STORYMIRROR

Sunanda Mohanty

Romance Tragedy Fantasy

3  

Sunanda Mohanty

Romance Tragedy Fantasy

ପ୍ରକୃତ ପ୍ରେମ

ପ୍ରକୃତ ପ୍ରେମ

1 min
356


   ମୀନକେତନ ଯାହାକୁ ଭଲପାଇ ଜୀବନସାଥୀ କରିବାକୁ ଭାବିଥିଲେ ସେ ଥିଲେ ନୀଚ୍ଚ ଜାତିର, ଉଚ୍ଚ ନୀଚ୍ଚର ପାର୍ଥକ୍ୟ ବୁଝୁନଥିବା ମୀନକେତନ କିନ୍ତୁ ସୁଜାତାକୁ ଜୀବନ ସାଥୀରୂପେ ନପାଇ ବିବାହ କରିବେନି ବୋଲି ନିଷ୍ପତ୍ତି ନେଇସାରିଥିଲେ ।


   ତାଙ୍କର ଏପରି ନିଷ୍ପତ୍ତିରେ ମାଆ ତାଙ୍କର ଭାଙ୍ଗିପଡି ଶଯ୍ୟାଶାୟୀ ହେବା ପରେ ବାପା ଏକଘରକିଆ ହେବାକୁ ନଡରି ରାଜି ହେଲା ବେଳକୁ ସୁଜାତାର ପତ୍ତା ମିଳିନଥିଲା, ସରକାରୀ ଚାକିରୀ କରୁଥିବା ପିତାମାତାଙ୍କ ସହ ସେ ଅନ୍ୟତ୍ର ଚାଲିଯାଇଥିଲା ।


  ମୀନକେତନ ଅନେକ ଖୋଜି ବି ସନ୍ଧାନ ନପାଇ ଡାକ୍ତରରୂପେ ଯେଉଁଠି ଜଏନ କଲେ ସେଠାରେ ସୁଜାତା ନର୍ସରୂପେ କାମ କରୁଥିଲେ, ମୀନକେତନ ନିଜ ପ୍ରେମକୁ ପାଇଯାଇ ଯେତିକି ଆନନ୍ଦିତ ହେଲେ ସୁଜାତା ସେତିକି ଦୂରୁଛଡ଼ା ଦେଲେ ଓ ଶେଷକୁ ବିବାହ ବି କରିନେଲେ, ତଥାପି ମୀନକେତନ ସୁଜାତାଙ୍କୁ ହିଁ ଭଲ ପାଉଥିଲେ ।


   ସୁଜାତାଙ୍କର ଅନ୍ୟତ୍ର ବଦଳି ହୋଇଯିବା ପରେ ମୀନକେତନ ଏକାରାହିବାକୁ ନିଷ୍ପତ୍ତି ନେଇସାରିଥିଲେ, ହେଲେ ସେଦିନରାତି ବାରଟାରେ ତାଙ୍କୁ ଡାକରା ଆସିଥିଲା ଯୋଉରୋଗୀର ଅପରେସନ କରିବାକୁ, ତାଙ୍କର ଅସ୍ତ୍ରପୋଚାର କରିବାକୁ ଯାଇ ସେ ବିଫଳ ହୋଇଥିଲେ,ରୋଗୀରୂପେ ଆସିଥିବା ଯୁବକ ଦୁର୍ଘଟଣାର ଶୀକାର ହୋଇ ବ୍ରେନ ଟି ସାଂଘାତିକ ଭାବେ କ୍ଷତାକ୍ତ ହୋଇଥିଲା, ଯୋଉଁଥିପାଇଁ ସେ ତାଙ୍କୁ ବଞ୍ଚାଇ ନପାରି ନିଜକୁ ଧିକ୍କାର କରୁଥିଲେ, ହେଲେ ମୃତ ଯୁବକ ପାଖରେ ତାଙ୍କ ସ୍ତ୍ରୀରୂପେ ସୁଜାତା ଙ୍କୁ ଦେଖି ସେ ଚମକି ପଡ଼ିଥିଲେ ।

    ସୁଜାତା ମୀନକେତନଙ୍କୁ ଦୋଷ ଦେବା ସହ ଘୃଣାରେ ଫେରିଯାଉଥିବା ବେଳେ ମୀନକେତନଙ୍କ ବାପା ମାଆ ସୁଜାତାକୁ କୋଳେଇ ନେଇ ନିଜର କରିଥିଲେ ସତ ହେଲେ ପ୍ରକୃତ ପ୍ରେମ ଯୋଗୁଁ ମୀନକେତନ ସାରା ଜୀବନ ଅବିବାହିତ ରହିଯାଇଥିଲେ, ସୁଜାତା ଫେରିଯାଇଥିଲେ ନର୍ସରୂପେ କାମ କରୁଥିବା ସ୍ଥାନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance