STORYMIRROR

Lakshapati Podh

Abstract Others Children

4  

Lakshapati Podh

Abstract Others Children

ଗ୍ରାମ ବିଦ୍ୟାଳୟ

ଗ୍ରାମ ବିଦ୍ୟାଳୟ

1 min
10

ଗାଁ ବିଦ୍ୟାଳୟ ଯେଉଁଠି ମୁଁ ପାଠ ପଢ଼ୁଥିଲି ଏବେ ଯେତେବେଳେ ଯାଇ ଦେଖିଲି ସବୁକିଛି ପରିବର୍ତ୍ତନ ହୋଇଯାଇଛି। ଯେତେବେଳେ ଆମେ ପଢ଼ୁଥିଲି ଆମ ବିଦ୍ୟାଳୟ ପଛ ପଟେ ବଉଳ ଗଛ, ଆମ୍ବ ଗଛ , ଜାମୁକୋଳି ଗଛ ଘେରି ରହିଥିଲା ସତେ ଯେମିତି ସେଇଗଛ ଗୁଡ଼ିକ ବିଦ୍ୟାଳୟ କୁ ସୁରକ୍ଷା ଦେଲା ଭଳି ଛିଡ଼ା ହେଇ ରହିଥିଲା। ସେଇ ଗଛ ଦେଇ ଯେଉଁ ପବନ ବହୁଥିଲା ତାହା ଗ୍ରୀଷ୍ମ ଋତୁରେ ବିଦ୍ୟାଳୟ କୁ ଶିତଳତା ପ୍ରଦାନ କରୁଥିଲା ମନକୁ ଶାନ୍ତି ପ୍ରଦାନ କରୁଥିଲା। ତା ସହିତ ଆମକୁ ପଢ଼ିବା ପାଇଁ ଗୋଟେ ନୂଆ ପ୍ରେରଣା ଯୋଗାଉଥିଲା । ଆଜି ଯେତେବେଳେ ଯାଇ ଦେଖିଲି ଆଉ ସେ ଗଛ ଗୁଡ଼ିକ ନାହିଁ। ସବୁକୁ କାଟି ଦିଆଯାଇଛି। ବିଦ୍ୟାଳୟ ପଛ ପଟେ ଆଜି ପିଲାଙ୍କ ରହିବା ପାଇଁ ହଷ୍ଟେଲ ନିର୍ମାଣ କରାଯାଇଛି। ବିଦ୍ୟାଳୟ କୁ ବିଭିନ୍ନ ରଙ୍ଗରେ ଚାକଚକ୍ୟ କରାଯାଇଛି। ଯେଉଁ ଗୁରୁଜୀ ଗୁରୁମା ମାନେ ପଢ଼ାଉଥିଲେ ସେମାନେ ଆଉ ନାହାନ୍ତି। ନୂଆ ନୂଆ ଗୁରୁଜୀ ଗୁରୂମା ମାନେ ଆସି ଏବେ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟ ର ପରିବେଶ ଟି ପୁରାପୁରି ଭାବରେ ବଦଳି ଯାଇଛି। ହଁ ଏହା କହିବି ଯୁଗକୁ ଦେଖିଲେ ପରିବର୍ତ୍ତନ ଜରୁରୀ। ସମୟ ସହିତ ତାଳଦେଇ ବିଦ୍ୟାଳୟ ମଧ୍ୟ ଆଗକୁ ବଢ଼ିଚାଲିଛି। ପିଲାଙ୍କ ପଢ଼ିବା ପାଇଁ ନୂତନ ସୁଯୋଗମାନ ସୃଷ୍ଟି ହେଇଛି। ହଷ୍ଟେଲ ହେବାଦ୍ବାରା ପିଲାମାନେ ରହି ସେଠାରେ ସୁବିଧାରେ ପାଠ ପଢ଼ିପାରୁଛନ୍ତି ଶିକ୍ଷାର ବିକାଶ ହେବ ସହିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ମଧ୍ୟ ବିକାଶ ହେଇଛି।


Rate this content
Log in

Similar oriya story from Abstract