ପ୍ରେମ ପୁଲକ
ପ୍ରେମ ପୁଲକ
ସୀମା ଗଲାପରେ ମୁନା ଯେତେ ଖୋଜିଲେ ବି ଶୁଆ ନଥିଲା ନା ପଞ୍ଜୁରୀ । ଶେଷରେ ଖୋଜି ଖୋଜି ବାଡ଼ି ପଟେ ଖୋଲା ପଞ୍ଜୁରୀଟି ପଡିଥିବାର ଦେଖି ମୁନା ସ୍ତବ୍ଧ ଓ ଚକିତ ହେଲେ ବି କିଛି କିଛି ଅନୁମାନ କରୁଥିଲା । ବାୟା ବାତୁଳ ପରି ସୀମାଘରେ ପହଂଚି ସୀମା କୁ ମୋ ଶୁଆ କାହିଁ ଉଡେଇଦେଲୁ ବୋଲି ଉତ୍ତର ମାଗୁଥିଲା, ଆଉ ସୀମାର ହାତ ଦୁଇଟି ଧରି ଅନୁନୟ ବିନୟ ହୋଇ, ମୋ ଶୁଆ ମତେ ଫେରେଇଦେ ସୀମା ନହେଲେ ମୁଁ ମରିଯିବି ସୀମା, ବୋଲି କହୁଥିଲା । ସୀମା ମୁନା କୁ ବୁଝେଇବାକୁ ଚେଷ୍ଟା କରୁଥିଲା, ଆରେ ପକ୍ଷୀଟି ନୀଳ ଆକାଶକୁ ଝୁରି ହେଉଥିଲା ମୁଁ ତାକୁ ଉଡେଇଦେଲି । ଏଥିରେ ଭାବିବାର କଣ ଅଛି? ମୁନା ଆଶ୍ଚର୍ଯ୍ୟରେ ସୀମା କୁ ଚାହିଁ ରହିଥିଲା । ତୁ ତୋ ଜୀବନସାଥି ପାଇସାରିଛୁ ସୀମା, ହେଲେ ମୁଁ ମୋ ପ୍ରେମକୁ ହରାଇ ଶୁଆଟିର ମୁଁହକୁ ଚାହିଁ ବଂଚିଥିଲି, ତା କଣ୍ଠରେ ମୋ ପ୍ରେମ ର ପୁଲକ ଜଗାଇ ସେ ମତେ ବଞ୍ଚାଇ ରଖିଥିଲା, କୋଉ ଅଧିକାର ରେ ତୁ ତାକୁ ଉଡେଇଦେଲୁ, ମୁଁ ବଞ୍ଚିବି କେମିତି ?
ସୀମାର ସ୍ୱାମୀ ଭିତର ଅଗଣା ରୁ ବାହାରି ଆସି ସୀମା ସପକ୍ଷ ରେ ଯୁକ୍ତି ବାଢ଼ୁଥିଲେ, ସୀମା ଠିକ କରିଛି ମିଠୁ ଭାଇ, ଶୁଆ ଟି ନୀଳ ଆକାଶ ଛାଡି ପଞ୍ଜୁରୀ ଭିତରେ କଣ ଶାନ୍ତିରେ ଥିଲା, ମୁନା କହୁଥିଲା, ମୋ ପ୍ରେମ କୁ ହରାଇ ମୁଁ କଣ ଶାନ୍ତିରେ ଅଛି? ମୁନା ପାଟିରେ ସୀମା ହାତ ଦେଇ କହୁଥିଲା, ତୁମେ ବୁଝୁନ କାହିଁକି ମୁନା ଭାଇ, ଶୁଆ ଟି ପିଞ୍ଜରାବଦ୍ଧ ଅବସ୍ଥା ରେ ରହିଥିବା ଦୁଃଖ ମୁଁ ସହିପାରିଲିନି ବୋଲି ତ ଉଡେଇଦେଲି ତାକୁ ନୀଳ ଆକାଶକୁ ।
ମୁନା ଆଉ କିଛି ନକହି ଫେରିପଡ଼ୁଥିଲା, ଆଉ ବୁଝିସାରିଥିଲା ଶୁଆ ର ଡାକ, "ସୀମା ମୁନାର" ଶୁଣି କାଳେ ତା ସ୍ୱାମୀ ଶୁଣି କିଛି ଭାବିବ, ସେଥିପାଇଁ ପଞ୍ଜୁରୀ ଖୋଲି, ସୀମା, ଶୁଆକୁ ଉଡେଇଦେଇଛି । ହେଲେ ସେଇ ପଦକ ର ପୁଲକ ରେ ତ ମୁନା ତା ନିସଙ୍ଗ ଜୀବନ କାଟୁଛି, କେମିତି ରହିବ ସେ ଏଵେ ? ନିଜକୁ ଯେତେ ବୁଝେଇଲେ ବି ମନ ବୁଝୁନି । ସୀମା ତା ସ୍ୱାମୀ ସହ ପୁଣି ଆସି ନୂଆ ଶୁଆଟିଏ ଦେଇ ଯାଇଛି ମୁନା କୁ ଆଉ ଫେରିଯିବା ବେଳେ କହିଯାଇଛି, ଆଉ ସେମିତି ପାଗଳ ପରି ହୁଅନି ମୁନା ଭାଇ ବରଂ ନୂଆ ଭାଉଜ ଆସିଲେ ଏ ନୂଆ ଶୁଆକୁ ଠିକ ଠିକ ରାମ ରାମ, କୃଷ୍ଣ କୃଷ୍ଣ ଶିଖାଇବେ । ସେ ଫେରିଗଲା ହେଲେ ମୁନା ପ୍ରେମ ପୁଲକକୁ ବୁଝିବି ଅବୁଝା ହେବା ମୁନା ହୃଦୟଙ୍ଗମ କରି ଚୁପ ରହିଗଲା l
