Sameer Kanhar

Abstract Children Stories Inspirational

3  

Sameer Kanhar

Abstract Children Stories Inspirational

ବେଳୁହୁଁ ସାବଧାନ

ବେଳୁହୁଁ ସାବଧାନ

2 mins
321


ଗୋଟିଏ ପୋଖରୀରେ ପାଞ୍ଚଟି ବଡ଼ ମାଛ ରହୁଥିଲେ। ତା ସହିତ ଅନ୍ୟ ମାଛ ମାନେ ବି ରହୁଥିଲେ । ସେମାନେ ବହୁତ ଖୁସିରେ କାଳାତିପାତ କରୁଥାନ୍ତି । ଦିନକର କଥା । ଗାଁ ଲୋକ ମାନେ ଆସି ପୋଖରୀ କୂଳରେ ବସି ମାଛ ଧରିବାର ଯୋଜନା ପ୍ରସ୍ତୁତ କଲେ । ସେମାନଙ୍କର କଥାବାର୍ତ୍ତା ପାଞ୍ଚଟି ମାଛ ଶୁଣି ପାରିଲେ । ଗାଁ ଲୋକେ ଯେ ଆସନ୍ତାକାଲି ସକାଳୁ ଆସି ମାଛ ଧରିବେ , ଏକଥା ମଧ୍ୟ ଜାଣିବାକୁ ପାଇଲେ। ସେମାନେ ଯାଇ ଏକଥାକୁ ସେଇ ପୋଖରୀରେ ଥିବା ଅନ୍ୟ ମାଛମାନଙ୍କୁ ଜଣାଇଦେଲେ । ଏମିତି ଗୋଟିଏ ବିପଦ ମାଡ଼ି ଆସୁଛ ଜାଣି ମାଛମାନେ ଚିନ୍ତିତ ହୋଇପଡିଲେ। ବହୁ ସମୟ ଚିନ୍ତା କଲାପରେ ସେମାନେ ଠିକ୍ କଲେ ଯେ ଆମେ ଏଇ ପୋଖରୀ କୁ ଛାଡ଼ି ପାଖ ପୋଖରୀକୁ ଚାଲିଯିବା । କେତେଟା ଅଳସୁଆ ମାଛ ସେ କଥାକୁ ହସରେ ଉଡ଼େଇଦେଲେ । ସେହି ପାଞ୍ଚଟି ବଡ଼ ମାଛ ଠିକ୍ କଲେ ଯାହାହେଉ ପଛକେ ସକାଳ ହେବା ଆଗରୁ ଏଇ ପୋଖରୀ ଛାଡ଼ିବାକୁ ହେବ । ସେଇ ରାତିରେ ସେମାନେ ପୋଖରୀରୁ ବାହାରି ପାଖ ପୋଖରୀକୁ ଚାଲିଗଲେ ରାତିପାହି ସକାଳ ହେଲା । ମାଛ ଧରିବାକୁ ଗାଁ ଲୋକେ ଖୁସି ମନରେ ଜାଲ ଧରି ପୋଖରୀ କୂଳରେ ପହଁଚି ଗଲେ । ସମସ୍ତେଙ୍କର ମନ ଆନନ୍ଦରେ ଫୁଲି ଉଠୁଥିଲା । ଏତେଦିନ ପରେ ବଡ଼ ମାଛ କିଛି ଧରିବା ଆଉ ସୁନ୍ଧର ଭୋଜିଟାଏ ଆୟାଜନ ହେବ । ସମସ୍ତେ ଏକମନ ହୋଇ ଜାଲ ଧରି ପୋଖରୀ ଭିତରେ ପଶିଗଲେ । ପୋଖରୀଟା ସାରା ଏପଟ ସେପଟ କରି ଘାଣ୍ଟି ଦେଇଗଲେ । ହେଲେ କାହିଁ ? କିଛି ଗୁଲିଗେଣ୍ଡାକୁ ଛାଡ଼ି ମୀନ ମାଛଟିଏ ବି ଜାଲରେ ପଡ଼ିଲା ନାହିଁ । କେବଳ ନିରାଶାରେ ଖାଲି ହାତରେ ଫେରିବା ସାର ହେଲା ସିନା ! ସତରେ ! ଯଦି ମାଛମାନେ ନ ଯାଇ ଆଲୁସୁଆ ହୋଇ ରହିଯାଇଥାନ୍ତି, ତେବେ ଏଇ ଦୁଷ୍ଟମାନଙ୍କ ହାତରୁ ପଡ଼ି ସେମାନଙ୍କ ଜୀବନ ଯାଇଥାନ୍ତି । ତେଣୁ ଅଳସୁଆ ନ ହୋଇ ଠିକ୍ ସମୟରେ କାର୍ଯ୍ୟ କଲେ ସଫଳ ହୋଇ ପାରିବ ତେଣୁ କୁହାଯାଏ "ବେଲହୁଁ ସାବଧାନ" ।

                



Rate this content
Log in

Similar oriya story from Abstract