The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ସୁଧିର କୁମର ତରାଇ

Fantasy Thriller Others

3.6  

ସୁଧିର କୁମର ତରାଇ

Fantasy Thriller Others

ପରିଚୟ

ପରିଚୟ

1 min
101


​କଟକ ଅଭିମୁଖେ ବାହାରିଥାଏ ପାରାଦୀପରୁ । ଆନତି ଦୂର ଅତିକ୍ରମ କରିଗଲା ପରେ ରାସ୍ତାର ଏକ ପାର୍ଶ୍ୱରେ ଲୋକାରଣ୍ୟ ଦେଖି ଅଟକି ଗଲି । ଗାଡିଟିparking କରି ସେଠାକୁ ଗଲି କିନ୍ତୁ ଭିଡ ଭିତରକୁ ନଯାଇ ପାରି ସେ ପାଖରେ ଛିଡା ହୋଇରହିଲି ।କିଛି ଲୋକ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଥାନ୍ତି କାନ ଡେରି ଶୁଣିବାକୁ ଲାଗିଲି । ତାଙ୍କ କଥାରୁ ଆକଳନ କରିବାକୁ ଚେଷ୍ଟା କରୁଥାଏ ଘଟଣାଟି କଣ୍। ଏହା ଭିତରେ ଜଣେ ଭଦ୍ର ବ୍ୟକ୍ତି ତାଙ୍କଭିତରୁ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ ।୧ମ ବ୍ୟକ୍ତି ....

"ସେ କେବେ ଆସିବ ଆକଳନ କରିବା ଅସମ୍ଭବ । କିନ୍ତୁ ଆସିବ, ଏବେ ନୁହେଁ ତ କିଛି ସମୟ ପରେ , ଆଜି ନୁହେଁ ତ କାଲି , ଏଇ ବର୍ଷ ନୁହେଁ ତ କିଛିବର୍ଷ ପରେ । ସେ ତ ଏତେ ପୁରାତନ । କୁହତ କାହାର ଶକ୍ତି ଅଛି ତାକୁ ମାତ୍ ଦେଇପାରିବ ଏଇ ଅତ୍ୟାଧୁନିକ ଦୁନିଆରେ ଯିଏ ଆଜି ପୃଥିବୀରୁ ଯାଇମଙ୍ଗଳରେ ପହଞ୍ଚିଲାଣି । କିନ୍ତୁ 'ତା' ଆଗରେ ସମସ୍ତେ ବିବଶ କାହିଁକି ମନେ ହୁଅନ୍ତି । ସେ ନିଜକୁ ଏତେ ପାରଙ୍ଗମ କରିଛି ଯେ, ଏଇ ଅତ୍ୟାଧୁନିକ ଦୁନିଆରେ ନିଜର କାର୍ଯ୍ୟଦକ୍ଷତା ଅତି ଉତ୍ତମ ମାନରେ ପରିବେଷଣ କରିପାରୁଛି । କାରଣ ସତ୍ୟତା  ହିଁ ଧର୍ମ, ସତ୍ୟତା ହିଁ କର୍ମ, ସତ୍ୟତା ହିଁ ମୋକ୍ଷ ସର୍ବଦାସେ ଜପୁଥାଏ । ସତ୍ୟ ହିଁ ତା ଅସ୍ତିତ୍ବର କାରଣ । ସେ ମଧ୍ୟ ରୂପ ପରିବର୍ତ୍ତନ କରିବାରେ ପାରଙ୍ଗତା ହାସଲ କରିଛି । ଏବେ ଏଇ ଅତ୍ୟାଧୁନିକ ଦୁନିଆରେAI ର introduction ହେଇଗଲାଣି କିନ୍ତୁ କିଏ ତା ରୂପ ବର୍ଣ୍ଣନା କରିପାରିବ ।"


    ୨ୟ ସାଧୁ ବ୍ୟକ୍ତି ତା ବିଷୟରେ ବର୍ଣ୍ଣନା କରିବାକୁ ଆରମ୍ଭ କରିଦେଲେ ....

