STORYMIRROR

Sunanda Mohanty

Abstract Inspirational

3  

Sunanda Mohanty

Abstract Inspirational

ପ୍ରେମ ପୁଲକ ରେ ଭରା ଗୋଲକ

ପ୍ରେମ ପୁଲକ ରେ ଭରା ଗୋଲକ

2 mins
129


  ପ୍ରେମ ଚିରନ୍ତନ ତଥା ଶାଶ୍ୱତ ଓ ନିର୍ମଳ l ପ୍ରେମ ବୋଲି ଏହି ଶବ୍ଦଟିକୁ କଳଙ୍କିତ କରିବା ଉଚିତ ନୁହେଁ ଯଦିଓ କିଛି ବିଭ୍ରାନ୍ତିକର ଲୋକ ଏହାକୁ କେବଳ ଦୈହିକ କହିଥାନ୍ତି କିନ୍ତୁ ପ୍ରକୃତରେ ଏହା ନୈଶର୍ଗିକ ଆଉ ଏହି ଅଢେଇ ଅକ୍ଷର ର ତୁଳନା ନାହିଁ l ତାହାର ଅନେକ ଅନେକ ଉଦାହରଣ ଭିତରୁ, ବେଳାଭୂମି ସାହିତ୍ୟ ଆସରରେ ଖୁବ କମ ସମୟ ପାଇଁ ଦେଖା ହୋଇଥିଲା ସମାଜସେବୀ, ସସ୍ମିତା ମାଡାମଙ୍କ ସହ ଏକାଠି ଫୋଟୋ ଟିଏ ଉଠାଇଥିଲୁ ଆଉ ତା ପରଠୁ ହ୍ୱାଟସ ଆପ ରେ କେବେ କେମିତି ଟିକେ କଥା ଭିତରେ ଆଜି ସକାଳୁ ସକାଳୁ ରୋଜ ଡେ ପାଇଁ ସୁନ୍ଦର ଏକ ଗୋଲାପ ଫୋଟୋ ଚିତ୍ର ପାଇ ମନଫୁଲ ବିକଶିତ ହୋଇପଡିଲା ଇଏ ପ୍ରେମ ର ଅଭିବ୍ୟକ୍ତି ନୁହେଁକି ?

    ଶୋଇ ଶୋଇ ସେଇକଥା ସବୁ ଭାବୁଥିଲି ନୈସର୍ଗିକ ପ୍ରେମ ର ସତ୍ତା ଓ ଭିତ୍ତି ଉପରେ ଆଲୋକପାତ କରିବାକୁ ଯାଇ କେତେବେଳେ ଯାଇ ମିଶର ଦେଶର ପିରାମିଡ଼ ରେ ଥିବା ମମି ମାନଙ୍କ ପାଖରେ ଠିଆ ହୋଇ ଦେଖୁଥିଲି, ସେସବୁ ଭିତରେ ଅତୀତ ର ସମସାମୟିକ ଲୋକମାନଙ୍କ, ତାଙ୍କ ଦେଶବାସୀ ମାନଙ୍କ ପ୍ରତି କି ଅହେତୁକ ପ୍ରେମ ଓ ଶ୍ରଦ୍ଧା ଆଜିଯାଏଁ ଥିବାର । ସେମାନେ ଜୀବିତ ଆଉ ନୂତନ ଟେକନୋଲୋଜି ପ୍ରୟୋଗ ରେ ଆଖିରୁ ଜୀବନ୍ୟାସ ଦେଇ ଓଠ ଯାଏଁ ମମିମାନେ କିଛି ପରିମାଣ ରେ ଜୀବନ୍ତ ଦିଶିବା ସହ ଜୀବନ୍ତ ଲାଗୁଥିଲା ମୁଖମଣ୍ଡଳ ଗୁଡିକ, ଆତ୍ମହରା ହୋଇ ଦେଖି ଚାଲୁଥିଲି ତ ପହଂଚିଗଲି ଜର୍ମାନୀ ଦେଶର ଇଜିପ୍ଟ ସହରରେ ରେ ଆଉ ଅଟକିଗଲି ଗୋଏଥଙ୍କ ପ୍ରତିମୂର୍ତ୍ତିଙ୍କ ପାଖରେ । ନୂତନ ଟେକନୋଲୋଜି ସାହାଯ୍ୟରେ ଆଖିରୁ ଓଠ ଯାଏଁ ଜୀବନ୍ତ ଚେହେରା ଦେଖାଯିବା ସହ ସେ ଅସ୍ପଷ୍ଟ ଭାବେ ମତେ କିଛି କହୁଥିଲେ କାନ ଡେରି ଶୁଣିବାକୁ ଲାଗିଲି l

  କାଳିଦାସ ସରସ୍ବତୀଙ୍କ ବରପୁତ୍ର ଙ୍କ କଥା ହିଁ ପଚାରୁଥିଲେ ମତେ । ମେଘଦୂତମ, କୁମାରସଂଭବମ, ମାଳବି କାଗ୍ନିମିତ୍ରମ, ରଘୁବଂଶମ, ରୁତୁସଂହାରମ, ବିକ୍ରମୋର୍ବଶୀୟମ, ଅଭିଜ୍ଞାନଶାକୁନ୍ତଳମ ଇତ୍ୟାଦି ପରେ ଆଉ କଣ ସବୁ ଲେଖିଲେଣି ବୋଲି ପଚାରୁଥିଲେ, ମୁଁ ଆଶର୍ଯ୍ୟରେ ତାଙ୍କର କାଳିଦାସଙ୍କ ପ୍ରତି ଥିବା ପ୍ରେମ ରେ ଜଡ଼ସଡ଼ ହୋଇ ଉଠିପଡ଼ି ଇତିହାସ ବହି ଖୋଜି ଦୁହିଁଙ୍କର ମୃତ୍ୟୁ କେବେ ହୋଇଥିଲା ଖୋଜୁ ଖୋଜୁ ଜୀବନକାଳ ଭିତରେ କାଳିଦାସଙ୍କ ଜୀବନୀ ଓ ବହିସବୁ ପଢି, କାଳିଦାସଙ୍କୁ ଗୋଏଥ ଦେଇଥିବା ସୁନ୍ଦର ଚିରନ୍ତନ ଭକ୍ତି ପୁତ ପ୍ରେମର ଟିପ୍ପଣୀ ଯାହାସବୁ ଇଂରାଜୀରେ ଲେଖା ସେସବୁ ପଢି ଚମତ୍କୃତ ହେଲି । ସ୍ୱାମୀ ପଚାରୁ ଥିଲେ କଣ ନିଦ ହୋଇଯାଇଥିଲା କି ମାଡାମଙ୍କୁ ତ ମୁଁ ହସି ହସି କହୁଥିଲି ହଁ ରୋଜ ଟିଏ ଦେଇ ପାରିଲିନି ଗୋଏଥଙ୍କୁ ଭାରତବର୍ଷର କବି, କାଳିଦାସଙ୍କୁ ଭୁଲିନାହାନ୍ତି ଏଯାଏଁ, କି ପ୍ରେମପୂର୍ଣ୍ଣ ଅଭିବ୍ୟକ୍ତି ସ୍ୱାମୀ କହୁଥିଲେ ଲେଖାଲେଖି କରି ପାଗଳୀ ହେଲ ନା କଣ ତ ମୁଁ ପ୍ରେମରେ ତାଙ୍କୁ ଚାହିଁଥିଲି କେବଳ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract