କୁହୁଡି
କୁହୁଡି
ଶୀତୁଆ ସକାଳର ପାହାନ୍ତିଆ ସମୟ ଘନ କୁହୁଡିର ଅନ୍ଧକାର ଏକ ମାୟା ସୃଷ୍ଟି କଲାଭଳି ପୃଥିବୀର ଚାରିଆଡ଼କୁ ଘେରି ରହିଥାଏ I ଘରୁ ବାହାରି ଯେତେବେଳେ ପଦାକୁ ଯିବାକୁ ମନ ଟାଣେ ଠିକ ସେ ସମୟରେ ଏକ ଭୟଙ୍କର ଦୃଶ୍ୟ ସାମ୍ନାରେ ଝଲସି ପଡେ I ଆଗକୁ ଯିବାପାଇଁ ଡର ମାଡ଼େ I ଲାଗେ ଯେମିତି କିଛି ଅଦୃଶ୍ୟ ଶକ୍ତି ଅଛି ସାମ୍ନାରେ ଯାହା କି ଦେଖା ଯାଉଁ ନାହିଁ I ସାହାସ ବାନ୍ଧି ଆଗକୁ ଯେତେବେଳେ ଯାଉଁ ଏକ ଅଦ୍ଭୁତ ଅନୁଭୂତି ର ଅନୁଭବ ହୁଏ I ଏକ ଶାନ୍ତ ବାତାବରଣ ସହିତ ଏକାନ୍ତତା ର ସମିଶ୍ରଣ ମନକୁ ଆନ୍ଦୋଳିତ କରେ I ଏମିତି ଅନୁଭବ ହୁଏ ଯେମିତି କି ମୁଁ ଏ ଧରା ପୃଷ୍ଟ ରେ ନାହିଁ ଆକାଶ ମାର୍ଗରେ ବିଚରଣ କରୁଛି I ଶୀତୁଆ ସକାଳର ଏ ଅଦ୍ଭୁତକର ଦୃଶ୍ୟ ମନ ମଧ୍ୟରେ ଥିବା ଅଶାନ୍ତତା , ଦୁଃଖ , କଷ୍ଟ କୁ କ୍ଷଣକରେ ଦୂର କରିଦିଏ I