" ମୁଁ ଦେଖିଚି ତାକୁ । ସେ ପରା ଆରପଟୁ ଆସୁଥିଲେ, ମୋ ସାମ୍ନାରେ ସିଏ ମତେ ଅତିକ୍ରମ କରିଲେ । ଅଥଚ ତା ରୂପଟି ଭଲକି ଦେଖିପାରିଲିନି ।"


୩ୟ ବ୍ୟକ୍ତି....

"ମୁଁ କିଛିଦିନ ପୂର୍ବରୁ ଆମ ଗାଁ ପାଖରେ ଜଣକ ଘରେ ଦେଖିଥିଲି ସେ ସୂର୍ଯ୍ୟ ଉଇଁବାର ଦୁଇ ଘଡି ବାଦ୍ ଆସିଥିଲା, ଗାଁ ଟା ଯାକ ଲୋକ ହୋ ହାଲା କରିଯାଇଥିଲେ ତାକୁ ଦେଖିବାଲାଗି । ମୁଁ ମଧ୍ୟ ଯାଇଥିଲି ।"


୧ମ ବ୍ୟକ୍ତି ....

ଯଦି ଦେଖିଚ, ତାହାଲେ ନିଶ୍ଚିତ ତୁମେ ତାର ଛାୟା ଚିତ୍ର ତୁମ ଦୂରଭାଷରେ ଉଠେଇଥିବ,ଦେଖାଅ ତ ଦେଖିବା କେମିତି ତା ଚେହେରା ?


୩ୟ ବ୍ୟକ୍ତି ...

ଆଜ୍ଞା ନେଇଛି, କିନ୍ତୁ ତା'ର ଏଇ ଛବିରେ ଚିତ୍ର ନାହିଁ । ଆଜ୍ଞା ଆପଣ ଯାହା ତାଙ୍କ ବିଷୟରେ ଆବୃତି କରୁଥିଲେ (୧ମ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ) ସେଇ ସବୁଏବେ ମତେ ସତ୍ୟ ମନେ ହେଉଛି । ତଥାପି ଆପଣଙ୍କୁ ତା ଛବି ଦେଖେଇବାପାଇଁ ଚେଷ୍ଟା କରିବି ।


୧ମ ବ୍ୟକ୍ତି...

ଆଜ୍ଞା ଠିକ୍ଅଛି ଆପଣ ଚେଷ୍ଟା କରନ୍ତୁ ତା ଛବି ଆଣିବାପାଇଁ । କିନ୍ତୁ ମୋର ଦୃଢ ବିଶ୍ୱାସ, ଶତଚେଷ୍ଟା ପରେ ବି ଆପଣ ସଫଳ ହେବେନି । ଆପଣମାନେ ତେବେ ଘରକୁ ପ୍ରସ୍ଥାନ କରନ୍ତୁ, ମୁଁ ମଧ୍ୟ କରୁଛି ।


ଏହାପରେ ସାଧୁ ବ୍ୟକ୍ତି ଗଣ ଗୃହକୁ ପ୍ରସ୍ଥାନ କରିଗଲେ, ରହିଗଲି ମୁଁ । ସେମାନଙ୍କ ବାର୍ତ୍ତାଳାପ ସଂଜ୍ଞା ପାଇଲିନି । ସେମାନେ କାହା ଉଦ୍ଦେଶ୍ୟରେ ବାର୍ତ୍ତାଳାପକରୁଥିଲେ, ପ୍ରଶ୍ନବାଚୀ ହୋଇ ରହିଗଲା ।

କିଏ ସେ ବ୍ୟକ୍ତି ? କାହାର ସତ୍ୟତା ଅସ୍ତିତ୍ବର କାରଣ ? କିଏ ଅଦୃଶ୍ୟ ହେଇପାରିବ ଏଇ ଦୁନିଆରେ ? କାହାର ରୂପ ବର୍ଣ୍ଣନା କରିବା ଅସମ୍ଭବ ? ଏମେତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥାଏ , ସେ ସ୍ଥାନ ପରିତ୍ୟାଗ କରି କଟକ ଅଭିମୁଖେ ବାହାରିଲି ।


କଟକରେ ପହଞ୍ଚି, ନିଜକୁ ସାଷ୍ଟାଙ୍ଗ କରି ଭୋଜନ ଗ୍ରହଣ କରି ବିଶ୍ରାମ କରୁଥାଏ । ବୈଶାଖ ମାସର ଦୁଇ ପ୍ରହର , ଗ୍ରୀଷ୍ମ ପ୍ରବାହର ପ୍ରଖରତା ପାରଦକୁ ତରଳାଇ ତାପମାନ ଯନ୍ତ୍ରର ଉର୍ଦ୍ଧରେ ପହଞ୍ଚାଇ ସାରିଥାଏ । ଚଉ ଦିଗ ନିସ୍ତବ୍ଦ ନିର୍ଜନ, ସେଇ ନିସ୍ତବତାକୁ ଅଧିକ ନିବିଡ କରୁଥାଏ ସାଧୁଜନ ମାନଙ୍କର ଅବୁଝା ବାର୍ତ୍ତାଳାପ  । ଏହି ସମୟରେ ପାଉଁଜିର ରୁଣୁଝୁଣୁ ଶବ୍ଦ ନିସ୍ତବତାକୁ ଚିରି ଶୟନ କକ୍ଷ ଆଡକୁ କ୍ଷିପ୍ର ଗତିରେ ମାଡିଆସିଲା । ସେ ପାଉଁଜି ଧାରକ ହେଉଛନ୍ତି ଅର୍ଦ୍ଧାଙ୍ଗିନୀ । 


ଚିରାଚରିତ ଢଙ୍ଗରେ ଘର କାମ ସାରି ଶୟନ କକ୍ଷକୁ ପସୁପସୁ କବିତା ପାଠ କରିବା ଅରମ୍ଭ କରିଦେଲେ । ନୂଆ ନୂଆ କବିତା ଲେଖା ଆରମ୍ଭ କରିଛନ୍ତି ତ , ତାଙ୍କ କବିତା କେହି ସୁଣନ୍ତିନି । ଶେଷରେ ମୋ ପାଖରେ ହିଁ ପାଠ କରନ୍ତି , ମୁଁ ମଧ୍ୟ ଶୁଣେନି  କିନ୍ତୁ ଶୁଣିଲା ଭଳି ଅଭିନୟ କରେ । ଯଦି ନଶୁଣିବି ...... ଅବସ୍ଥା ଖରାପ ହେଇଯିବ , ନା ରାତ୍ରି ଭୋଜନ ନା ସକାଳ ଜଳଖିଆ ସବୁ ବନ୍ଦ୍ । ଇଛା ନଥାଇ ତାଙ୍କ କବିତା ଶୁଣିବାର ନାଟକ କରିବାକୁ ପଡେ । ସେକବିତା ଶୁଣେଇବାକୁ ଲାଗିଲେ । ସେଦିନ ତାଙ୍କ କବିତାଟି କିନ୍ତୁ ଧ୍ୟାନ ଆକର୍ଷଣ କରିଲା । ସବୁ ଭୁଲି ତାଙ୍କ କବିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କଲି । କବିତାଟି ସାଧୁଜଣଙ୍କ ଅବୁଝା ବାର୍ତ୍ତାଳାପ ସହ ସାମଞ୍ଜସ୍ୟ ରଖୁଥିଲା । ଆଶ୍ଚର୍ଯ୍ୟ ହେଇ ଅର୍ଦ୍ଧାଙ୍ଗିନୀଙ୍କ ମୁଖମଣ୍ଡଳକୁ ଅବୋଧ ଶିଶୁ ଭଳି ଚାହିଁ ରହିଥାଏ, ଏହା ଦେଖି ସେ ପ୍ରଶ୍ନ କଲେ ଏମିତି କଣ ଚାହିଁଛ ତଟକା ପରି ? କିଛି ଉତ୍ତର ନଦେଇ ମଉନ ରହିଲି । ଉତ୍ତର ନପାଇ ସେ ରୋଷେଇ ଘର ଦିଗରେଚାଲିଗଲେ । ମୁଁ ଶୋଇରହି ତାଙ୍କ କବିତାଟିର ଅର୍ଥ ବୁଝିବାପାଇଁ  ମନେମନେ କବିତାଟି ବାରମ୍ବାର ମୂଳରୁ ଶେଷ ପଢୁଥାଏ । ତାଙ୍କ କବିତାଟି ଥିଲା ଏମିତି....


କର୍ମ ହିଁ ଜାତି 

କର୍ମ ହିଁ ଧର୍ମ 

କର୍ମ ହିଁ ବର୍ଣ୍ଣ ମୋର ।।


କର୍ମ ହିଁ ସତ୍ୟ 

କର୍ମ ହିଁ ନିତ୍ୟ 

କର୍ମ ହିଁ ଚିରନ୍ତନ ମୋର ।।


କର୍ମ ହିଁ ଗାଳ୍ପିକ 

କର୍ମ ହିଁ ଲେଖକ 

କର୍ମ ହିଁ ଉପନ୍ୟାସ ମୋର ।।


କର୍ମ ହିଁ ପରିବାର 

କର୍ମ ହିଁ ଘର 

କର୍ମ ହିଁ ଠିକଣା ମୋର ।।


କର୍ମ ହିଁ ସଖା 

କର୍ମ ହିଁ ବନ୍ଧୁ 

କର୍ମ ହିଁ ପ୍ରେମିକ ମୋର ।।


କର୍ମ ହିଁ ଲୋଭ 

କର୍ମ ହିଁ କ୍ରୋଧ 

କର୍ମ ହିଁ ମାତ୍ସର୍ଯ୍ୟ ମୋର ।।


କୁତ୍ସିତ ମୋ ରୂପ, ସେ ଅବର୍ଣ୍ଣିତ 

କଳୁଷିତ ମୋ କର୍ମ, ସେ ଅବ୍ୟାଧିତ 

କର୍ମ ହିଁ ପରିଚୟ ମୋର ।।

  

ଏହି କବିତାଟି ମୂଳରୁ ଶେଷ ଯାଏ ବାରମ୍ବାର ମନରେ ଉଚ୍ଚାରଣ କରି ତାର ଅର୍ଥ ଖୋଜିବାରେ ବ୍ୟସ୍ତ କିନ୍ତୁ ପାଉ ନଥାଏ । ସାହସ ମଧ୍ୟ ନାହିଁ କବିତାର ଅର୍ଥ ତାଙ୍କୁ ପଚାରିବା ପାଇଁ । ଯଦି ବା ପଚାରି ଦେବି ସେ କହିବେ "ଏତେ ଲେଖା ଲେଖି କରୁଛ, ଅଥଚ ଏଇ ଛୋଟ କବିତାଟିକୁ ଆବୃତି କରି ଅର୍ଥ ବୁଝିପାରୁନ !" ଧିକ ତୁମ ଲେଖକ ପଣିଆ । କବିତାର ଅର୍ଥ ଆଜି ଯାଏ ପଚାରିନି , ସାଧୁ ବ୍ୟକ୍ତିମାନଙ୍କ ର ବାର୍ତ୍ତାଳାପର ବିକ୍ତିତ୍ଵ କିଏ ମଧ୍ୟ ପ୍ରଶ୍ନବାଚୀ ହେଇରହିଯାଇଛି ।କବିତାଟି କାହା ଉଦ୍ଦେଶ୍ୟରେ ଲେଖା ଅଛି ଏବଂ କାହାର ପରିଚୟ କର୍ମ ? କାହାର ଅସ୍ତିତ୍ବ ସତ୍ୟ ? ଅନେକ ପ୍ରଶ୍ନ ମରୀଚିକା ସାଜି ମନର ଅରଣ୍ୟରେ ଘୁରିବୁଲିଚି ଅନାୟାସେ । 



Rate this content
Log in

More oriya story from ସୁଧିର କୁମର ତରାଇ

Similar oriya story from Fantasy