Ashis Kumar Swain

Inspirational

5.0  

Ashis Kumar Swain

Inspirational

ଗୋଲାପ

ଗୋଲାପ

1 min
538



ବିଧାତାର ଅପୂର୍ବ ମହନୀୟ ବିଚିତ୍ର ସୃଷ୍ଟି । କି ଶୋଭା ? କି କାନ୍ତି ? ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସ୍ରଷ୍ଟା ସୃଷ୍ଟି ଧରାପୃଷ୍ଠେ ମହକରେ ମହକିତକରି ମହକାଏ । ହୃଦୟ ମନକୁ ଏକ କରି ସପ୍ତଜନ୍ମ ପର୍ଯ୍ୟନ୍ତ ବାନ୍ଧିରଖେ । ରଙ୍ଗହୀନ ବିଷାଦରେ ପରିପୂର୍ଣ୍ଣ ମୁହଁକୁ ହସଖୁସି ଆନନ୍ଦ ଦେବା ସହ ନାନା ରଙ୍ଗେ ରୂପ ଦିଏ । ମାନସ ପଟରେ ସୁନ୍ଦର ଦିବ୍ୟ ଛବି ଅଙ୍କନ କରେ । ମହତ୍ତ୍ୱ ବୁଦ୍ଧିଆ ଜୀବ ଓ ପ୍ରାଣୀ ସହ ଅପୂର୍ବ ସଫଳ ମାଧ୍ୟମ ଦ୍ୱାରା କିଛି ପରିବର୍ତ୍ତନ ଖେଳ । ରଙ୍ଗ କହିବ ବୁଣିବ ପରିଚିତ କରିବ ସୃଷ୍ଟି କରିବ ନୂତନ ଆଲୋକମୟ ପବିତ୍ର ସମ୍ପର୍କ । ଶାନ୍ତି , ସୁନ୍ଦରତା, କ୍ଷମା , ଭଲ ବୁଝାମଣା, ମନ କଥା ପରିପ୍ରକାଶ , ସୁଦୃଢ ସମ୍ପର୍କ , ସମ୍ମାନ , ଅନାବିଳ ସ୍ନେହ ଶ୍ରଦ୍ଧା ପ୍ରେମ ବନ୍ଧୁତ୍ୱର ପ୍ରତୀକ । ବିଶ୍ୱାସ ସମ୍ପର୍କର ମୂଳଦୁଆକୁ କରେ ମଜଭୁତ। ସ୍ବଚ୍ଛ ହୃଦୟର କୁହା ଅକୁହା କଥା ପ୍ରକାଶ କରେ । ପ୍ରତିଟି ହୃଦୟରେ ସୁଗନ୍ଧ ବାସ ଚହଟି ଉଠେ । ଭଙ୍ଗା ଦଦରା ହୃଦୟକୁ ଯୋଡ଼େ ମାୟାଜାଲେ ମାୟାଜାଲରେ ଛନ୍ଦିକରି । ସହଜେ ଧରା ଦିଏନି । ଶରୀର କଣ୍ଟକିତପୂର୍ଣ୍ଣ ; ଭ୍ରମ ସୃଷ୍ଟି କରାଏ । ହୃଦୟ କୋମଳିତ ପୂର୍ଣ୍ଣ ; ପରକୁ ଆପଣା କରାଏ । ସଫଳ ରୂପାୟନ ଉଭୟଙ୍କୁ ଆକର୍ଷିତ କରିବା ଓ ବର୍ଷିଆନ ଦୀର୍ଘଜୀବି ସମ୍ପର୍କ ସୃଷ୍ଟି କରିବା ।

ସୌନ୍ଦର୍ଯ୍ୟମୟୀ , ଲାବଣ୍ୟବତୀ ଓ ରାଜରାଣୀ ।ଭଲପାଇବାର ଭାବନାକୁ ଅନ୍ୟଆଗେ ପ୍ରକାଶ କରି ସୃଷ୍ଟିକରେ ପବିତ୍ର ସମ୍ପର୍କ । ପ୍ରତିଟି ପରସ୍ତ ପରସ୍ତ ପାଖୁଡା ସୂଚେଇ ଦିଏ ଆତ୍ମୀୟତା ଆଉ ନିବିଡ଼ତା। ସୌନ୍ଦର୍ଯ୍ୟମୟୀ , ଲାବଣ୍ୟବତୀ ଓ ପବିତ୍ର ସମ୍ପର୍କର ମୂକସାକ୍ଷୀ । ଦ୍ୱୟ ଆତ୍ମାମନକୁ ଏକ କରିବା ସୁଚିନ୍ତିତ ସଫଳତା ପ୍ରାପ୍ତ ଅଦ୍ଭୁତପୂର୍ବ ମାର୍ଗ । ଆକୃତି ପ୍ରକୃତି ଆକର୍ଷଣ ହୃଦୟକୁ କରେ ବିମୋହିତ । ବେଶ ଚମତ୍କାର ଅତି ପରିଚିତ ....ଗୋଲାପ ।



Rate this content
Log in

Similar oriya story from Inspirational