STORYMIRROR

Sameer Kanhar

Abstract Horror Inspirational

3  

Sameer Kanhar

Abstract Horror Inspirational

ବିଧାତାର ଇଛା

ବିଧାତାର ଇଛା

3 mins
353

ବହୁତ ବଡ଼ ଧନୀ ବ୍ୟକ୍ତିଟିଏ । ତା ପାଖକୁ ହଟାତ୍ ଫୋନ୍ ଆସିଲା ଯେ ଆଉ ଚାରି ଘଣ୍ଟା ପରେ ସବୁ ଦେଶର ଧନୀକ ବ୍ୟକ୍ତିମାନେ ଆମେରିକାରେ ଉପସ୍ଥିତ ରହିବେ ଓ ଜରୁରି ବୈଠକ ହେବ । ଏକ ନିଶ୍ୱାସରେ ଘରୁ ବାହାରିଲେ ସିଧା ଯାଇ ବିମାନଘାଟିରେ ଉପସ୍ଥିତ ହେଲେ । ବିମାନରେ ନିଜ ସିଟ୍ ରେ ବସିଲେ ବିମାନଟି ମଧ୍ୟ ଉଢାଣ ଆରମ୍ଭ କଲା କିଛି ସମୟ ଉଢାଣ ପରେ ପାଇଲଟ୍ ସୂଚନା ପ୍ରଦାନ କଲେ ଯେ ବହୁତ୍ ଝଡ଼ ବର୍ଷା ଓ ଘଡ଼ଘଡ଼ି ପାଇଁ ଜାହାଜର ରେଡ଼ିଓ ବା ଯାନ୍ତ୍ରିକ ଯନ୍ତ୍ର ଠିକ୍ ସେ କାର୍ଯ୍ୟ କରୁନାହିଁ । ତେଣୁ ପାଖରେ ଥିବା ବିମାନ ଘାଟିରେ ଅବତରଣ କରିବା । ସଙ୍ଗେ ସଙ୍ଗେ ଧନୀ ବ୍ୟକ୍ତିଟି ଆସି ପାଇଲଟ୍ ସହିତ ବହୁତ୍ ଯୁକ୍ତି ତର୍କ ବିତର୍କ ଆରମ୍ଭ ହେଲା ଧନୀ ବ୍ୟକ୍ତିଟି କହୁଥାଏ । ମୋ ପାଇଁ ଗୋଟିଏ ଗୋଟିଏ ମିନିଟ୍ ମୋ ପାଇଁ ଜରୁରୀ ଅଟେ । ହେଉଥିବା ବୈଠକ ବହୁତ୍ ମୂଲ୍ୟବାନ ଅଟେ । ପାଖରେ ଥିବା ଅନ୍ୟ ବ୍ୟକ୍ତିଟିଏ ଚିହ୍ନିଲା ଓ କହିଲା ସାହେବ୍ ଆପଣ ଯେଉ ବୈଠକକୁ ଯିବେ । ଏଠୁ ମାତ୍ର କାର୍ ରେ ୩ ଘଣ୍ଟାର ରାସ୍ତା ହେବ ଆପଣ ବହୁତ୍ ଆରାମରେ ପହଞ୍ଚି ପାରିବେ । ଧନୀ ବ୍ୟକ୍ତିଟିଏ ପାଖରେ ଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ୍ ଜଣାଇ କାର ଯାତ୍ରା କରିବାକୁ ଆରମ୍ଭ କଲେ । ଭାଗ୍ୟର ବିଡମ୍ବନା ଯୋଗୁ ଓ ଘଡ଼ଘଡ଼ି, ବହୁତ୍ ବର୍ଷା ହେତୁ କାର ଚାଳକ ମଧ୍ୟ ରାସ୍ତା ଭୁଲି ଗଲେ । ଆଗକୁ ପଛକୁ ହେଇ ରହିଲେ । କିଛି ରାସ୍ତା ଅତିକ୍ରମ କଲା ପରେ ଗୋଟିଏ ଛୋଟିଆ ଘର ଦେଖାଗଲା । ଏତେ ବଡ଼ ଭୟଙ୍କର ବର୍ଷା ପାଇଁ ଏହି ଘରଟିଏ ସହା ଭରସା କହି ଘରକୁ ଗଲେ ଓ କବାଟ ବାଡେଇବା ବାକୁ ଲାଗିଲେ ଭିତରୁ ଶବ୍ଦ ଶୁଭିଲା ଯିଏ ବି ବାହାରେ ଅଛ ଘର ବିତରକୁ ଆସ କବାଟ ଖୋଲା ଅଛି । ଭିତରେ ଜଣେ ବହୁତ୍ ବର୍ଷୀୟ ବୁଢ଼ୀଟିଏ ଅଛି ସେ ଆସନ ଉପରେ ବସି ଭାଗବାତ୍ ଗୀତା ପଢୁ ଅଛି । ଧନୀ ବ୍ୟକ୍ତିଟି କହିଲା ମା ମୁଁ ଆପଣଙ୍କ ଫୋନ୍ ଟିକୁ ବ୍ୟବହାର କରିପାରିବି । ବୁଢ଼ୀଟି କହିଲା ନା ବିଜୁଳି ବତି ନା ମୋବାଇଲ୍ ଫୋନ୍ ଅଛି । ତମେ ବସ ଭଗବାନର ପ୍ରସାଦ ଅଛି ସାମ୍ନାରେ ଖାଇଦେ । ଟିକେ ଆରାମ ଲାଗିବ । ବ୍ୟକ୍ତି ଟିଏ ବୁଢ଼ୀକୁ ଧନ୍ୟବାଦ୍ ଜଣାଇ ପ୍ରସାଦ ଖାଇବାକୁ ଲାଗିଲେ । ବୁଢ଼ୀ ଗୀତରେ ମୋଜି ଯାଇଥାଏ । ବ୍ୟକ୍ତିର ଆଖି ବୁଢ଼ୀର ବା ପାଖରେ ପଡ଼ିଲା ଧନୀ ବ୍ୟକ୍ତିଟି ପଚାରିଲା ମା ଛୋଟ୍ ପିଲାଟିଏ କମଳ ଭିତରେ ପଡ଼ି ରହିଛି ମଝିରେ ମଝିରେ ବୁଢ଼ୀ ତାଙ୍କୁ ହଲେଇ ଦେଉଛି ଓ ବୁଢ଼ୀର ମଧ୍ୟ ଗୀତା ପଡ଼ିବାର ସମାପ୍ତ ହେଲା । ବ୍ୟକ୍ତିଟି କହିଲା ମା ଆପଣଙ୍କ ବ୍ୟବହାର ମୋତେ ମୋ ମନକୁ କିଣି ପାରିଲା। ଆପଣ ମୋ ପାଇଁ ବି ପ୍ରାର୍ଥନା କରିଦିଅନ୍ତୁ । ଏ ବର୍ଷା ବନ୍ଦ ହେଇ ଯାଉ ମୁଁ ଜାଣିଛି ଆପଣଙ୍କ ପ୍ରାର୍ଥନା କେବେବି ବିଫଳ ହେବ ନାହିଁ। ବୁଢ଼ୀ କହିଲା ନା ପୁଅ ଏମିତି କିଛି ନାହିଁ । ତୁମେ ମୋ ପାଇଁ "ଅଥିତି" କିନ୍ତୁ "ଅଥିତି" ର ସେବା ହେଉଛି "ବିଧାତାର ନିୟମ" ମୁଁ ତମ ପାଇଁ ବି ପ୍ରାର୍ଥନା କରିଛି ପରମାତ୍ମାର କିଛି ନିୟମ ଅଛି ମୋର ସବୁ କଥା ଶୁଣିଛନ୍ତି କିନ୍ତୁ । ଆଉ ଗୋଟିଏ ସର୍ତ୍ ଶୁଣିବାକୁ ବାକି ଅଛି ସେ ଯେବେ ଚାହିଁବେ ତେବେ ମୋ ଗୁହାରୀ ଶୁଣିବେ ବ୍ୟକ୍ତିଟିଏ ବୁଢ଼ୀକୁ ପଚାରିଲା, ପୁଣି କଣ ବୁଢ଼ୀ କହିଲା ଏ ୪ ବର୍ଷର ପୁଅଟିଏ ପଡିକି ଅଛି ସେ ମୋର ନାତିଟିଏ ନା ତାର ବାପା ଅଛି ନା ମାଁ ଅଛି । ଏହି ବୁଢ଼ୀ ସମୟରେ ମୁଁ ଏହାର ଦେଖା ଶୁଣା ମୋରି ଉପରେ ଡାକ୍ତର କହିଲେ ଏକୁ ବହୁତ୍ ବଡ଼ ରୋଗ ହେଉଛି ତାକୁ କିଏ ବି ଭଲ କରିପାରିବେ ନାହିଁ ।  ଡାକ୍ତର ମାନେ କୁହନ୍ତି କେବଳ ଜଣେ ହିଁ ତାକୁ ଠିକ୍ କରିପାରିବେ । କଣ ... ହ ବିଜୟ ମଲ୍ଲିକ ସେ ହି ଏହାକୁ ଠିକ୍ କରିପାରିବେ । ମୁଁ ବୁଢ଼ୀ ଲୋକ କାହିଁ ମୁଁ ପହଞ୍ଚି ପରିବି ଛୁଆକୁ ନେଇକି ଯିବି ତୋ.. ସେ ଦେଖିବା ପାଇଁ ରାଜି ହେବେ କି ନାହିଁ ମୁଁ ବି ଜାଣିନି । ବାସ ଏହା ମାଗୁଛି ଯାହା ଇଛା ସେ "ବିଧାତା ଇଛା" କୁ ଏତିକି ମାଗୁଛି ମୋର ଦୁଃଖ ଦୂର କରିଦେଉ ଧନୀ ବ୍ୟକ୍ତିର ଆଖିରୁ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା। ସେ ଦୁଃଖ ସ୍ୱରରେ କହିଲା ମା ଆପଣଙ୍କ ପ୍ରାର୍ଥନା ହିଁ ଜାହାଜ କୁ ତଳକୁ ଟାଣି ଆଣିଲା ଆକାଶର ବିଜୁଳି ଘଡ଼ଘଡ଼ି ସୃଷ୍ଟି କରିପାରିଲା । କାରଣ ମୁଁ ଏଠାକୁ ପହଞ୍ଚି ପାରିବି ରାସ୍ତା ମଧ୍ୟ ଭୁଲି ଗଲି । ବିଧାତା ଜଣଙ୍କୁ ଇଛା ପୁରା କରିବା ପାଇଁ ବିଧାତା ଏମିତି ମଧ୍ୟ କରିପାରେ । ତେଣୁ ହିଁ ଭଗବାନଙ୍କ କୃପା ଆରମ୍ଭ ହୋଇଥାଏ ।

                 


Rate this content
Log in

Similar oriya story from Abstract