STORYMIRROR

Lakshapati Podh

Inspirational Others

3  

Lakshapati Podh

Inspirational Others

ଗୁରୁ ଦେବାୟ ନମଃ

ଗୁରୁ ଦେବାୟ ନମଃ

1 min
207

ଗୁରୁ ବିନା ଜ୍ଞାନ ଅର୍ଜନ ଅସମ୍ଭବ । ଗୁରୁଙ୍କ ଆଶିର୍ବାଦ ବିନା ଜୀବନରେ ସଫଳତା ମଧ୍ୟ ସମ୍ଭବ ନୁହେଁ। ଆଜି ଯେଉଁ ଯେଉଁ ବ୍ୟକ୍ତି ବିଶେଷ ମାନେ ତାଙ୍କ ଜୀବନରେ ସଫଳତା ପାଇ ସାରିଛନ୍ତି ତାଙ୍କ ପଛରେ ନିଶ୍ଚୟ ତାଙ୍କ ଗୁରୁଙ୍କ ହି ହାତ ଅଛି ଏ କଥା ନିରାଟ ସତ୍ୟ। ଉଦାହରଣ ସ୍ୱରୂପ ଆଜି ଯେଉଁ ଯେଉଁ ମହାନ୍ ବ୍ୟକ୍ତିଙ୍କ ଆମେ ଗୁଣ ଗାନ କରୁ ଅଛୁ ସେ ସମସ୍ତେ ତାଙ୍କ ଗୁରୁଙ୍କ ଆଶୀର୍ବାଦ ତଥା ତାଙ୍କ ଉଚିତ୍ ମାର୍ଗ ଦର୍ଶନ ପାଇଁ ଆଜି ସମାଜରେ ପୂଜା ପାଉଁ ଅଛନ୍ତି ତଥା ସମାଜରେ ତାଙ୍କର କୀର୍ତ୍ତି ସ୍ଥାପନ ହୋଇ ପାରିଛି ଓ ଲୋକେ ତାଙ୍କୁ ଆଜି ଭି ମନେ ପକାଉ ଅଛନ୍ତି। "ଗୁରୁଙ୍କ ନ ମଣିବ ନର , ଗୁରୁ ଯେ ସାକ୍ଷାତ ଈଶ୍ୱର" ଅର୍ଥାତ୍ ଗୁରୁ ଯେ କି ଆମକୁ ଅନ୍ଧାରରୁ ଆଲୋକ କୁ ଆଣି ଥାନ୍ତି ,ଭୁଲ ଠିକ୍ ଭିତରେ ପାର୍ଥକ୍ୟ ଦେଖାଇ ଥାନ୍ତି ସେହି ଗୁରୁ ମଣିଷ ନୁହନ୍ତି ସେ ସ୍ଵୟଂ ଭଗବାନ ଅଟନ୍ତି। ଗୁରୁ ଭଗବାନ୍ ଙ୍କ ସଦୃଶ୍ୟ ଅଟନ୍ତି ସେ ହିଁ ଆମର ଭଲ ଚିନ୍ତା କରିଥାନ୍ତି , ଉଚିତ୍ ମାର୍ଗ ଦେଖାଇ ଥାନ୍ତି ଓ ସେ ହିଁ ବିପଦରୁ ଆମକୁ ଉଦ୍ଧାର କରିଥାନ୍ତି। ସେହି ଦେବତା ତୁଲ୍ୟ ଗୁରୁଙ୍କୁ ମୁଁ ପ୍ରଣାମ ଜଣାଉଛି। ଓଁ ଗୁରବେ ନମଃ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational