Sunanda Mohanty

Romance Tragedy Thriller

4  

Sunanda Mohanty

Romance Tragedy Thriller

ପ୍ରେମ ଫୁଲ

ପ୍ରେମ ଫୁଲ

3 mins
239


   ସ୍ୱାମୀ ରାକେଶ ଏବେ କୋଉ କାର୍ଯ୍ୟରେ ବ୍ୟସ୍ତ କେଜାଣି??ଡାକି ଡାକି ତଣ୍ଟି ପଡିଗଲା ପରେ ଦୟାରେ ରଖିଦେଇଥିବା କଲିଂ ବେଲ ବଜାଇଲେ ଫୁଲ ଆସେ କେତେବେଳକୁ କିନ୍ତୁ ବିରକ୍ତି ଭାବ ନେଇ.କହେ ଏମିତି ଅଥୟ କାହିଁକି? ବାବୁଙ୍କ କାମ ଆଗ କରିବି ନା ତୁମ କାମ ଆଗ?ଏଇ ଫୁଲ ତାଙ୍କ ସେଵା ଯତ୍ନ କରିବା ପାଇଁ ଏ ଘରକୁ ଆସି ଏବେ ପିଲା କାଖେଇ ବୁଲୁଛି. ପୁଅର ମାଆ ହୋଇଛି ହେଲେ ଅବିବାହିତା ଫୁଲ କେବେ ବାହା ହେଲା, କେବେ ତାର ଛୁଆ ହେଲା ଏ କଥାର ଉତ୍ତର ତାଙ୍କ ପାଖେ ନାହିଁ. ଆଗରୁ ସେ ନିଜେ ଫୁଲ ହାତକୁ ତା ଦରମା ପଇସା ଦେବାକୁ ସ୍ୱାମୀ କହନ୍ତି. କିନ୍ତୁ ଏବେ ରେଖା ନିଜ ଦରମା ଗଣ୍ଡାକ ନିଜେ ଦେଖନ୍ତିନି. ଆକ୍ସିଡେଣ୍ଟ ପରେ ଭି. ଆର. ଏସ ନେଇ ଅଧା ଦରମା ନିଜେ ସ୍ୱାମୀ ଆଣି ତାଙ୍କ ହାତରେ ଧରାଇ ଦିଅନ୍ତି. ସେଵା ଯତ୍ନ କରନ୍ତି.ଏବେ ପ୍ରବଳ କାମର ବାହାନାରେ ତାଙ୍କୁ ସମୟ ଦେଉନଥିବା ସ୍ୱାମୀ ଫୁଲ ପୁଅ ସଙ୍ଗେ ଖେଳିବାକୁ ସମୟ କୋଉଠୁ ଆଣନ୍ତି ବୁଝିପାରନ୍ତି ନାହିଁ ରେଖା.ଅବିଶ୍ୱାସ ଆଖିରେ ଚାହାଁନ୍ତି ଫୁଲକୁ.

     ନିଜ ମନକୁ ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ମନରେ ଦ୍ଵନ୍ଦ. ନିଜେ ସେ ଖୁସି ଦେଇପାରୁନଥିବା ସ୍ବାମୀ କଣ ଫୁଲ ସହ କିଛି... ଆଉ ଆଗକୁ ଭାବି ପାରନ୍ତି ନାହିଁ ରେଖା. ସେ ଜାଣନ୍ତି ବ୍ୟାଙ୍କର ପ୍ରେସର କଥା. ସେଇଥିରୁ ସମୟ ବାହାର କରି ରେଖାଙ୍କ କଥା ତ ପୁଣି ସବୁ ବୁଝୁଥିଲେ ରାକେଶ. ଏବେ ମୁହଁ ଫେରାଇ ନେବାର କାରଣ କଣ? ସେଦିନ କଳା ମଚ ମଚ ଛଅ ଫୁଟ ଲମ୍ବା ମଣିଷଟା ଯେବେ ଘରେ ପଶି ଫୁଲ ସଙ୍ଗରେ ରୀତିମତ ଗଣ୍ଡଗୋଳ ଆରମ୍ଭ କରିଦେଲା ଫୁଲ ତାକୁ ବହୁତ ବୁଝେଇବାକୁ ଚେଷ୍ଟା କରୁଥିଲା. ଦୁହିଁଙ୍କ ଭିତରେ କି ଆଲୋଚନା ସବୁ ଚାଲିଛି ରେଖା ସ୍ପଷ୍ଟ ବୁଝିପାରୁନଥିଲେ ମଧ୍ୟ ଏତିକି ବୁଝିଯାଇଥିଲେ ଯେ ଲୋକଟା ଫୁଲର ସ୍ୱାମୀ. ରେଖା ଚାଁହୁଥିଲେ ସେ ଲୋକଟି ସଙ୍ଗେ ଗପସପ ଟିକେ ହୁଅନ୍ତେ. ଆଉ ଟିକେ ତକିଆ ଉପରକୁ ଦେଇ ଉଠି ବସି ଝରକା ଦେଇ ବାହାର ଦୃଶ୍ୟ ଦେଖନ୍ତେ. ହେଲେ ନା.ଫୁଲର ଯେମିତି ତାଙ୍କ ପ୍ରତି ଅବଜ୍ଞା ଭାବ. ଆଉ ସହି ପାରୁନଥିଲେ ରେଖା. ଏଥର କଲିଂ ବେଲ ଚିପି ଚାଲିଲେ ରେଖା. ବିରକ୍ତ ମିଶା ସ୍ୱରନେଇ ଫୁଲ ଯେବେ ଘର ଭିତରକୁ ପଶି ଆସିଲା ଓ କହିଲା ବାବୁଙ୍କ କାମ ସାରି ବଳେ ଆସିବି ତୁମ ପାଖକୁ ବ୍ୟସ୍ତ ହେଲେ ଗୋଟେ ଲୋକ ମୁଁ କାହାର ହେବି ଯେ. କଣ ଏତେ ବାବୁଙ୍କ କାମ କରୁଛୁ ମୁଁ ବୁଝିପାରୁନି ତ? ତୋ ବାବୁଙ୍କୁ ତ ବେଳ ନାହିଁ ମୋ କଥା ଟିକେ ବୁଝି ମୋ ପାଖକୁ ଆସିବାକୁ. ଆଉ ତୁ ତ ଏବେ ବାବୁଙ୍କର ଗୋଟିକ ଯାକ. ମୋ କଥା କିଆଁ ଶୁଣିବୁ!

     ତୁମେ ଏମିତି କଣ କହୁଛ ମାଆ. ବାବୁଙ୍କ ଅବସ୍ଥା ଜାଣିଥିଲେ ତୁମେ ଏମିତି କୁହନ୍ତ ନାହିଁ!ତୁମ ଗୋଡ଼ ଅବସ୍ଥା ଯାହା ବାବୁଙ୍କ ହାତ ଅବସ୍ଥା ସେୟା. ଗାଡିରୁ ପଡି ମାସେ ଡାକ୍ତରଖାନାରେ ରହିବା ପରେ ସେ ଏବେ ଆସିଛନ୍ତି ଘରକୁ. ଦୁଇଜଣଙ୍କ କଥା ବୁଝୁ ବୁଝୁ ଦେଖୁଛ ମୋ ସ୍ୱାମୀ କେତେ ରାଗି କରି ଗଲା. ଏସବୁ ତୁମକୁ ନକହିବା ପାଇଁ ବାବୁ କହିଥିଲେ ହେଲେ ତୁମକୁ ନଜଣେଇଲେ ମତେ ଭୁଲ ବୁଝୁଛ ତ କହିବାକୁ ବାଧ୍ୟ ହେଲି.ରେଖା କହୁଥିଲେ ମତେ ଟିକେ ତାଙ୍କ ପାଖକୁ ନେଇ ଚାଲ ଫୁଲ . ତାଙ୍କର ଏମିତି ଅବସ୍ଥା କେମିତି ହେଲା କହି କାନ୍ଦି କାନ୍ଦି ନିଜକୁ ଓ ନିଜ ଭାଗ୍ୟକୁ ନିନ୍ଦା କରି ଚଳୁଥିଲେ ରେଖା ତ ନିଜେ ଉଠିଲେ.ତାଙ୍କୁ ଯିବାକୁ ହେବ. ସେ ରାକେଶଙ୍କ ପାଖକୁ ଯିବେ. ନିଶ୍ଚୟ ଯିବେ. ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲା ଫୁଲ.ପ୍ରେମର ଶକ୍ତିରେ ରେଖା ଠିଆ ହୋଇ ପାଦ ପକାଉ ଥିଲେ ଆଗକୁ. ବାବୁ ବାବୁ ମାଆ ଚାଲିଲେଣି ଫୁଲ ଡାକ ପକେଇଥିଲା ତ ଆସିଲେ ରାକେଶ. ଦୁଇ ହାତ ସିନା କାମ କରୁନି ହେଲେ ଗୋଡ଼ ତ କରୁଛି. ରେଖାଙ୍କୁ ଲୁଚେଇବାକୁ ଯାଇ ଅଭିମାନିନୀ ତାଙ୍କର ତାଙ୍କୁ ଦେଖିବା ଆଶାରେ ରୋଗମୁକ୍ତ ହୋଇଛି କିନ୍ତୁ ରେଖାଙ୍କ ଆଖିରୁ ଗଡି ଯାଉଥିବା ଅଶ୍ରୁ ଦୁଇଧାର ସେ ନିଶ୍ଚୟ ପୋଛି ଦେଇ କହିବେ ମତେ କ୍ଷମା କର ରେଖା. ମୁଁ ଜାଣି ଶୁଣି କିଛି ବି ଭୁଲ କରିନାହିଁ. ହାତ ବଢ଼େଇଲେ ରେଖାଙ୍କ ମୁହଁ ପାଖକୁ. ଆଶ୍ଚର୍ଯ୍ୟ ଦୁଇ ହାତ ରେଖାଙ୍କ ଆଖିରୁ ଲୁହ ପୋଛିବାକୁ ସମର୍ଥ. ଫୁଲ ଫୋନ କରି ଡାକ୍ତରଙ୍କୁ କହୁଥିଲା ଶୀଘ୍ର ଆସିବା ପାଇଁ. ଡାକ୍ତର ତ ଆସିଲେ ହେଲେ ତାଙ୍କ ପଛେ ପଛେ ରେଖା ଦେଖିପାରୁଥିଲେ ନିଜ ନନା ଓ ବୋଉଙ୍କୁ.ଦୁହେଁ ନଇଁପଡି କାନ୍ଦରେ ପାଦ ଧୋଇଦେଉଥିଲେ ପିତା ମାତାଙ୍କର.ଜୀବନ ପଥରେ ମରୁଭୂମିର ବାଲି ପାହାଡ଼ ପରିବର୍ତ୍ତେ ପିତା ମାତାଙ୍କ ଆଶୀର୍ବାଦର ଅମୃତ ଝରିପଡିଥିଲା ଦୁହିଁଙ୍କ ମୁଣ୍ଡ ଉପରେ ସତେ ଯେମିତି.।


Rate this content
Log in

Similar oriya story from Romance