Ashis Kumar Swain

Romance

5.0  

Ashis Kumar Swain

Romance

୨୦୧୯

୨୦୧୯

1 min
494


ସୁଖ ଦୁଃଖ ରାଗ ଅଭିମାନ ସ୍ନେହ ମମତାର ବନ୍ଧୁ ୨୦୧୯ । ଜୀବନର ଅଙ୍କା ବଙ୍କା ରାସ୍ତାରେ ୨୦୧୯ କେତେ ସ୍ମୃତି ଦେଇଛି । ମୋ ଜୀବନରେ ୨୦୧୯ ଏକ ବିରାଟ ପରିବର୍ତ୍ତନ ଆଣିଥିଲା । ମୋ ମନର ମାନସୀ ହୃଦୟର ପ୍ରେୟସୀ ମୋର ବାନ୍ଧବୀଙ୍କୁ ପାଇଥିଲି ।


ମୋର ବାନ୍ଧବୀ ଜଣେ ଭଲ ମଣିଷଟିଏ । ପ୍ରତିଟି କ୍ଷେତ୍ରରେ ସାହସ ଆଗ୍ରହ ଉତ୍ସାହ ଭରି ଦେଇଥିଲେ । ମୋ ମନ ରେ କାର୍ଯ୍ୟ କରିବା ପାଇଁ । ଘଡ଼ିଏ ନ ଦେଖିଲେ ଅସ୍ତ ବ୍ୟସ୍ତ ହୋଇ ପଡନ୍ତି । ଦୂର ଭାଷାରେ ପ୍ରତିଟି ମୁହୂର୍ତ୍ତରେ ଯୋଗାଯୋଗ ମୋ ସହ ରଖନ୍ତି ଖାଦ୍ୟ ଖାଇଲ ନା ନାହିଁ । ଦେହର ଯତ୍ନ ନଉଛ ନା ନାହିଁ ।


ମୁଁ ଯଦି ନା କହିଦିଏ ମନ ମାରି ବସନ୍ତି । କିଛି ବି କୁହନ୍ତିନି । ମୁଁ ଯେ ପର୍ଯ୍ୟନ୍ତ କହିନାହିଁ ମୁଁ ଠିକ୍ ସେ କରିବି ସବୁ କାମ । ସେ ପର୍ଯ୍ୟନ୍ତ ମୋ ଗେହ୍ଲେଇ ରାଣୀ କଥା ହୁଅନ୍ତିନି । ୨୦୧୯ ସବୁଠୁ ଭଲ ବର୍ଷ ମୋ ପାଇଁ ।


Rate this content
Log in

Similar oriya story from Romance