STORYMIRROR

Lakshapati Podh

Romance Others

4  

Lakshapati Podh

Romance Others

ପ୍ରେମ ର ବାସ୍ତବତା

ପ୍ରେମ ର ବାସ୍ତବତା

1 min
262

ଜୀବନ ରେ ପ୍ରେମ ର ଅନେକ ବିଶେଷତା ରହିଅଛି। ପ୍ରେମ ଜୀବନର କେନ୍ଦ୍ର ବିନ୍ଦୁ। ପ୍ରେମ ଜୀବନର ଗୋଟେ ସ୍ମୃତି। ଯଦି ଜୀବନରେ କିଛି ଜିନିଷ ମିଳିବା ସବୁଠୁ ବଡ଼ କଷ୍ଟ କହିଲେ ତାହା ହେଉଛି ପ୍ରକୃତ ପ୍ରେମ ପାଇବା। ସିନେମା ରେ ଦେଖାଯାଏ ଯେ, ସବୁ କିଛି ସମୟ ସାଙ୍ଗରେ ଠିକ୍ ହେଇଯାଏ। ଶେଷରେ ପ୍ରେମୀ ଯୁଗଳ ର ମିଳନ ହୋଇ ଗୋଟେ ଖୁସି ର ଲହରୀ ବିଞ୍ଚି ହେଇଯାଏ। କିନ୍ତୁ ଯଦି ଆମେ ବାସ୍ତବତା କୁ ଦେଖିବା ପ୍ରେମରେ ଯେତେ କଷ୍ଟ ,ଯନ୍ତ୍ରଣା, ଯେତେ ବିରହ ମିଳେ ତାହା ଆଉ କେଉଁଠି ମିଲୁ ନ ଥିବ। ନିଜ ପ୍ରେମିର ଖୁସି ପାଇଁ ନିଜର ସବୁ କିଛି ବଳିଦାନ ଦେଲେ ଯାଇ ତାକୁ ଖୁସି କରିପାରିବ। କିନ୍ତୁ ସେ ଖୁସିରେ ନିଜକୁ ଏତେ କଷ୍ଟ ଦେବାକୁ ହେଇଥାଏ ଯେ ,ସେଥିରେ ନା କାନ୍ଦି ପାରିବ ନା ନିଜ ଯନ୍ତ୍ରଣା ସହ୍ୟ କରି ପାରିବ। ଏ ଆଧୁନିକ ଯୁଗର ପ୍ରେମ କେବଳ ବାସନା ପ୍ରେମ ଏଥିରେ ତିଳେ ହେଲେ ଭଳ ପାଇବା ନାହିଁ। କେବଳ ଦୈହିକ ସୁଖ ପାଇବା ପାଇଁ ଗୋଟେ ଜାଲ ବିଞ୍ଚିଲା ଭଳି ପ୍ରେମର ନାଟକ ରଚି ଥାଏ ସେ ମଣିଷ। ପ୍ରେମ ,ଭଳ ପାଇବାରେ ଯଦି ତ୍ୟାଗ ନ ରହିଲେ ଜଣେ ଆଉ ଜଣକୁ ଖୁସି କରିପାରିବ ନାହିଁ । କୁହାଯାଏ ଭଳ ପାଇବାର ମୂଲ୍ୟ ହରାଇଲା ପରେ ଜଣାଯାଏ ଏ କଥା ପ୍ରକୃତରେ ସତ।ପାଖେ ଥିଲେ କେବେ ହେଲେ ସେ ମୂଲ୍ୟ କୁ ବୁଝି ହୁଏନି। ଗୋଟେ ଗର୍ବ ଆସିଲା ଭଳି ମନେ ହୁଏ। ହେଲେ ଯେତେବେଳେ ସେ ଦୂରକୁ ଚାଲିଯାଏ ସେତେବେଳେ ଯେଉଁ ବିରହ ,ଯନ୍ତ୍ରଣା ଅନୁଭବ ହୁଏ ଠିକ୍ ସେତେବେଳେ ପ୍ରେମର ମୂଲ୍ୟ କୁ ଠିକ୍ ସେ ବୁଝି ହୁଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance