STORYMIRROR

Nibedita Mishra

Romance

3  

Nibedita Mishra

Romance

ପ୍ରିୟାର ଓଢଣୀ ନିବେଦିତା ମିଶ୍ର

ପ୍ରିୟାର ଓଢଣୀ ନିବେଦିତା ମିଶ୍ର

2 mins
352


ଅନୁଭବ ନୁଆ ନୁଆ ଏ ସହରକୁ ଆସିଛନ୍ତି। ବିଶେଷକାହା ସହ ଚିହ୍ନା ପରିଚୟ ବି ହେଇନି। ଅଫିସ ପାଖା ପାଖି ଘରଟିଏ ନେଇଛନ୍ତି। ଦିନେ ରାତିରେ ସେ ଅଫିସରୁ ଫେରୁଥିବା ବେଳେ ଅଟୋକୁ ଅପେକ୍ଷା କରିଥାଆନ୍ତି। ବର୍ଷା ଓ ଖୁବ ପବନ ବି ହେଉଥାଏ।ତେଣୁ କେମିତି ଶୀଘ୍ର ଘରକୁ ଯିବେ ଭାବୁଥାଆନ୍ତି।ସେହି ସମୟରେ ଝିଅଟିଏ ଆସି ପାଖରେ ଠିଆହେଲା। ମୁହଁରେ ଓଢଣୀ ବନ୍ଧା ହେଇଛି ଆଖି ଯୋଡିକ ଛାଡି ବାକି ସବୁ ଘୋଡେଇ ହେଇ ରହିଛି ସେ ଓଢଣୀ ତଳେ। ହେଲେ ସେ ଆଖି ଯୋଡାକ କହିଦେଉଥାଏ ଯେ ଛିଅଟି ଭାରୀ ଚିନ୍ତିତ ଥାଏ। ଅନୁଭବଙ୍କ ଭାରୀ ଇଚ୍ଛା ହେଉଥାଏ। ତାକୁ ତା ବ୍ଯସ୍ତତାର କାରଣ ପଚାରିବାକୁ କିନ୍ତୁ ସାହାସ କରି ପାରୁ ନଥାଆନ୍ତି। ଏମିତି କିଛିସମୟ ଠିଆ ହେବାପରେ ଗୋଟିଏ ଅଟୋ ଆସିଲା। ସେଥିରେକିନ୍ତୁ ବସିବା ଲାଗି ଜଣଙ୍କର ଜାଗା ଥାଏ। ତେଣୁଅଚୋ ଅଟକିବା ମାତ୍ରେ ଝିଅଟି ତରବର ହେଇ ଅଟୋକୁ ଉଠିଗଲା। 

ଏହି ସମୟରେ ତା ଓଢଣୀଟି ଅଟୋର ବାଡାରେ ଲାଗି ଚିରି ଉଡିଗଲା। ଜିନ୍ସ ଓ ଟପ ସାଙ୍ଗରେ ଓଢଣୀଟା ବିଶେଷ ଦରକାର ନଥିଲା ବୋଲି ବୋଧେ ସେ ବି ନବାକୁ ଓହ୍ଲାଇଲା ନାହିଁ। ଏପଟେ ବର୍ଷା ସାଙ୍ଗକୁ ରାତିର ଶୂନଶାନ ପଣ ବଢିବାକୁ ଲାଗିଥାଏ। ତେଣୁ ଅନୁଭବ ବି ଚୁପଚାପ ଓଢଣୀ ଟାକୁ ବ୍ଯାଗରେ ରଖିଦେଲେ। 

୨ ବର୍ଷ ବିତି ଯାଇଛି ଏହା ଭିତରେ। ଦିନେ ହଠାତ୍ ଅନୁଭବଙ୍କ ଭେଟ ହୁଏ ସେ ଝିଅଟି ସହିତ। ସେ ଅନୁଭବଙ୍କ ପଡୋଶୀ ଭାବରେ ଘର ଭଡା ନେଇଥାଏ। ସେ ତା ମା ଓ ସାନ ଭଉଣୀ ସହିତ ରହୁଥାଏ। ତା'ର ବାପା ନ ଥାଆନ୍ତି। ଧିରେ ଧିରେ ଅନୁଭବଙ୍କ ସହ ତାହାର ଘନିଷ୍ଠତା ବଢେ। 

ସେମାନଙ୍କର ଏ ମିଶାମିଶି କୁ ନେଇ ସାଇପଡିଶାରେ ଫୁସୁରୁଫାସୁରୁ ବି ଆରମ୍ଭ ହୁଏ। 

ଝିଅଟିକୁ ତା ମା ତାଗିଦ କରନ୍ତି। ତେଣୁ ସେ ଅନୁଭବଙ୍କୁ ଏ ବିଷୟରେ ଅବଗତ କରାଏ ଓ ଦୁରେଇ ଯିବାକୁ କୁହେ। 

ତା ପରଦିନ ଅନୁଭବଙ୍କ ଘରେ କୋଳାହଳ ଦେଖି ଝିଅଟି ଚମକି ପଡେ। ସେ ଅନୁଭବଙ୍କୁ ଫୋନ କରେ । ହେଲେ ଫୋନଟି ଗୋଟେ ଝିଅ ଉଠାଏ। ସେ ଯେତେବେଳେ ଅନୁଭବଙ୍କ ବିଷୟରେ ପଚାରେ ସେ କହେ ଯେ ସେମାନେ ତା ଭାଇର ବିବାହ ସ୍ଥିର କରିବାକୁ ଆସିଛନ୍ତି। ଆଜି ତା ଭାଇର ବିବାହ ସ୍ଥିର ହେବ। ଏତିକି ଶୁଣିକି ସେ ଫୋନ ରଖିଦିଏ। 

ଏ ସବୁ କବାଟ ପଛପଟେ ଲୁଚି ଅନୁଭବ ଦେଖୁଥାଆନ୍ତି। ସେ ପ୍ରକ୍ରୁତରେ ଜାଣିଶୁଣି ଫୋନ ଉଠାଇ ନଥିଲେ। 

ଠିକ ସଂଧ୍ଯା ୫ଟା ବେଳକୁ ଅନୁଭବ ସେ ଝିଅ ଘର କଲିଂବେଲ ବଜେଇଲେ। ସେ କବଟ ଖୋଲିଲା। 

-ମୁଁ ଆଜି ଗୋଟେ ନୁଆ ସମ୍ପର୍କ ଗଢିବାକୁ ଯାଉଛି। ତେଣୁତୁମକୁ ମୋ ମନ କଥା ଜଣେଇଦେବାକୁ ଆସିଲି। 

-ମନ କଥା?

-ହଁ ମୋ ପାଖେ ତୁମର ଗୋଟେ ଜିନିଷ ରହିଯାଇଛି। 

-ହଁ। 

(ଏତିକିକହି ଓଢଣୀଟି ବଢେଇ ଦେଲେ ସେ। )

ସେଦିନ ବସ ଷ୍ଟପରେ ତୁମେ ଅଟୋରେ ଚଢିବା ବେଳେ ଉଡିକି ମୋ ପାଖୁ ଆସିଯାଇଥିଲା। ମୁଁତାକୁ ସେବେଠୁ ସାଇତି ରଖିଥିଲି। ଯୋଗକୁ ତୁମେ ମୋ ପଡୋଶୀ ବି ହେଲ। ତଥାପିତୁମକୁ ଏଇଟା 

ଫେରେଇ ପାରିନି । ଆଜିମୁଁ ଏକ ନୁଆ ଜୀବନ ଆରମ୍ଭ କରିବାକୁ ଯାଉଛି। ତେଣୁଏଇଟା ତୁମକୁ ଫେରେଇ ଦେବାକୁ ଉଚିତ ମନେ କଲି। 

-ହଉ ଠିକ ଅଛି(କିଛି କହିବ ଭାବୁଥିଲା ,ତା ଆଖି ଆଗରେ ସେ ରାତି ର ଚିତ୍ର ନାଚିଉଠିଲା,ଯେବେ ସେ ବାପାଙ୍କ ଦେହ ଖରାପ ବୋଲି ଶୁଣି ଟ୍ରେନ ଧରିବାକୁ ଯାଉଥିଲା)। ବେଷ୍ଟ ଅଫ ଲକ କହି ତାଙ୍କୁ ବିଦାୟ ଦେଲା। 

......କିଛି ସମୟ ପରେ....ପୁଣି କଲିଂବେଲ ବାଜିଲା

ସେ କବାଟ ଖୋଲିଲା। ସାମ୍ନାରେ ସେହି ଯୁବକ। 

-ପୁଣି କଣ ଭୁଲିଗଲ କି?

-ହଁ ....ଯଦି ତୁମର କିଛି ଆପତ୍ତି ନ ଥାଏ ତେବେ ମଥାରେ ଏଇ ପାଟଓଢଣୀ ଦେଇ ମୋ ଘରକୁ ରାଣୀ ସାଜି ଆସିବ କି?

ତାଙ୍କ ପଛରେ ତାଙ୍କ ପରିବାର ବି ଥାଆନ୍ତି

ସେ ଲାଜ ଭରା ମୁହଁରେ ଓଢଣୀଟିକୁ ନେଲା। ଅନୁଭବ ନିଜ ପ୍ରେମିକାକୁ ଓଢଣୀଟି ଘୋଡେଇ ଦେଇ ବେଶ ଖୁସ ଥିଲେ।


Rate this content
Log in

Similar oriya story from Romance