Ashis Kumar Swain

Inspirational Others

5.0  

Ashis Kumar Swain

Inspirational Others

କୁଅଭ୍ୟାସ

କୁଅଭ୍ୟାସ

1 min
422


ଏ ଭବ ସଂସାରରେ କର୍ମମୟ ଜୀବନ ରଙ୍ଗମଞ୍ଚରେ କୁଅଭ୍ୟାସ କୁ ବର୍ଜନ କରିବା ସର୍ବାଦୌ ଗ୍ରହଣୀୟ । ମୁଁ ସମସ୍ତଙ୍କୁ ଦେଖି ଏକ ମୋବାଇଲ ଫୋନଟିଏ କିଣିଲି । ମୋବାଇଲ ଫୋନରେ ପ୍ରତିଟି ମୁହୂର୍ତ୍ତରେ ବ୍ୟସ୍ତ ରହିଲି । କେତେବେଳେ ରାତ୍ରୀ ଅନିଦ୍ରା ହୋଇଯାଏ ତ ପୁଣି କେତେବେଳେ ଖାଇବା ପିଇବା ଭୁଲି ଯାଏ । ରାସ୍ତାରେ ମୋବାଇଲ ଫୋନ ଦେଖିକି ଯାଉଥିବା ସମୟରେ କେତେବେଳେ ପଡ଼ିଯାଏ ତ ପୁଣି କେତେବେଳେ ଦୁର୍ଘଟଣାର ସମ୍ମୁଖୀନ ହୁଏ । ସବୁଦିନ ଫୋନରେ ବ୍ୟସ୍ତ ରହିବା ଫଳରେ ପାଠ ପ୍ରତି ଧ୍ୟାନ ଦେଲି ନାହିଁ । ଯାହାଫଳରେ କି ପରୀକ୍ଷା ଫଳ ଭଲ ହେଲା ନାହିଁ । ବାପା ମୋତେ ଡ଼ାକିକି ବୁଝେଇଲେ ଦେଖ ମୁଁ ତୋତେ ଫୋନ୍ ଧରିବା ପାଇଁ ମନା କରିଥିଲି କି ? ମୁଁ ଚାହୁଥିଲି ତୁ ନିଜକୁ ନିଜେ ବୁଝ । ଏବେ ବୁଝିପାରିଲୁ । ମୋବାଇଲ ଫୋନ ତୋତେ କଣ କରିଦେଲା ? ଯାହାଫଳରେ କି ତୋର ଏ ପରିସ୍ଥିତି ଆସିଲା । ବାପାଙ୍କର ସେଇ ପଦିଏ କଥାରେ ମୋ ଜୀବନରେ ବଡ଼ ପରିବର୍ତ୍ତନ ସହ କୁଅଭ୍ୟାସ୍ କୁ ଛାଡିଦେଇଥିଲି ।


Rate this content
Log in

Similar oriya story from Inspirational