Ashis Kumar Swain

Romance

5.0  

Ashis Kumar Swain

Romance

ପ୍ରେମ

ପ୍ରେମ

1 min
511


ମହୋଦଧିରୁ ଏକ ଫଳରୂପକ ନାଲିରଙ୍ଗର ତୀର୍ଯକ୍ ହଠାତ୍ ପଡ଼ିଲା ମୋ ଉପରେ ।

ସତେ ଅବା ଶରୀରରେ ଗୁଞ୍ଜରିତ କଲା । ଉଠି ଆସ ଉଠି ଆସ ପ୍ରାତଃ ଠିକ୍ ୯ ଘଟିକା ୩୦ ମିନିଟ୍ ରେ ।

ସବୁଜିମାମୟ ରାଜରାସ୍ତାରେ ଦୁଇଚକିଆ ଯାନରେ ଗୁଣୁଗୁଣୁ ଶବ୍ଦକରି ସୌନ୍ଦର୍ଯ୍ୟମୟୀ ଚିଲିକାରାଣୀକୁ ଅନେଇ ଯାଉଥାଏ ।

ମନ ଭିତରେ ସୃଷ୍ଟି ହୁଏ ଆଶାର ଆହ୍ଲାଦ । ସତେ ଅବା କିଏ ଡାକୁ ଥାଏ ।

ମୁଁ ଅଛି ଏଠାକୁ ଆସ। ଯୁଗଯୁଗର ସତେ ଅବା ମିଳନ ଓ ସତେ ଅବା ସମ୍ପର୍କ ।

ରାଜ ରାସ୍ତାର ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ପହଁଚି ଯାଇଥାଏ । ମୁଁ ବସିଥାଏ ଏକ ଭଙ୍ଗା ପାଚେରୀ ଉପରେ।

ଦୂରରୁ ଦେଖେ ସୁନ୍ଦରୀ ରମଣୀ ଯୁବାକୁ । ସେ ଆସି ମୋପାଖରେ ଛିଡା ହୋଇଥାଏ।

ଆଖିଠାର କରି ମୁଁହେଁ ସ୍ମିତହସ ଓ ଇସାରା ଇଂଗିତ କରୁଥାଏ ।

ମୁଁ ଅବାକ୍ ହୋଇ ତାର ମୁଖମଣ୍ଡଳକୁ ଚାହିଁ ରହିଥାଏ । କିଛି କ୍ଷଣ ପରେ ଚାଲିଯାଏ ମୋପାଖରୁ ।

ମୋ ମନ ହୃଦୟ ସ୍ପନ୍ଦନ ଖୋଜିଲା ତାକୁ ।

ମନ ବିଚଳିତ ଚଳଚଞ୍ଚଳ ହୋଇ ଉଠିଲା ଏବଂ ବ୍ୟବହାରରେ ମୋର ପରିବର୍ତ୍ତନ ଘଟିଲା ।

ପ୍ରତିଟି ମୁହୂର୍ତ୍ତରେ ତାର ମୁହଁ ମୋ ଆଖି ଆଗେ ଝଲସି ଉଠିଲା ।

ସେହିଠାରୁ ମୁଁ ଜାଣିପାରିଲି ମୋ ହୃଦୟର ନାୟିକା ମନର ମାନସୀ ମୋତେ ମିଳିଛି ।

ମୁଁ ତା ପ୍ରେମରେ ପଡ଼ିଛି ।


Rate this content
Log in

Similar oriya story from Romance