Ashis Kumar Swain

Inspirational

3.3  

Ashis Kumar Swain

Inspirational

ଚାଲେଞ୍ଜ

ଚାଲେଞ୍ଜ

1 min
319


ଚାରି ପ୍ରାଣୀଙ୍କୁ ନେଇ ଏକ ସୁନ୍ଦର ପରିବାର । ମାମୁନି ଏବଂ ମୁନା ସଂଯୁକ୍ତା ସଦାଙ୍କ ଝିଅ ପୁଅ । ମାମୁନି ଏବଂ ମୁନାଙ୍କ ଝଗଡା ନିତି ଦିନିଆ କଥା । ସରଳ ସ୍ୱାଭିମାନିର ପିଲା ମାନେ। ପାଠ ସାଠରେ ମାମୁନି ଏକ ନମ୍ବର । ମୁନାର ପାଠ ଜମା ହୁଏନା କି ଜମା ମନେ ରୁହେନା । ସବୁ କଥାରେ ଚାଲେଞ୍ଜ କରି ଆଗେଇବାର ଝିଅ ମାମୁନି ।

ଦିନେ ତାର ବାପା ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ସେହି ଦୁର୍ଘଟଣାରେ ମାମୁନିଙ୍କ ବାପାଙ୍କର ମୃତ୍ୟୁ ଘଟିଛି । ସଂଘର୍ଷ କରି ଚାଲେଞ୍ଜ କରି ବଞ୍ଚୁଥିବା ଝିଅଟି ଜୀବନ ଯୁଦ୍ଧରେ ହାରି ଯାଇଛି । ସବୁ କାର୍ଯ୍ୟରେ ଚାଲେଞ୍ଜ କରୁଥିବା ଝିଅଟି ସରଳ ହେଇଯାଇଛି କାଷ୍ଠ ପାଷାଣ ପାଲଟି ଯାଇଛି । ଅର୍ଥନୈତିକ ଅବସ୍ଥା ଶୋଚନୀୟ ପାଲଟି ଯାଇଥିବା ଯୋଗୁଁ ସେ ଭଲ ପାଉଥିବା ପୁଅ ପାପୁନି ତାକୁ ହତାଦାର କରିଛି ଧୋକା ଦେଇଛି । ସେଇଠି ତା ବୋଉ ଝିଅକୁ କହିଛି ପୁଣି ଥରେ ଚାଲେଞ୍ଜ କରେ ଜୀବନକୁ ସଂଘର୍ଷ କରି ଚାଲେ । ସେ ସେଇଠି ଶପଥ ନେଇଛି । ଭଲପାଉଥିବା ପୁଅ ପାପୁନିର ଧନୀ ହେବାର ଗର୍ବ ଅହଂକାର କୁ ଚୁନା କରିବା ପାଇଁ । ସେ ପରିଶ୍ରମ କରି ଶ୍ରେଷ୍ଠ ଧନୀରେ ଏକ ସ୍ବତନ୍ତ୍ର ସ୍ଥାନରେ ପହଁଞ୍ଚିଛି । ସେ ପୁଅକୁ ଭିକାରୀ କରିଦେଇଛି । ଚାଲେଞ୍ଜ କରି ପୁଅକୁ ଦେଖେଇ ଦେଇଛି । ଜୀବନରେ କାହାକୁ ତୁଚ୍ଛ ମନେ କରିବୁ ନାହିଁ ।


Rate this content
Log in

Similar oriya story from Inspirational