ଶ୍ରେଷ୍ଠ ପୁସ୍ତକ
ଶ୍ରେଷ୍ଠ ପୁସ୍ତକ


ଉତ୍କଳୀୟ କାବ୍ୟ କଳା ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ମୋ ରାଜ୍ୟ ଓଡ଼ିଶା । ଉତ୍କଳ ବାଣୀ ଭଣ୍ଡାରକୁ ଶ୍ରୀସମୃଦ୍ଧ, ଭକ୍ତି ଭାବନା ସାଗରର ମହାର୍ଘ୍ଯ ଓ ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ଭାଗବତ । ପ୍ରଥମେ ଯେତେବେଳେ ମୁଁ ପିଲାଟିଏ ଥିଲି ଜେଜେଙ୍କ ପାଖରେ ବସି ଶୁଣିଥିଲି ଭାଗବତ । ସେବେଠାରୁ ମୋର ଇଚ୍ଛା ଥିଲା ଭାଗବତ ଗ୍ରନ୍ଥ ପଢ଼ିବା ପାଇଁ । ଦିନକର ଘଟଣା ଆମ ଗାଁ ଭାଗବତ ଘରକୁ ମୁଁ ଯାଇଥାଏ । ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କ କହିବା ଅନୁଯାଇ ଭାଗବତ ପଢ଼ିବା ପାଇଁ ରାଜି ହେଲି । ଭଗବାନଙ୍କ ନାମ ନେଇ ପଢ଼ିବାକୁ ଲାଗିଲି । ସାମାଜିକ ରୀତି ନିତି ଚଳଣି, ଜୀବ ପରମାତ୍ମା ସମ୍ପର୍କ , ପୌରାଣିକ ମତବାଦ , ବିଶ୍ୱାସ, ଆଦର୍ଶ , ଆଗତ ,ଗତ ଓ ଭବିଷ୍ୟ ଉପରେ ପଢି ଜାଣି ଖୁସି ଲାଗିଲା । ମନ ଆନନ୍ଦରେ ଭରିଗଲା ।