Ashis Kumar Swain

Children Stories Others

5.0  

Ashis Kumar Swain

Children Stories Others

ଅଶ୍ରୁ ସହିତ ଖୁସି

ଅଶ୍ରୁ ସହିତ ଖୁସି

1 min
409


କେତେବେଳେ ଦୁଃଖର ଅଶ୍ରୁ ନୟନରୁ ଝରିପଡେ ତ ପୁଣି କେତେବେଳେ ଆନନ୍ଦର ଅଶ୍ରୁ ମନ ହୃଦୟକୁ ଆନନ୍ଦିତ କରେ । ଦିନକର ଘଟଣା ମୁଁ ଛୋଟ ବେଳେ ବାଲିଯାତ୍ରା ବୁଲିବାକୁ ଯାଇଥିଲି ମୋ ପରିବାର ସହ । ମୋ ପରିବାର ସହ ବୁଲୁଥାଏ । କେତେବେଳେ କେଜାଣି ମୋର ଅନ୍ୟମନସ୍କ ଯୋଗୁଁ ମୁଁ ମୋ ବାପାଙ୍କ ହାତ ଛାଡ଼ି ଦେଇଥିଲି । ମୋର କାହିଁ ମନେ ପଡୁଛି ମୁଁ ଚୁସ୍କିକୁ ଦେଖି ତା' ପାଖକୁ ପଳେଇଥିଲି ଖାଇବା ଲୋଭରେ । ଚୁସ୍କି ମାଗିବାରୁ ମୋତେ ଟଙ୍କା ମାଗିଲେ । ମୋ ପାଖରେ ଟଙ୍କା ନ ଥିଲା । ମୋତେ ଦେଲେ ନାହିଁ । ମୁଁ ଏମିତି ଦି' ଛକିରେ ଛିଡା ହୋଇ ଥାଏ ଯେ ନା ଚୁସ୍କୀ ଖାଇ ପାରିଲି ନା ମୋ ପରିବାରକୁ ପାଖରେ ପାଇଲି । ମୋତେ ଭୟ ଲାଗୁଥାଏ । ଅଶ୍ରୁ ଧାର ଧାର ହୋଇ ନୟନରୁ ବୋହିଯାଉଥାଏ । କେଇ ଘଣ୍ଟା ପରେ ମୋ ପରିବାର ମୋତେ ପାଇଗଲେ । ଦଉଡି ଆସି କୋଳେଇ ଧରିଲେ । ସାଙ୍ଗରେ ମଧ୍ୟ ଚୁସ୍କି ଆଣିଥିଲେ । ମୁଁ ଖୁସି ହୋଇ ଚୁସ୍କି ଖାଇଲି । ଅଶ୍ରୁ ସହିତ ଖୁସିର ମୁହୂର୍ତ୍ତ ଆଜିବି ମୋର ମନେପଡେ ।


Rate this content
Log in