ସୁଧିର କୁମର ତରାଇ

Others

4.0  

ସୁଧିର କୁମର ତରାଇ

Others

ଶେଷ ଚିଠି

ଶେଷ ଚିଠି

1 min
530


ମୋର ତୁମକୁ କିଛି କହିବାର ଥିଲା | ବହୁତ ଥର ଚେଷ୍ଟା ମଧ୍ୟ କରିଛି ତୁମକୁ କହିବା ପାଇଁ | କିନ୍ତୁ ତୁମ ସମ୍ମୁଖରେ ଛିଡା ହେଲା ପରେ ମନଭିତରେ ଅନେକ ଭାବନା ଆସେ, କିଛି ଅତ୍ୟନ୍ତ ଆମୋଦର କିଛି ବିଷାଦର | ଆଉ ମୁଁ ସ୍ଥାଣୁ ପାଲଟି ତୁମ ହସ ହସ ବଦନକୁ ଚାହିଁରହେ | କେତେବେଳେ ହସିଦିଏ ତ କେତେବେଳେ ଲୋତକର ଅମାନିଆ ଢେଉ ଆଖିର ଦୁର୍ବଳ ବନ୍ଧ ଭାଙ୍ଗି ବହିଯାଏ , ମନର କଥା ମନରେ ହିଁ ରହିଯାଏ | ଶତଚେଷ୍ଟା ପରେ ମଧ୍ୟ ପ୍ରକାଶ କରିପାରିଲିନି ମନର ଭାବନା ତୁମ ସାମ୍ନାରେ | ମନରେ ଲଗାମ କଷି ଆଜି ଲେଖୁଛି ଏ ଚିଠିଟିଏ ତୁମ ଉଦ୍ଦେଶ୍ୟରେ |


ସେ ଆମୋଦର କଥାଟା କଣ ଜାଣିଛ ! ମନର ଗହନ ମାଣ୍ଡିଆ କ୍ଷେତ ମଝିରେ ସୋରିଷ ଗଛଟେ ପରି ତୁମେ ଦଣ୍ଡାୟମାନ | ପବନର ଢେଉରେ ଢେଉ ଢେଉକା ଖେଳିବାରେ ମାଜିଯାଅ, ସେତେବେଳେ ତୁମ ମୂଖ ନିସୃତ ଶବ୍ଦ ସବୁ ସୋରିଷ ଫୁଲ ପରି ଝଡ଼ିପଡ଼େ, ଆଉ ବାସ ମୁଁ ତାକୁ ସାଉଁଟିବାରେ ମଗ୍ନ ହେଇଯାଏ | ସାଉଁଟି ସାରି ହୃଦୟର ମନ୍ଦିରରେ ସ୍ଥାପନ କରିଥିବା ତୁମ ପ୍ରତିମୁର୍ତ୍ତି ର ପାଦତଳେ ସଜାଇଦେଇ ଚକ୍ଷୁ ଚରଣକରୀ ଉତ୍ଫୁଲିତ ହେଇଯାଏ | ମନର ସେଇ ପ୍ରସନ୍ନତା ପ୍ରସ୍ପୁଟିତ ହେଇଯାଏ ଅଧର ଉପରେ | ଗୁହାରୀ କରିଦିଏ କାଳର ପାଦତଳେ, ଟିକେ ରଖିଯାଅ ହେ ସମୟ ମୁଁ ଛାପିଦିଏ ତାର ନିଖୁଣ ଛବି ମୋ ହୃଦୟର ସାଧା କାଗଜରେ | 


ନିମିଶେକ ମଧ୍ୟରେ ମନର ଆକାଶରେ ଅଜଣା ଭୟର କାଳବୈଶାଖୀ ଆସିଯାଏ, ଭରିଦିଏ ପ୍ରମୋଦର ଝଡ| ଭାସିଆସେ ବିଷାଦର ବାଦଲ ମନର ଆକାଶକୁ, ଲୁଚିଯାଏ ଆମୋଦର ଭାନୁ | ସେଇ ଅନ୍ଧକାର ମଧ୍ୟରେ ମାଡିଆସେ ବିଷାଦର ଭୁତ, ଆଉ ଭାବିବାକୁ ବାଧ୍ୟ କରାଏ "ମୁଁ ତୁମକୁ ମୋ ମନର କଥା କହିଦେବି ତୁମେ କଣ ଭାବିବ, ଯଦିବି ତୁମେ ମୋତେ ଆପଣେଇ ନିଅ ଏଇ ସମାଜ କଣ ଆପଣେଇବ ଆମ ସମ୍ପର୍କକୁ, ଯଦି ତୁମେ ନ ଆପଣେଇଲ କଣ ଆମ ପିଲାଦିନର ବନ୍ଧୁତ୍ୱ ଏଇଠି ଶେଷ ହେଇଜିବ" | ଏମିତି ସବୁ ଆଶଙ୍କାର ଝଡ ତାଣ୍ଡବ ଚକ୍ଷୁ ଦ୍ୱାରରେ ତ୍ୱରିତ ହୁଏ | ସେତେଵେଳବ ତୁମେ ପଚାର କଣ ହେଲାକି, କିନ୍ତୁ ମୁଁ ତାକୁ ଲୁଚେଇ କୁହେ କିଛି ଗୋଟେ ପଡିଗଲା ଆଖିରେ | ତୁମେ କୁହ ଦେଖାଅ ମୁଁ କାଢ଼ିଦେବି | ସେତିକି କଥା ଶୁଣିବା ପରେ ମନର ଝଡ ମଳିନ ପଡ଼ି ନୂଆ ଆଶା କିରଣ ଦିଶିଯାଏ |

ଆଉ ଥରେ ଆରମ୍ଭ ହେଇଯାଏ ସୋରିଷ ଫୁଲର ସାଉଁଟା |


ଏଇ ସବୁ ଭାବନା କ୍ଷଣକ ମଧ୍ୟରେ ମନଭିତରେ ଘୁର୍ଣ୍ଣିବାତ୍ୟା ସୃଷ୍ଟିକରେ, ଆମୋଦ ପ୍ରମୋଦର ଦ୍ଵନ୍ଦ ମଧ୍ୟରେ ମନକଥା ରହିଯାଏ ମନରେ | ଏଇ ଚିଠି ଲେଖିବାର ମହତ୍ୱ, ଜାଣିବାର ଅଛି ତୁମେ କଣ ଭାବୁଛ ଆମର ସମ୍ପର୍କ ବନ୍ଧୁତ୍ୱର ନା ତା' ଠୁ ଉର୍ଦ୍ଧରେ ଅନ୍ୟ କିଛି | ମୁଁ ତୁମ ଉତ୍ତର ଅପେକ୍ଷାରେ | 


ମୋର ଗୋଟେ ଅନୁରୋଧ ରକ୍ଷା କରିବ, ଚିଠିଟି ପଢିଲା ପରେ ଦୟାକରି ରାଗିବନି | ମତେ ଆପଣାଅ ଅବା ନଆପଣାଅ , ଆମର ପିଲାଦିନର ବନ୍ଧୁତ୍ୱ ସେମିତି ରକ୍ଷାକରିବ ଯେମିତି ଠିକ ଏଇ ଚିଠି ପଢିବା ପୂର୍ବରୁ ଥିଲା | 

                                    ଇତି 

            ତୁମର ............................

            ଖାଲି ତୁମର 

ଇଏ ଥିଲା  ପ୍ରଥମ ହାତଲେଖା ଚିଠି | ଯାହାକି ଏବେବି ସାଇତି ରଖିଛି | ଯାହା ତୁମକୁ ଦେଇପାରିନି ଆଜିଯାଏ |ଦେବା ପୂର୍ବରୁ ତୁମେ ଠିକଣା ବଦଳିଗଲା , ଜାଣିଛି ତୁମ ଠିକଣା କେଉଁଠି | କିନ୍ତୁ ସେ ଠିକଣାରେ ପ୍ରେମର ଚିଠି ଯାଏନି | ଯାଏ ଖାଲି ଆତ୍ମା | 



Rate this content
Log in