STORYMIRROR

Sameer Kanhar

Abstract Horror Inspirational

4  

Sameer Kanhar

Abstract Horror Inspirational

ଗେହ୍ଲା ଭଉଣୀ

ଗେହ୍ଲା ଭଉଣୀ

3 mins
477

     ଟୁକୁ ଓ ଟିକି ହୁହେଁ ଭାଇ ଭଉଣୀ। ହେଲେ କଣ ହେବ, ଦୁହେଁ ସବୁବେଳେ ଖୁମ୍ପୁରା ଖୁମ୍ପୂରି ଲାଗିଥାନ୍ତି । ଟିକି ସବୋଲି ବାପାଙ୍କର ଟିକେ ବେଶୀ ଗେହ୍ଲା ହୋଇଥାଏ, ତେଣୁ ସେ ସବୁବେଳେ ଅନାଇ ବସିଥାଏ ବାପାଙ୍କର ମୂଲ ମଜୁରୀ କାମ ସାରି ଫେରିବା ବାଟକୁ । ବାପା ଆସିବା ମାତ୍ରେ ତାଙ୍କୁ ଅଭିଯୋଗ ସବୁ ଏକା ନିଃଶ୍ୱାସରେ କହିପକାଏ । ଭାଇ ଟିଭି ଦେଖିଥିଲା, ଭାଇ ପାଠ କରୁନି, ବାପା କାଚ ଗ୍ଲାସ ଭାଙ୍ଗି ଦେଇଛି ଏମିତି ସବୁ ଅଭିଯୋଗ । ବାପା କହନ୍ତି, ହଉ ବୁଝିବା । ତା' କଥାକୁ ଏ କାନରେ ପୁରାଇ ସେ କାନରେ ବାହାର କରିଦିଅନ୍ତି । ଘଣ୍ଟାଏ ପରେ ଯେଉଁ କଥାକୁ ସେ କଥା । ଭାଇ ଖେଳିବା ପାଇଁ ଖସାମତ କରେ । ଦୁହେଁ ସାଙ୍ଗ ହୋଇ ଖେଳରେ ମାତିଯାଆନ୍ତି ।


       ଥରେ ବାପା କାମରୁ କରିବାକୁ ଦୂରକୁ ଗାଁ କୁ ଯାଇଥିଲେ । ଫେରିଲା ବେଳକୁ ଗୋଟିଏ ଦାମିକା କଲମ ଆଣିଥାନ୍ତି । ବାପା ସେଇଟିକୁ ବାକ୍ସରେ ରଖିଦେଲେ ।

ସନ୍ଧ୍ୟାରେ ବାପା, ମାଁ ବଜାର ଯାଇଥାନ୍ତି । ଟିକୁ ଓ ଟିକି ଦୁହେଁ ଘରେ ଥାନ୍ତି । ଟୁକୁ ବସି ଘରେ ପାଠ ପଢୁଥାଏ । ଟିକି ଯାଇ ଚୁପ୍ ଚୁପ୍ କରି କହିଲା, ଭାଇ ଜାଣିଛୁ ! ବାପା ବଜାରରୁ ଗୋଟିଏ ବଢିଆ କଲମ ଆଣିଛନ୍ତି ।


    ଟୁକୁ କହିଲା, କାହିଁ ମୁଁ ତ ଦେଖିନାହିଁ । ଟିକି କହିଲା, ରହ ମୁଁ ଆଣୁଛି ଦେଖିବୁ। ଟୁକୁ ତାକୁ ମନା କଲା । ଥାଉ ଟିକି ବାପାଙ୍କର କଲମ ଲାଗେନା, ସେ ଆସିଲେ ରାଗିବେ ।

    କିନ୍ତୁ ଟିକି କଣ ଆଉ ଭାଇ କଥା ଶୁଣେ ? ସେ ସଙ୍ଗେ ସଙ୍ଗେ ବାକ୍ସ ରୁ କଲମଟିକୁ କାଢି ଆଣିଲା । ଟୁକୁ ମନା କଲେ ବି କଲମ ଖୋଲି ପକେଇଲା ଲେଖିବା ପାଇଁ ।


    ଆରେ ଏ କଣ ? କଲମଟି ଯେ ତା' ହାତରୁ ଖଡିପଢ଼ି ମୁନଟି ଭାଙ୍ଗିଗଲା ।


     ଟିକି ଏବେ କରିବ କଣ ! ଟୁକୁ କହିଲା, ମୁଁ ତତେ ମନା କରୁଛି ବାପାଙ୍କର କଲମରେ ଲାଗେନା । ତୁ ମୋ କଥା ଶୁଣିଲୁ ନାହିଁ, ଏବେ କରିବୁ କଣ ? 


     ବଡ ଚିନ୍ତାରେ ପଡ଼ିଗଲା ଟିକି। ସବୁଦିନ ସେ ଭାଇ ବିରୁଦ୍ଧରେ କହି ତାକୁ ମାଡ଼ ଗାଳି ଖୁଆଏ । ଆଜି ସେ ଭାଇ ସାମ୍ନାରେ ବାପାଙ୍କର କଲମ ଭାଙ୍ଗିଛି । ଭାଇ ତ ବାପାଙ୍କୁ ଆଗରେ କହିବ। ଆଉ ବାପା ତାକୁ କେବେ ବି କ୍ଷମା କରିବେନି , ଆଜି ମାଡ଼ ଖାଇବା ସୁନିଶ୍ଚିତ ।


     ଏ ସମୟରେ ବାପା ଆସିଗଲେ। ଘରେ ଭିତରକୁ ଆସୁ ଆସୁ ତାଙ୍କର ନଜର ପଡ଼ିଗଲା ଟେବୁଲ୍ ଉପରେ ଥିବା କଳମଟି ଉପରେ । କଲମ ଏଠାକୁ କିଏ ଆଣିଲା ? କହି ସଙ୍ଗେ ଖୋଲି ପକେଇଲା । କଲମ ଟିର ମୁନ ଭାଙ୍ଗିଥିବା ଦେଖି ତାଙ୍କ ରାଗ ପଞ୍ଚମକୁ ଉଠିଗଲା । ସେ ଗର୍ଜିଉଠି ଦୁହିଁଙ୍କୁ ଅନାଇ ପଚାରିଲେ , କିଏ ମୋ କଲମ ଭାଙ୍ଗିଛି ? ମାତ୍ର ଟୁକୁ ହଠାତ୍ କହିଉଠିଲା , ବାପା କଲମଟି ମୋ ହାତରୁ ପଡ଼ି ଭାଙ୍ଗିଗଲା । ବାପା ରାଗରେ ଟୁକୁକୁ ଦି' ଚାରି ଚାପୁଡ଼ା ବସାଇ ଦେଲେ । ଟୁକୁ ଆଖିରୁ ବୋହି ଆସିଲା ଦୁଇ ଧାର ଲୁହ ।


ଟିକି ଆର୍ଚର୍ଯ୍ୟ ଭାବରେ ଚାହିଁ ରହିଥାଏ ଭାଇ ମୁହଁକୁ । ସେ ବିଶ୍ବାସ କରିପାରୁ ନଥାଏ ଯେ ଭାଇ ଆଜି ମୋ ଭୁଲକୁ ନିଜ ମୁଣ୍ଡ ଉପରକୁ ନେଇ ମାଡ଼ ଖାଇଲା ।


    ବାପା ଚାଲିଯିବା ପରେ ଟିକି ଭାଇ ପାଖକୁ ଆସିଲା । କହିଲା ଭାଇ ମୋତେ କ୍ଷମା କରିଦେ । ତୁ ଆଜି ମୋ ପାଇଁ ମାଡ଼ ଖାଇଲୁ । ମୋତେ ମାଡ଼ଗାଳିରୁ ରକ୍ଷା କରିବା ପାଇଁ ମିଛ କହିଲୁ ।


     ନିରବରେ ଟିକି କୁ କୋଲେଇ ନେଲା ଟୁକୁ । ସେତେବେଳକୁ ଟିକି ପଛଆଡେ ଆସି ଠିଆ ହୋଇ ଶୁଣୁଥାନ୍ତି ମାଁ' । ଟୁକୁ ନିର୍ଦ୍ଦେଶ । ମାଁ ଙ୍କଠାରୁ ସବୁ କଥା ଶୁଣି ଟୁକୁକୁ ବାଡେଇଥିବାରୁ ଅନୁତାପ କଲେ ବାପା । ମାତ୍ର ସେହିଦିନୁ ଦେଖାଗଲା ଟିକି ଆଉ କେବେ ଭାଇ ବିରୁଦ୍ଧରେ କିଛି ଅଭିଯୋଗ କରୁନାହିଁ । ସେ ଏବେ ଭାଇ ର ଗୋଟେ ବୋଲି ଗେହ୍ଲା ଭଉଣୀ ଟିକି ।

 

 


Rate this content
Log in

Similar oriya story from Abstract