁଏ । ସେ ପିଲା ଟିକୁ ସାଙ୍ଗରେ ଡ଼ାକିନେଇ ନୂଆ ସ୍କୁଲ ଘରକୁ ଗଲା । ନୂଆ କାଠ ଦୋକାନ ଦେଖି ବିଲ ଆଡ଼କୁ ବାହାରିଗଲା । ବିଲ ରେ ଗାଁ ଯାକ ଲୋକ ସମସ୍ତେ ମିଳିମିଶି ଆନନ୍ଦରେ କାମ କରୁଥାନ୍ତି । ଖଗ ଏତିକି ବେଳେ ବିଲାରୁ ଫେରି ଭେଟିଲା । ବିଜୟ ପଚାରିଲା "ହୋଇରେ ! ଆମ ଗାଆଁ ବଦଳିଗଲା ? ଖଗ ହସି ହସି କହିଲା , ଓଡ଼ିଆ ସରକାର ଙ୍କର୍ ଦୁଆର ଦିଅ ଯାଇଥିବା ଇନ୍ଦିରା ଆବାସ ସହାୟତା ମିଳିଛି ତେଣୁ ଆଜି ଆମ ଗାଆଁ ପୁରା ବଦଳି ଯାଇଛି ।
