The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ସୁଧିର କୁମର ତରାଇ

Others

3  

ସୁଧିର କୁମର ତରାଇ

Others

ଚିତ୍ରକଳ୍ପ

ଚିତ୍ରକଳ୍ପ

5 mins
530


ପୂର୍ବ ଦିନମାନଙ୍କ ଭଳି ବେଳା ଭୂମିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଥାଏ। ସାଙ୍ଗରେ କେହି ନ ଥାନ୍ତି। ପରିବାର ସଦସ୍ୟ ସମସ୍ତେ ଗାଁ ରେ ଏବଂ ବନ୍ଧୁ ସମସ୍ତେ ବ୍ୟସ୍ତ, ତେଣୁ ଏକା ଏକା ବେଳା ଭୂମିର କୋଳରେ ବୁଲୁଥାଏ। ଭ୍ରମଣର ସବୁ ସମୟରେ ମୋ ପକେଟ୍ ରେ ଗୋଟେ ପକେଟ୍ ଡାଏରୀ ଏବଂ ପେନ୍ ରଖେ ସେ ଦିନ ମଧ୍ୟ ଥିଲା। କବିତା ଲେଖା ପ୍ରତି ମୋର ଭାରି ଦୁର୍ବଳତା ସେଥି ଲାଗି ରଖିଥାଏ। କବିତା ପଙ୍କ୍ତି ଯଦି ମନକୁ ଆସେ କାଳ ବିଳମ୍ବ ନକରି ଲେଖି ପକାଏ ସେ ଡାଏରୀ ରେ।

 

ଗୋଧୂଳି ବେଳା ଶେଷ ପ୍ରାୟ, ଦିବାକରଙ୍କୁ ଦିଗ୍‌ବଳୟ ଚାଦର ଘୋଡାଇ ଦେଇଛି। କିନ୍ତୁ ଚାଦର ଚିରି ସ୍ଵଳ୍ପ ରଶ୍ମି ଦିଗବଳୟ ଫାଙ୍କରୁ ବିଚ୍ଛୁରିତ। ମୁକ୍ତ ବିହଙ୍ଗ ଗଣ ଡେଣା ଝାଡି ସେହି ଦିଗରେ ଉଡି ଯାଉଛନ୍ତି। ଏହି ମଞ୍ଜୁଳ ଦୃଶ୍ୟକୁ ସାଗରର ଘନ ନୀଳ ଢେଉର ମୂର୍ଚ୍ଛନା ଆହୁରି ନିବିଡ କରୁଛି। ହୃଦୟ ଏବଂ ମନ ଅଟକି ଯାଇଛି ଦିଗବଳୟ ର ଈଷତ୍ ଲାଲ ରଙ୍ଗ ଓ ସାଗରର ଘନ ନୀଳ ଢେଉର ମନୋରମ ଦୃଶ୍ୟର ନିବିଡ ତା ମଧ୍ୟରେ । ସମୟର ଅନ୍ତରାଳେ ସାଗର ବକ୍ଷରୁ ବହି ଆସୁଥିବ ମୃଦୁ ସମୀର ଶରୀରରେ ଶି ହରଣ ଖେଳାଇ ଦେଇ ଯାଉଥାଏ। ଅକସ୍ମାତ୍ ମନର ଗହନତା ଭେଦ କରି, ଉପଭୋଗର ମାଦକତା ଭଙ୍ଗ କରି, ତରଙ୍ଗାୟିତ ହୃଦୟର ସ୍ପନ୍ଦନକୁ ତୀବ୍ର କରିଦେଇ ମୟାବୀ ମରୀଚିକା ସଦୃଶ ଚଳ ଚଞ୍ଚଳ ଅସ୍ପଷ୍ଟ ଛବି ଆଖି ପରଦାରେ ସଞ୍ଚରଣ ହେଲା। ସ୍ଵଳ୍ପ ସମୟ ସ୍ଥାଣୁ ପାଲଟାଇ ଦେଲା ଏବଂ ସ୍ପନ୍ଦନର ତୀବ୍ର ପ୍ରତିଧ୍ବନି କର୍ଣ୍ଣ ଦ୍ବାର ଦେଶରେ ପ୍ରତିଧ୍ବନିତ ହେଉଥାଏ।

 

ଇତିମଧ୍ୟରେ ମନ ଓ ମସ୍ତିଷ୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହେଇ ସାରିଛି ଛବି ଟିକୁ ନେଇ।

ଏ ଛବିଟି କାହାର?

ଛବିଟି ଅତି ମନଲୋଭା କିନ୍ତୁ ଅତୀତରେ କେବେ କେଉଁଠି ଦେଖିନି!

ଛବିର ମୁଖମଣ୍ଡଳ କାହିଁକି ଅସ୍ପଷ୍ଟ ଦିଶୁଛି?

ଏମିତି କିଛି ପ୍ରଶ୍ନକୁ ନେଇ।

କିଛି ସମୟର ବ୍ୟବଧାନରେ ହୃଦୟରୁ ଏକ ସ୍ଵର ଶୁଭିଲା ।

"ଛବିଟି ଯାହାର ବି ହେଉ, ତାର ଚିତ୍ରାଙ୍କନ ରୂପ ଦେବା"

 

ହୃଦୟର କଥା ମାନି ବେଳା ଭୂମିର ଜନାରଣ୍ୟ ତ୍ୟାଗ କରି, ଏକ ନୀଭୃକ୍ତ କୋଣକୁ ଗମନ କଲି। ଚିତ୍ରାଙ୍କନ କଷ୍ଟ ମନେ ହେଉଥିଲେ ମଧ୍ୟ ଛବିର ଚିତ୍ର ଆଙ୍କିବାକୁ ପ୍ରୟାସ କଲି ମନରେ ସାହସ ବାନ୍ଧି। ଗୋଧୂଳି ବେଳା ଶେଷ ହେଇ ଅନ୍ଧାରର ନିବିଡ ତା ବଢି ଯାଇଥାଏ, ବେଳାଭୂମି କୃତ୍ରିମ ଆଲୋକରେ ଆଲୋକିତ। ଛବିର କିଛି ଅଂଶ ଅଙ୍କା ସରି ଯାଇଥାଏ, ଜଳଧି ପତିଙ୍କ ଆଗମନ ହେଇ ଗଲା। ପାଖରେ ଛତା ନଥିବାରୁ, ଗାଡି ରଖାଯାଇଥିବା ସ୍ଥାନକୁ ଧାଇଁଗଲି ।

 

ଗାଡିରେ ବସି ଚିନ୍ତା ଅନୁଚିନ୍ତା କଲି ଛବିର ବାକି ରହିଥିବ ଅଂଶକୁ କେଉଁଠି ଆଙ୍କିବି। ଏଇଠି "ବେଳାଭୂମିରେ କୋଳରେ ନା ଘରେ" ।

ସ୍ଵଳ୍ପ ଅପେକ୍ଷା ପରେ ବର୍ଷା କମ୍ ନହେବାରୁ ଘରକୁ ଫେରି ଯାଇ ଛବିଟି ଆଙ୍କିବା ଭାବି ଗାଡି ଚାଳନା ଆରମ୍ଭ କଲି ଘର ଦିଗରେ।

ଫେରିବା ବାଟରେ ଟିକେ ବିଷାଦ ଭାବନା ଆସୁଥାଏ ମନରେ,

"ଛବିର ଚିତ୍ରପଟ ମଳିନ ହୋଇଯିବନି ତ" ଘରେ ପହଞ୍ଚିଲା ବେଳକୁ।

ଅଧା ଅଙ୍କା ଛବି ଅଧାରେ ରହିଯିବନି ତ।

ଏମିତି ଭାବନାରେ କିଛି ପଥ ଅତିକ୍ରମ କରିଛି ବର୍ଷା ଜଳଧାରା ବଢିବାକୁ ଲାଗିଲା ତା ସହ ତାଳ ଦେଇ ମନର ଉତ୍ସାହ ମଧ୍ୟ ବଢିବାକୁ ଲାଗିଲା ଛବିଟି ଚିତ୍ରାଙ୍କନ ରୂପ ଦେବା ପାଇଁ।

 

ଅଧା ପଥ ଅତିକ୍ରମ କରିସାରିଛି, ଏକ ଦୁଇ ଚକିଆ ଜାନ ଦ୍ରୁତଗତିରେ ଆସି ହଠାତ୍ ମୋ ପଥ ରୋଧ କରି ରହିଗଲା। ମୁଁ ମଧ୍ୟ ତାକୁ ଅନୁଧ୍ୟାନ କରି ମୋ ଜାନର ବେଗ ଶୁନ୍ୟ କରିଦେଲି। ମୋ ଜାନର ବେଗ ଶୁନ୍ୟ ହେବା ଠିକ୍ ପରେ ହଟାତ୍ ଜାନଟି ଠେଲି ହେଇ ଆଗକୁ ଯିବାକୁ ଲାଗିଲା। ମୋ ଦକ୍ଷିଣ ପାର୍ଶ୍ଵ ଦ୍ବାର ରେ ଏକ ବିଶାଳ କାୟ ଜାନ ଧକା ଦେଇ ମୋ ଗାଡିକୁ ଆଗକୁ ଠେଲି ନଉଛି। ସେ ଦୃଶ୍ୟ ଦେଖି ମୋ ଚକ୍ଷୁ ଚିତ ହେଇ ଗଲା। ବିଚଳିତ ହେଇ ୟହ ଦେବତାଙ୍କୁ ସ୍ମରଣ କରିବାକୁ ଲାଗିଲି। ଯାନ ସ୍ଥିର ହେବା ପରେ ଚକ୍ଷୁ ଖୋଲି ଦେଖିବାକୁ ପାଇଲି ସୁରକ୍ଷା କର୍ମଚାରୀ ମତେ ଯାନ ଭିତରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ଏବଂ ‍‍ଜଣେ ଅଧିକାରୀ ବିଶାଳ ଯାନର ଚାଳକକୁ ଜେରା କରୁଛନ୍ତି। ମତେ ଯାନରୁ ବାହାର କରି ଫାଣ୍ଡିକୁ ନିଆଗଲା, ମୋର କିଛି ହେଇ ନଥାଏ, ମୋ ଯାନର କ୍ଷତି ବହୁତ।


ଫାଣ୍ଡିଟି ଘଟଣା ସ୍ଥଳ ସମ୍ମୁଖରେ ତେଣୁ ସେଠି ଆମ ଦୁଇଜଣଙ୍କୁ ନିଆଯାଇ ଆଉଥରେ ଜେରା କରାଗଲା, ଭୁଲ ଓ ଠିକ କାହାର ଜାଣିବାପାଇଁ। ଏକ ପ୍ରତ୍ୟକ୍ଷଦର୍ଶୀ ସବୁ ସତ୍ୟା ସତ୍ୟ ବର୍ଣ୍ଣନା କଲେ ଅଧିକାରୀଙ୍କ ସମ୍ମୁଖରେ ଏବଂ ଭୁଲ ଠିକର ସମାଧାନ ମିଳିଗଲା ଅଧିକାରୀଙ୍କୁ। ନିକଟସ୍ଥ ଥାନକୁ ଅଧିକାରୀ ଜଣଙ୍କ ଆମକୁ ସ୍ଥାନାନ୍ତରଣ କରିଦେଲେ ଏବଂ ସେଠି ମୋ ଜାନର କ୍ଷତିପୂରଣ ଦିଆଯାଇ ମତେ ଛାଡି ଦିଆଗଲା। ଭୟର ବାଦଲ ମଧ୍ୟରେ ମନରେ ଉଙ୍କି ମାରୁଥିବା ଅସ୍ପଷ୍ଟ ଛବିର ଚିତ୍ରପଟ ମଳିନ ହେଇ ଯାଇଥାଏ ଏବଂ ଶରୀରରୁ ଝାଳ ଗମ ଗମ୍ ବହିବାରେ ଲାଗିଥାଏ। ଇତି ମଧ୍ୟରେ ଜଣେ ସହ କର୍ମଚାରୀ ପହଞ୍ଚି ଯାଇଥିଲେ ଥାନାରେ, ତାଙ୍କ ଯୋଗେ କମ୍ପାନୀ ପ୍ରଦତ୍ ବାସ ଗୃହକୁ ଫେରିଲି।

 

ସମୟ ପ୍ରାୟ ରାତି ୧୧ଟା, ଗୃହରେ ପହଞ୍ଚି ଶୋଇବାକୁ ପ୍ରୟାସ କରୁଥାଏ। ଭୟର ବାଦଲ ଏମିତି ଛାଇ ଯାଇଥାଏ, ଶରୀରରୁ ସବୁ କିଛି ହଜିଯାଇ କେବଳ ସନ୍ଧ୍ୟାର ଦୁର୍ଘଟଣା ପୁନରାବୃତ୍ତି କରାଉଥାଏ। ରାତି ଦୁଇ ପ୍ରହର ଏମିତି କଟିଗଲା ଏବଂ ନିଦ ମାଉସୀଙ୍କ ଆଗମନ ହେଲା। ତାଙ୍କ କୋଳରେ ଚେତନା ଶୂନ୍ୟ ହୋଇଗଲି। ଅଚେତନାର ନିବିଡତାକୁ ଭେଦ କରି ସ୍ଵପ୍ନ ରମଣୀଙ୍କ ଆଗମନ ହେଇ ଗଲା। ସାଥିରେ ନେଇଆସିଥିଲେ ଗୋଧୂଳି ବେଳାରୁ ଘଟିଯାଇଥିବା ଘଟଣାମାନକୁ। ବରମ୍ବାର ଆବୃତି କରାଉଥିଲେ ଆଖି ପରଦାରେ। ହଠାତ୍ ବେଳାଭୂମିରେ ଅସ୍ପଷ୍ଟ ଚିତ୍ର ପରି ଛବିଟା ସ୍ଵପ୍ନ ରାଜ୍ୟର ସୀମା ଉଲଂଘନ କରି ମନର ରାଜଧାନୀରେ ପ୍ରବେଶ କଲା। ତାର ଅସ୍ପଷ୍ଟ ସ୍ଵର ତ୍ଵରାନିତ ହେଉଥିଲା, କିଛି ବ୍ୟକ୍ତ କରିବାକୁ ପ୍ରୟାସ କରୁଥିଲେ। ତା ପ୍ରୟାସରେ ବାଧା ଦେଇ ମନରେ ଉଙ୍କିମାରୁଥିବା ପ୍ରଶ୍ନ ମାନ ପଚାରିବାକୁ ଆରମ୍ଭ କରିଦେଲି।

 

ପ୍ର:- ଅତୀତରେ କେବେ ଆପଣ ଦର୍ଶନ ଦେଇଛନ୍ତି କି? ଆପଣଙ୍କ

ଶରୀର ମନୋରମ ଦିଶୁଛି କିନ୍ତୁ ମୁଖମଣ୍ଡଳ ଅସ୍ପଷ୍ଟ କାହିଁକି ?

ଉ:- ଅତୀତରେ ସାକ୍ଷାତ ହେଇଛି ତୋ ସହ।

ବେଳାଭୂମିରେ ତୋ ଚକ୍ଷୁରେ ଚିତ୍ରାୟିତ ହେଇଥିବା ଛବି ମୁଁ।

ମୋର କିଛି ନିର୍ଦ୍ଦିଷ୍ଟ ରୂପ ନାହିଁ, ସେଥିପାଇଁ ମୋ ମୁଖମଣ୍ଡଳ ଅସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା।

 

ପ୍ର:- ମୋ ସହ ଆପଣଙ୍କ ସମ୍ପର୍କ କଣ? ଆପଣ କାହିଁକି ମୋ କାର୍ଯ୍ୟରେ ବାଧା ଉତ୍ପନ୍ନ କରି ଅସମୟରେ ଆସନ୍ତି ମୋ ମାନସ ପଟ୍ଟରେ ?

ଉ:- ମଧୁ ସହ ମଧୁ ମକ୍ଷି ଏବଂ ଫୁଲ ସହ ଭ୍ରମରର ଯାହା ସମ୍ପର୍କ ତାହା ତୋ ମୋ ଭିତରେ ସମ୍ପର୍କ। ମୋ ଆତ ଯାତ ର କିଛି ସମୟ କାଳ ନାହିଁ। କାଳର ବଶ ମୋ ଉପରେ ନାହିଁ, ତା ଚକ୍ର ମୋ ଆଗମନେ ସ୍ତବ୍ଧ ଓ ସେ ମୋର ଦାସ।

 

ପ୍ର:- ଆପଣଙ୍କ କାଳ ଯଦି ଦାସ, ଦୁର୍ଘଟଣା ସମୟରେ ଆପଣ କେଉଁଠି ଥିଲେ? ତାପରେ ମଧ୍ୟ ଆପଣଙ୍କ ଦର୍ଶନ ମିଳି ନଥିଲା ଓ ଚିତ୍ରାଙ୍କନ ଅଧାରେ ରହିଗଲା।

ଉ:- ତୋ ଦୁର୍ଘଟଣା ସମୟରେ ତୋ ସାମ୍ନାରେ ଥିଲି ଦୁଇ ଚକିଆ ଜାନ ରୂପରେ ଏବଂ ତୋ ପଛପଟରେ ସେ ବିଶାଳ କାୟ ଲୌହ ଦାନବ ରୂପରେ ଥିଲି। ତୁ ଯାହାକୁ ବିଶାଳ ଜାନ ସମ୍ବୋଧନ କରୁଥିଲୁ।

 

ପ୍ର:- ଆପଣଙ୍କ ପରିଚୟ କଣ?

ଉ:- ମୁଁ ଜୀବନ ମୁହାଣରେ ଘଟ ତରଣିର ନାଉରି । ମୋ କାମ ପ୍ରତ୍ୟେକ ଜୀବର ଆତ୍ମାକୁ ଏକ ଘଟରୁ ଅନ୍ୟ ଘଟକୁ ପାରି କରିବା। ମୁଁ ଏକ କଟୁ ସତ୍ୟ। ଏବେ କଣ ମୋ ପରିଚୟ ଆଉ ବିସ୍ତର ରୁପେ ବୁଝାଇବାକୁ ପଡିବ?


           ଉତ୍ତର ଦେଇ ସାରି ଅନ୍ତର୍ଦ୍ଧାନ ହେଇଗଲେ। ମୋ କର୍ଣାଦ୍ୱାରଦେଶର ତାଙ୍କ ଅସ୍ପଷ୍ଟ ଅବ୍ୟକ୍ତ କଥା ଏବେ ସ୍ପଷ୍ଟ ତ୍ଵରାନିତ ହେଇଯାଉଛି।


"ପୁଷ୍କରରୁ ରସାତଳ ସର୍ବତ୍ର ବିଦ୍ୟମାନ
ଯାମ ସାଜେ କିଙ୍କର
ହୁଏ ଯେବେ ମୋ ସମ୍ମୁଖୀନ।।

କରାଳ କଳୁଷିତ ମୋ ଶୀତଳ ଆଲିଙ୍ଗନ
ନିଖିଳ କାଳ କଳ୍ପ ସମାନ
ଯେବେ ହୁଏ ଜୀବନ ମୁହାଣରେ ସ୍ପଳନ।।

ମୋ କୋଳାଗ୍ରାତେ
ତନୁ ହୁଏ ଜନ ଭିନ୍ନ
ସର୍ବ ଅଳିକ ମଧ୍ୟରେ
ମୁଁ ଏକ କଟୁ ସମୀଚୀନ"।।


ଛବିର ଉତ୍ତରରେ ମୋ ଶ୍ୱାସରୁଦ୍ଧ ହୋଇ ବାସ୍ତବ ଚେତନାକୁ ପ୍ରତ୍ୟାଗମନ କରିଲି। ଶରୀର ମଧ୍ୟରେ ଭୟର ଶିହରଣ ଖେଳୁଛି ଏବଂ ମନ ଦ୍ଵନ୍ଦରେ। ଶେଯରୁ ଉଠିଯାଇ ସାଷ୍ଟଙ୍ଗ ହେଲି । ନିଜକୁ ନିଜେ ପ୍ରଶ୍ନ ପଚାରିବାକୁ ଲାଗିଲି।


"ସ୍ଵପ୍ନ ଥିଲା ନା ସତ"?

ବେଳା ଭୂମିର ଛବି ଏବଂ ସ୍ୱପ୍ନର ଛବି ଏକ ନା ଅନେକ!

ମନ ମସ୍ତିଷ୍କ ଦୁହେଁ ଅସ୍ତିର, ଭୟର ଅନ୍ଧକାର ରାତିର ଅନ୍ଧକାର ଠାରୁ ଆହୁରି ନିବିଡ଼ ଲାଗୁଥାଏ।

ଶୟନ କକ୍ଷରେ ଏକା ଏକା ବସି ଭାବୁଥାଏ, ଯାହାର ଛବି ଆଙ୍କୁଥିଲି ସେ କଣ୍ ସତରେ "ମୃତ୍ୟୁ"?

ନା ମୋ ମନର ଭ୍ରମ !

ନା ଭୟରେ କରିଥିବା କଳ୍ପନା!


ସେଇ ପ୍ରଶ୍ନ ମୋ ମନରେ ବସା ବାନ୍ଧି ରହିଯାଇଛି, ଯାହାର ଉତ୍ତର ମୁଁ ଖୋଜି ପାଉନି। ଖୋଜିବାକୁ ପ୍ରୟାସ ମଧ୍ୟ କରୁନି।

ଛବିର ଦର୍ଶନ ସ୍ୱପ୍ନରେ ଶେଷଥର ପାଇଁ କରିଥିଲି। ସେବେଠୁ ନା ସ୍ୱପ୍ନରେ ଦେଖିଚି ନା ବାସ୍ତବରେ। ଅଙ୍କୁଥିବା ଚିତ୍ର ଆଜି ମଧ୍ୟ ଅଧାରେ ଅଛି, ପୂର୍ଣ୍ଣ କରିବାକୁ ଚେଷ୍ଟା ମଧ୍ୟ କରିନି।



Rate this content
Log in