Siddhartha Tripathy

Abstract Romance Tragedy

3  

Siddhartha Tripathy

Abstract Romance Tragedy

ପ୍ରେମପତ୍ର

ପ୍ରେମପତ୍ର

3 mins
180



ଯୁଗ ବଦଳିବା ସହ ପ୍ରେମର ସଂଜ୍ଞା ବଦଳିଛି। ପ୍ରେମପତ୍ର ପରିବର୍ତ୍ତେ ମୋବାଇଲ ଇମୋଜୀର ବହୁଳ ବ୍ୟବହାର। ଆଜିକାଲି ପ୍ରେମିକ ପ୍ରେମପତ୍ର ବରଗଛ କୋରଡରେ ରଖି ପ୍ରେମିକାକୁ ଇସାରା କରିବାର ଆବଶ୍ୟକତା ନାହିଁ କାରଣ ବରଗଛ କଟି କଂକ୍ରିଟ ଜଙ୍ଗଲ, ତାଛଡା ଇଣ୍ଟରନେଟ ଯୁଗ। କାରଣ ଆମେ ଆଧୁନିକ ତେଣୁ ପ୍ରେମ ବି ଆଧୁନିକ। 


ପୁର୍ବରୁ ଗାଆଁର ଲଳନା ପାଉଁଜି ଛମ୍ ଛମ୍ କରି ଅଣ୍ଟାରେ ଗରା ରଖି ପୋଖରୀ ଆଡକୁ ଗତି କରିବା ସମୟରେ ଖଜୁରୀବୁଦା ଆଢୁଆଳରେ ପ୍ରେମିକ ଟିକେ ପ୍ରେମିକାର ମୁଖମଣ୍ଡଳ ଅବଲୋକନ ମାତ୍ରେ ଅଫୁରନ୍ତ ଆନନ୍ଦ ପାଉଥିଲା। 


ଆଜିକାଲି

ପୋଖରୀ ପୋତି ସୁନ୍ଦର ପାର୍କ ନିର୍ମିତ। ସେହି ପାର୍କରେ ପ୍ରେମିକ, ପ୍ରେମିକାର ବିନାସଙ୍କୋଚରେ ଶାରିରୀକ ମିଳନ। କିଛିଦିନ ପରେ ବିଚ୍ଛେଦ। ମିଳନର ସ୍ପୃହା ନାହିଁ, ଉତ୍କଣ୍ଠା ନାହିଁ କିମ୍ୱା ବିଚ୍ଛେଦର ଦୁଃଖ ନାହିଁ କି ଅନୁଶୋଚନା ନାହିଁ। ଲୁଗା ବଦଳିଲା ପରି ବଦଳନ୍ତି ପ୍ରେମିକ/ ପ୍ରେମିକା। 

କାରଣ

ଆମେ ଆଧୁନିକ !

ନିତୀବାଣୀ ବହୁତ ହୋଇଗଲା, କାହାଣୀର ପୃଷ୍ଟଭୂମିକୁ ଯିବା ::


କେତେରାତି ହେବ କେଜାଣି, ଆଜି ଦିନସାରା ଟିକେ ଅଶାନ୍ତ ଓ ଅସୁନ୍ତଳିତ ଥିଲା ଦିବ୍ଯ। ହଠାତ୍ ଆଖି ଖୋଲି ଦେଖିଲା ଛାୟାଟିଏ ତା ମୁଣ୍ଡ ଆଉଁଶି ଦେଉଛି । ତା ସ୍ତ୍ରୀ ରିତା ବୋଧହୁଏ। ନା ! ରିତା ଘୁଙ୍ଗୁଡି ମାରୁଛି ।


ତାହେଲେ ।


ଅନୁ ! 

ବିଛଣା ଛାଡି ଉଠିଲା ଦିବ୍ୟ। ଘରସାରା ଲାଇଟ୍ ବନ୍ଦ। ସବୁବେଳେ ବିରକ୍ତ ହୋଇ ରିତା ଘରସାରା ଲାଇଟ୍ ବନ୍ଦକରେ। କାରଣ ବିଜୁଳି ବିଲ୍ । ମହରଗ ଯୁଗ, ସରକାରୀ ଚାକିରୀ, ସୀମିତ ଦରମା। 


ଛାୟାଟି ପଛେପଛେ ଆସୁଛି। ପାଟିକଲା ଦିବ୍ୟ , ଅନୁ ! ଏ ଅନୁ ! କହୁକହୁ ବତୀ ଜଳେଇଦେଲା ଦିବ୍ୟ। ଛାୟା ଆଉ ନଥିଲା। ପାଣି ଢୋକେ ପିଇ ମୁହଁରେ ପାଣିଛାଟିଲା ଦିବ୍ୟ।


ହଠାତ୍ ଦିନେ


ଆଲମାରୀରେ କିଛି ଖୋଜୁଖୋଜୁ ରିତା ହାତରେ ଲାଗିଲା ପ୍ରେମପତ୍ର। ତା ' ବି ଗୋଟିଏ ଦୁଇଟି ନୁହଁ, ଅସଂଖ୍ଯ ! ଧାଡିଏ, ଦୁଇଧାଡି ପରେ ଆଉ ଆଗକୁ ପଢିପାରୁନଥିଲା ରିତା। ଚୁପଚାପ ବନ୍ଦ କଲା ଡାଏରୀ। ପାଦତଳୁ ମାଟି ଖସିଯାଉଥିଲା ରିତାର। ଆଜି ଦିବ୍ୟ ଆସୁଆସୁ ପଚାରିବ ନିଶ୍ଚୟ। 


ପାଇଜାମାର ଗଣ୍ଠି ଖୋଲିବାକୁ ସ୍ତ୍ରୀର ସାହାଯ୍ଯ ଲୋଡୁଥିବା ସ୍ୱାମୀ ଏତେବଡ ଧୋକାବାଜ ! ଏହା କିପରି ସମ୍ଭବ ?

ବିଳମ୍ବରେ ଫେରିଲା ଦିବ୍ୟ। ଜ୍ୱରରେ ଖଇଫୁଟୁଛି। ମନ କଥା ମନରେ ମାରି ମୁଣ୍ଡ ଆଉଁଶି ଶୁଆଇଦେଲା ଦିବ୍ୟକୁ। 


ଅନିଚ୍ଛାସତ୍ତ୍ୱେ ଦିବ୍ୟର ଡାଏରୀ ଖୋଲି ଚିଠି ପଢିଲା ରିତା :


ହେ ମୋର ଦୂର ସୁଦୁରର ଅଦୃଶ୍ଯ ଶତୃ !

ଜୀବନର ସବୁଦେଇ , ସବୁକିଛି ଛଡେଇ ନେଲ ଦିବ୍ୟ ।ତମେ ମୋ ଉପରେ ରାଗ, ଅଭିମାନ କର, ହେଲେ

ମୁଁ ରାଗିପାରେନା। ଆଖି ଲୁହରେ ତକିଆ ଭିଜେଇଦିଏ। 


ଆମ ବାହାଘର ପାଇଁ ପ୍ରସ୍ତାବ ରଖିବାକୁ ଅନୁରୋଧ କରୁଛି। ଜାଣିଛି ବାହାଘର କଥା କହୁକହୁ ତମେ ରାଗିଉଠିବ। 

କିନ୍ତୁ


ତମ ପ୍ରେମର ଫଗୁଣର ହୋଲି ଖେଳିସାରିଲା ପରେ ଆଉ କାହାର ଅର୍ଦ୍ଧାଙ୍ଗିନୀ ହେବା କଥା ଭାବିବା ମାତ୍ରେ ମୋତେ ସମଗ୍ର ଧରା ଅଭାଗିନୀ ବିଧବା ପରି ଲାଗେ। 

