STORYMIRROR

Lakshapati Podh

Inspirational Others

3  

Lakshapati Podh

Inspirational Others

ସଂସ୍କାର ଭିତ୍ତିରେ ମଣିଷ

ସଂସ୍କାର ଭିତ୍ତିରେ ମଣିଷ

2 mins
254

ଯୁଗ ବଦଳି ଗଲାଣି, ପୁରାତନରୁ ଏବେ ଆଧୁନିକ ଯୁଗ ଆସି ପହଞ୍ଚିଲାଣି ଲୋକଙ୍କ ହାବ ଭାବ ଚାଲି ଚଳଣି ରୀତି ନୀତି ସବୁ ବଦଳି ଯାଇଛି । ଆଉ ସେ ପୁରୁଣା ସଂସ୍କାର ଲୋକଙ୍କ ଭିତରେ ନାହିଁ ନାଁ ମାତା ପିତା ତାଙ୍କ ନିଜ ଛୁଆଙ୍କୁ ସେ ବିଷୟରେ ଜ୍ଞାନ ଦେଉଛନ୍ତି ନା ନିଜେ ସେ ପୁରୁଣା ସଂସ୍କାରକୁ ଆପଣାଉଛନ୍ତି ।ସକାଳର ହେଉ କି ସଞ୍ଜର ପୂଜା କର୍ମ, ମନ୍ତ୍ର ପାଠ ମୁହଁରେ ନାହିଁ ବରଂ ସବୁ ଫୋନରେ ଲଗାଇ କରାଯାଉଛି। ନିଜ ଛୁଆ ମାନଙ୍କୁ ଭଲ ସଂସ୍କାର ଶିଖାଇବା ବଦଳରେ ନିଜେ ତାଙ୍କ ମାତା ପିତା ନିଜ ଛୁଆଙ୍କୁ ଫୋନ ଟେ ଧରାଇ ଦେଇ ନିଜେ ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ନା ନିଜ ଛୁଆଙ୍କ ଉପରକୁ ଧ୍ୟାନ ଯାଉଛି।ସେହି ପିଲାଟି ଯାହାକୁ ଛୋଟ ସମୟରୁ ଫୋନ ଟେ ଧରାଇ ଦିଆଗଲା ସେ ଭବିଷ୍ୟତରେ କଣ ଅବା ଶିଖିବ, କଣ ବା ତା ଭିତରେ ସଂସ୍କାର ବଳି ଜିନିଷ ଟି ରହିବ ନା ସେ ନିଜ ଜୀବନରେ ଆଗକୁ କିଛି ଶିଖି ପାରିବ। କୁହାଯାଏ କି ଯେମିତି ମଞ୍ଜି ରୋପଣ କରିବ ସେମିତି ଫଳ ଫଳିବ , ସେ ହିସାବରେ କହିବାକୁ ଗଲେ ନିଜ ଛୁଆଙ୍କୁ ଯେମିତି ସଂସ୍କାର ଶିଖାଇବ ଯେମିତି ଭାବରେ ତାକୁ ତାଲିମ ଦେବ ସେ ନିକଟ ଭବିଷ୍ୟତରେ ସେପରି ଜଣେ ମଣିଷ ହେବ। ସଂସ୍କାର ଅର୍ଥାତ୍ ଲୋକଙ୍କୁ ସମ୍ମାନ ଜଣାଇବା, ସାନ ମାନଙ୍କୁ ଆଦର କରିବା, ବଡ଼ ମାନଙ୍କ କଥାକୁ ମାନିବା,ଲୋକଙ୍କ ଭଲ ବ୍ୟବହାର ଦେବା ଏ ସବୁକୁ ସଂସ୍କାର କୁହାଯାଏ। ଯାହାର ମାତା ପିତା ନିଜ ଛୁଆ ର ଭୁଲ କୁ ଲୁଚାଉ ଥିବେ କିମ୍ବା ଗୋଟେ ଭୁଲ କଲେ ସେ ଭୁଲ ବିଷୟରେ ତାକୁ ଅବଗତ କରାଇବା ସହିତ ତାକୁ ପ୍ରଶୟ ଦେଲେ ସେ ଆଗକୁ ଆହୁରି ଭୁଲ କରିବ ଆଉ ସେ ଦିନ ଆସିବ ଯେଉଁ ଦିନ ସେ ମଣିଷ ରୁ ଜଣେ ଅମଣିଷ ପାଲଟି ଯିବ।ଆଜିକାଲି ର ପରିବେଶ ଏମିତି ରୂପ ନେଲାଣି ଯେଉଁଠି ଦେଖିବ ଅନ୍ୟାୟ, ଅତ୍ୟାଚାରକୁ ସଂସ୍କାର, ଦୁର୍ବ୍ୟବହାର ଏ ସବୁ ଖାଲି ଦେଖିବାକୁ ମିଳୁଛି। ସଂସ୍କାର ବଳି ଜିନିଷଟି କାହାରି ପାଖରେ ନାହିଁ। କାହାକୁ କଥା ପଦୁଟିଏ କହିବ ସେ ତାର ଓଲଟା ଜବାବ ଦେଉଛି,କାହାର ଭଲ ଚାହିବ ସେ ତା ଓଲଟା ବୁଝୁଛି। ଭଲ ମନ୍ଦ ବିଚାର କରିବାର ଆଉ ଲୋକଙ୍କ ଭିତରେ ନାହିଁ । କଥାରେ ଅଛି ଯେମିତି କର୍ମ କରିବ ସେମିତି ଫଳ ପାଇବ କହିବା କଥା ଏ ସବୁ ଦୂର୍ଗୁଣ ଗୁଡିକ ପାଇଁ ସେ ଦିନେ ନିଜେ ବିପଦରେ ପଡୁଛି । ଏହିପରି ଭାବରେ ମଣିଷ ସଂସ୍କାରକୁ ଭୁଲି ମଣିଷ ହେବ ବଦଳରେ ଅମଣିଷ ପାଲଟି ଯାଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational