STORYMIRROR

Lakshapati Podh

Inspirational Others Children

4  

Lakshapati Podh

Inspirational Others Children

ପିଲାଦିନ ସ୍କୁଲ ସ୍ମୃତି

ପିଲାଦିନ ସ୍କୁଲ ସ୍ମୃତି

2 mins
286

ବର୍ଷ ୨୦୦୯ ଏକ ଅଭୁଲା ଦିନ। ମୁଁ ସେହି ବର୍ଷ ନବମ ଶ୍ରେଣୀରେ ପଢୁଥାଏ। ପ୍ରାୟ ୧୦ ଜଣ ପିଲା ଗୋଟିଏ ଗାଁ ରୁ ପଢିବାକୁ ଯାଇଥାଉ ଆମ ପାଖ ଗାଁ ସ୍କୁଲ କୁ। ଦିନେ ପଢ଼ିବା ଯିବା ପାଇଁ ଇଚ୍ଛା ହେଲାନାହିଁ। ଆମେ ଭାବିଲୁ ଯଦି ପଢ଼ିବା ପାଇଁ ନ ଗଲୁ ତାହେଲେ ଘରେ ବାଡେଇବେ, ଏହା ଭାବି ଘରୁ ବାହାରିଲୁ ପଢ଼ିବା ପାଇଁ ହେଲେ ସ୍କୁଲ କୁ ଗଲୁ ନାହିଁ। ଆମ ଗାଁ ପାର ହେବା ପରେ ଗୋଟିଏ କେନାଲ ପଡେ, ତା ପାଖରେ ଗୋଟିଏ ଜଙ୍ଗଲ ଭଳିଆ ଜାଗା । ସେଠାକୁ ଆମେ ସମସ୍ତେ ପହଞ୍ଚି ଗଲୁ। ସେଠି ଯାଇ ନିଜ ବହି ପତ୍ର ବ୍ୟାଗ୍ କୁ ଥୋଇ ବସି ପଡିଲୁ। ଏମିତି ସେଠି ବସି ବସି କଥା ବାର୍ତ୍ତା ହେଇ ବହୁତ୍ ମଜା ମସ୍ତି କରିଲୁ। ଯେତେବେଳେ ଠିକ୍ ଗୋଟାଏ ତିରିଶ ହେଲା ନିଜ ନିଜ ବ୍ୟାଗ୍ ରୁ ଟିଫିନ୍ କାଢି ଯେ ଯାହା ଆଣିଥିଲା ତାହା ଖାଇଲୁ। ଏମିତି ଛୁଟି ସମୟ ପର୍ଯ୍ୟନ୍ତ ସେଠି କଟାଇ ଘରକୁ ଫେରିଲୁ। ଘରକୁ ଯେତେବେଳେ ଫେରିଲୁ ଆମ ପାଖରେ ଥିବା ଜଣେ ଝିଅ ସେ ଭି ସେଇ ସ୍କୁଲ୍ ରେ ପଢ଼ୁଥିଲା । ସେ ଆମ ଘର ଲୋକଙ୍କୁ କହିଲା ଆଜି କାହିଁ ପାଇଁ ତୁମ ପୁଅ ସ୍କୁଲ୍ କୁ ଯାଇ ନ ଥିଲା । ଘର ଲୋକେ କହିଲେ ସେ ତ ଯାଇଥିଲା,ଏବେ କିଛି ସମୟ ଆଗରୁ ଆସିଛି ଘରକୁ। ପୁଣି ସେ ଝିଅ କହିଲା ନା ସେ ଯାଇ ନ ଥିଲା ଏହା ଶୁଣି ଘର ଲୋକେ ମୋତେ ବହୁତ୍ ଗାଳି କଲେ ଓ ତା ପରଦିନ ସ୍କୁଲ୍ ରେ ଯାଇ ଏ କଥା ହେଡ ମାଷ୍ଟର ସାର୍ ଙ୍କୁ କହିଲେ। ତା ପରେ ଆମର ଯେଉଁ ଅବସ୍ଥା ହେଲା ତାହା ଭାଷାରେ କମ ପଡ଼ିଯିବ। ସ୍କୁଲ୍ ର ସମସ୍ତ ଶିକ୍ଷକ ଆମକୁ ବୁଲେଇ ବୁଲେଇ ବାଡେଇଲେ। ସେ ଦିନ କୁ କେବେ ଭୁଲି ପାରିବୁ ନାହିଁ କାରଣ ଏମିତି ଏକ ଦିନ ଥିଲା ସେ ଦିନ ଯାହା ମୋତେ ଜୀବନର ସବୁଠାରୁ ବଡ ଶିକ୍ଷା ଦେଇକି ଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational