ଉମା ଶଙ୍କର ମାଝୀ

Romance

5.0  

ଉମା ଶଙ୍କର ମାଝୀ

Romance

ପ୍ରେମ ରେ ପଡିବାପରେ

ପ୍ରେମ ରେ ପଡିବାପରେ

2 mins
547





ହାଇସ୍କୁଲ ପାସ କଳାପରେ ସୌରଭ ର ନାମ ଲେଖା ପାଖ କଲେଜ ରେ ହେଲା l


ଭଲ ଛାତ୍ର ହିସାବରେ ତାହାର ବହୁତ ନାମ ଥାଏ ତେଣୁ ସମସ୍ତ ଛାତ୍ର ଛାତ୍ରୀ ଏପରିକି ଅଧ୍ୟାପକ ମାନେ ବହୁତ ଭଲ ପାଉଥିଲେ l କିନ୍ତୁ ସମୟ ଚକ୍ର ରେ ଦିନେ ପାଖ ସ୍କୁଲ ସ୍କୁଲ ର ଦଶମ ପଢ଼ୁଥିବା ଛାତ୍ରୀ ସହ ଦେଖା ହୁଏ l



ଆଉ କେଜାଣି କାହିଁକି ସୌରଭ ସେହି ଝିଅଟିକୁ ଦେଖିଲା ତାକୁ ଅତି ନିଜର ଲାଗିଲା ଆଉ ଲାଗିଲା ବୋଧେ ଅନେକ ଦିନ ରୁ ସେ ଅପେକ୍ଷl ￰କରିରହିଥିଲା l ତାକୁ ଲାଗିଲା ସତରେ ପ୍ରେମ ରେ ପଡିଯାଇଛି କି ?


ଏହା ପରେ ତାହାର ଚାଲିଚଳନ ଅଭ୍ୟାସ ପୁରା ବଦଳିଗଲା l କେଜାଣି କାହିଁକି ଏହାପର ଠାରୁ ମିଛ କହିବା ଆରମ୍ଭ କଲା l


ସେମାନେ ଚାରି ସାଙ୍ଗ l


ସୌରଭ ସଦା ବେଳେ ସେ ଝିଅ ସହ କିପରି କଥା ହେବ ପଚାରେ l


ତାହାପାଇଁ କିଛି ବାହାନା ତ ଦରକାର l


କିନ୍ତୁ କେଜାଣି କାହିଁକି ସେ ଝିଅ କୁ ଦେଖିଲା ପରେ ତାହାର କଥା କହିବା ସବୁ ଭୁଲିଯାଇ ଥାଏ l ଏପରି ଅନେକ ଦିନ ବିତିଗଲା l ସୌରଭ ହୃଦୟ ର ଅକୁହା କଥା କହିପାରିଲା ନାହିଁ l ଦିନେ ଖାଇଛୁଟି ସ୍କୁଲ ର ହୋଇଥାଏ l


ସେ କଲେଜ ରେ ପଢ଼ିବା ଛାଡ଼ି ଝିଅ ଟିକୁ ଦେଖିବା ପାଇଁ ପହଞ୍ଚିଲା l


ସେ ଦିନ ସେ ଏକା ଥାଏ l ସୌରଭ ଯାଇ ଝିଅ ର ସମ୍ମୁଖ ରେ ଠିଆ ହେଲା l କଣ କହିବି କଣ କହିବି ଭାବୁଥାଏ l ସେ କେବଳ ଝିଅ ଟିକୁ ଦେଖୁଥାଏ l


ବାସ ତାଙ୍କ ସ୍କୁଲ ର ଘଣ୍ଟା ବାଜିଲା l


କେହିଜଣେ କହିଲା - ଗୀତା,ଶୀଘ୍ର ଆ ! ଘଣ୍ଟା ବାଜିଲାଣି !


ଓଃ ! ତେବେ ଝିଅ ର ନାମ ଗୀତା ! ଦୀର୍ଘ ଦେଢ଼ ବର୍ଷ ପରେ ଜାଣିହେଲା l



ପ୍ରକୃତିସ୍ଥ ହେଲା ବେଳକୁ ଗୀତା ସାମନାରେ ନାହିଁ l


ସୌରଭ କଲେଜ କୁ ଗଲା l ଅଧ୍ୟାପକ ଶିକ୍ଷl ( education ) ବିଷୟରେ ପଢ଼ାଉଥାନ୍ତି l


ସେ ଦିନ ବିଷୟ ଥାଏ " ପରିସଂଖ୍ୟାନ " l


ଅଧ୍ୟାପକ ରାଗି କହିଲେ ବାବୁ କୁଆଡେ ଥିଲ ?


ପଢ଼େଇଥବା ବିଷୟ କେମିତି କରିବ ? ତୁମେ ଜଣ ଭଲ ଛାତ୍ର ଏମିତି ହେବା ଠିକ ହେଉନାହିଁ l


ସୌରଭ କହିଲା- ସାର, ମୁଁ ଘରେ ପଢ଼ି ଦେବି l ମୁଁ ବୁଝିପାରିବି l ￰


ଏହାପରେ ଅଧ୍ୟାପକ ଚକ ଓ ଡଷ୍ଟର ଦେଇ କଳାପଟା ରେ ପରିସଂଖ୍ୟାନ ବୁଝେଇବାକୁ ସୌରଭ କୁ କହିଲେ l ସୌରଭ ର ଗଣିତ ରେ ହାଇସ୍କୁଲ ରେ ଭଲ ହେଉଥିଲା ତେଣୁ ଆରାମରେ କଳାପଟା ରେ ପ୍ରଶ୍ନ ର ସମାଧାନ କରିଦେଲା l


ଏହା ପରେ ଅଧ୍ୟାପକ କହିଲେ -


"ସୌରଭ ,ସମୟ ଓ ସ୍ରୋତ କାହାକୁ ଅପେକ୍ଷl କରେନାହିଁ l ପ୍ରେମ କର କିନ୍ତୁ ନିଜର ପାଠ୍ୟ ପୁସ୍ତକ କୁ ମଧ୍ୟ ଭଲ ପାଅ l ପାଠ ହିଁ ଭବିଷ୍ୟତ ତିଆରିକରେ l


Rate this content
Log in

Similar oriya story from Romance