ଓଃ ।

ଚମକିଉଠି ଦେଖିଲା ରିତା। ବୋଧହୁଏ କଷ୍ଟରେ ବିଶ୍ୱ ଚିତ୍କାର କରୁଛନ୍ତି। ପାଖକୁ ଯାଇ ବିଶ୍ୱର ମୁଣ୍ଡ ଦରାଣ୍ଡିବାରେ ଲାଗିଲା ରିତା।


ଦିବ୍ଯର ମୁଣ୍ଡ ଦରାଣ୍ଡୁ ଦରାଣ୍ଡୁ ଆଖି ଲାଗିଯାଇଛି ରିତାର। 

ଦିବ୍ଯ ଅନୁଭବ କଲା ତା ଓଠରେ ଉଷ୍ମତା। ଶରୀରରେ କମ୍ପନ। ଛାୟାଟି ତା ନିକଟରେ ! 


ହାତବଢେଇ ବାହୁବନ୍ଧନରେ ଆବଦ୍ଧ କରିବାକୁ ଚେଷ୍ଟାକଲା ଦିବ୍ଯ। 

ଦୂରେଇଗଲା ଛାୟାଟି। ପାଟି କରିଉଠିଲା ଦିବ୍ଯ , ଅନୁ !     ଏ ଅନୁ !


ତମେପରା ମୋ ମେଘମଲ୍ହାର !

ତମେ ପରା ମୋ ଗୁଲୁଗୁଲିଆ ସାଧବ ବୋହୁ !

ତମେପରା ମୋ ସକଳ ଶକ୍ତିର ଆଧାର !

ଦୂରେଇ ଯାଉଛ କାହିଁକି ?


ଅଦୃଶ୍ଯ ହୋଇଗଲା ଛାୟା। 

ପାଟିକରିଉଠିଲା ଦିବ୍ଯ ।


ଅନୁ ! ଏ ଅନୁ !


ହଠାତ୍ ରିତାର ପାଟିରେ ପ୍ରକୃତିସ୍ଥ ହେଲା ଦିବ୍ଯ ।

ରିତା ପଚାରୁଥିଲା, ଦିବ୍ଯ !    ଏ ଦିବ୍ଯ ! କାହାକୁ ଖୋଜୁଛ ? କିଛିଦେନ ହେଲା ଅନ୍ୟମନସ୍କ। ତାଛଡା ଏ ଅନୁ କିଏ ?


ଦୀର୍ଘଶ୍ବାସ ଛାଡି କହିଲା ଦିବ୍ଯ , ଅନୁ ! ସେଦିନ ସ୍କୁଟିରୁ ପଡି କ୍ଷତାକ୍ତ ହେବାସହ ଚିରିଯାଇଥିଲା ଜାମା। ଡାକ୍ତରଖାନାରେ ଭର୍ତ୍ତି କଲାପରେ ପରିଚୟ। ପରିଚୟରୁ ପ୍ରେମର ବୀଜବପନ। ଧିରେଧିରେ ନିକଟତର ହେବାରେ ଲାଗିଲା ଅନୁ। ଦଣ୍ଡେ ନଦେଖିଲେ ପାଗଳ। 


ରକ୍ଷଣଶୀଳ ପରିବାର ତଥା ଜାତିଗତ ବିଭେଦ ପାଇଁ ବାହାଘର ଅସମ୍ଭବ କହିଥିଲି ମୁଁ। କିନ୍ତୁ ପ୍ରେମର ଘୋଡାରେ କେହି ବି ଲଗାମ୍ ଦେବାରେ ସମର୍ଥ ନଥିଲୁ। ପରିବାରର ସହମତିରେ ତମେ ହୋଇଗଲ ମୋ ଧର୍ମପତ୍ନୀ। 


ରିତା ପଚାରିଲା, ତାହେଲେ ଅନୁ ବାହାହେଲା କାହିଁକି ? ମୋ ବାହାଘର ପରେ ସେ ଭାଙ୍ଗିପଡିଥିଲା, ତାଛଡା ପରିବାରର ଚାପ ଓ ମୋର ବାଧ୍ଯବାଧକତାରେ ଅନିଚ୍ଛାସତ୍ତ୍ୱେ ବାଧ୍ଯହୋଇ ବାହାହେଲା। 


ସେ ମୋର ଅତୀତ। ତା'କୁ ନେଇ ଚର୍ଚ୍ଚା ନକଲେ ଭଲହେବ କହିଲା ଦିବ୍ଯ। କିନ୍ତୁ କାହିଁକି କେଜାଣି ଦୁଇଦିନ ହେଲା ମନଟା ଗୋଳେଇଘାଣ୍ଟି ହେଉଛି। ତିନିଦିନ ପୁର୍ବରୁ ମୋ ଜନ୍ମଦିନର ଶୁଭେଚ୍ଛା ଜଣେଇବା ସହ ନିଜ ଠିକଣା କହିଥିଲା ଅନୁ। 


ଦୁଇଦିନ ଛୁଟି ଅଛି। ଗୋଟିଏ ଅନୁରୋଧ କରିବି ରଖିବ ରିତା ? ହଁ ଭରିଲା ରିତା। ତା ପାଖକୁ ଯାଇ କ୍ଷମା ମାଗିନେବାକୁ ଚାହେଁ ମୁଁ। ଦୁହେଁ ବାହାରିଲେ କଲିକତା ଅଭିମୂଖେ।


ପହଞ୍ଚିଗଲେ ନିର୍ଦ୍ଧାରିତ ସମୟରେ। ଠିକଣା ଭୂଲ୍ ହେଲା କି ଆଉ ? ଘର ଆଗରେ ଏତେ ଭିଡ ? ତାଛଡା ପୋଲିସ ବି ଉପସ୍ଥିତ।

ଜଣକୁ ପାଖକୁ ଡାକିଲା ଓ ଅନୁର ଠିକଣା ପଚାରିଲା। 


ଭଦ୍ରବ୍ୟକ୍ତି ଜଣକ କହିଲେ, ଆଜ୍ଞା ବହୁତ ଭଲଝିଅ ଥିଲା ଅନୁ। ବାପାମାଆ କଲିକତାରେ ଇଞ୍ଜିନିୟର କହି ବାହାକରିଦେଲେ। କିନ୍ତୁ ସେ ଥିଲା ଦେହଦଲାଲ। ସବୁ ଜାଣିଲାପରେ ଭାଗ୍ୟକୁ ଆଦରି ସହିଗଲା ମିତା। ଆଜ୍ଞା ! ଚଳଚ୍ଚିତ୍ର ସଂଳାପ ପରି କହିବାକୁ ଗଲେ ସେ ନାରୀ ନଥିଲା ଥିଲା ଦେବୀ। ତାକୁ ବି ମାରଧର କରିବାସହ ଦେହ ବ୍ୟବସାୟରେ ନିୟୋଜିତ କଲା ସେ ଚଣ୍ଡାଳ । ତିନିଦିନ ତଳେ ଅନୁ ଜ୍ୱରରେ ଥରୁଥିଲା। ପାଞ୍ଚଟି ଗ୍ରାହକ ସହ ସହବାସ କରିବାକୁ ବାଧ୍ଯ କଲା ସ୍ୱାମୀ। ଅନୁ ମନା କରିବାରୁ ତାକୁ ମାରିଦେଲା ବାବୁ ! ଆଜି ପୋଲିସ ଆସିଛି ତାକୁ ବାନ୍ଧି ନେବାକୁ। 


ଥରୁଥିଲା ଦିବ୍ଯ। ଆଖିରୁ ଧାରଧାର ଅଶୃର ପ୍ଳାବନ। ରିତା ହାତଧରି ଭଗ୍ନମନୋରଥରେ ଗାଡିରେ ବସୋଉଥିଲା ଦିବ୍ଯକୁ ।

ହାତରେ ଧରିଥିବା *ପ୍ରେମପତ୍ର**ଗୁଡିକୁ ଚିରି ଆକାଶକୁ ଫୋପାଡୁଥିଲା ଦିବ୍ଯ। 





Rate this content
Log in

Similar oriya story from Abstract