ପଖାନର୍ ମୁନୁସ୍ ମଙ୍ଗଲୁ
ପଖାନର୍ ମୁନୁସ୍ ମଙ୍ଗଲୁ
ପଖାନ୍ ସଙ୍ଗେ ପଖାନ୍ ହେଇ କରି ବଁଚବାର୍ ଟା ଶିଖିଛେ । ଜନମ୍ ନୁ କେତେ ଦୁଃଖ ସହିଛେ ।ସୁଖର୍ ତଲାସ୍ ନେ କେତେ ସପନ୍ ଦେଖିଛେ ମାତର୍ ସପନ୍ ସପନ୍ ହେଇକରି ରହିଜାଇଛେ ।ଦାଦି ପୁରସାନୁ ପଖାନ୍ ସନେ ଖଟୁଛନ୍ ।ପଖାନନୁ ସୁନ୍ଦର ସୁନ୍ଦର ରୁବେନ୍,ସିଲପା, ବନେଇକରି ବିକବାର୍ ଟା ତାକର୍ ଜାଏତର୍ ବେପାର ଆଏ ।ଆଏଜ୍ ମାଁ ନାଇଁ କି ବୁଆ ନେଇ ଏକ୍ଲା ଚାଲୁଛେ ମଙ୍ଗଲୁ ।ଆଗର୍ ହେନ୍ତା ସିଲ୍ ଲୋଢାର୍ ବେଭାର୍ ଭି ନାଇଁ ସଭେଁ ଗ୍ରାଉଣ୍ଡର ଘିନି ବସ୍ଲେନ ।ବେପାର୍ ବୁଡି ବସବାକେ ଲାଗଲା ।କେନ ଦିନେ ଗୁଟେ ବିକ୍ରି ହେସି ତ କେନେ ଦିନେ ବେପାର୍ ସୁଇନ୍ ।ଦିନ୍ ରାଏତ୍ ଘଟିଘଟି କରି ସିଲପା ଗୁଟେ ବନାସି ଫେର୍ ପହପହନୁ ୧୦ କିଲୋମିଟର ଶୁକୁରବାର୍ ଘାଟକେ ବିକିନେସି ।କେନ୍ ଦିନେ ଦୁଇ ପାଏସା ପାଏଲେ ହାଟେ ୧୦ ଟଂକାର ଭଜିଆଁ ପୋକଡି ଖାଏସି ଆର୍ କେଭେଁ ବୁଏନି ନାଇଁ ହେଲେ ଖାଡାରାମ ଭୁକେ ପଲେଇ ଆଏସି ।
ମଙ୍ଗଲୁର ଘର୍ ଡିହି ,ଜମିନ୍ ବାଡି ବୋଲି କିଛି ନାଇଁ ନ । ଇସକୁଲ ତରାନେ ଜରି ପାଲ୍ ଢାବିକରି ରହିଛେ ।ପରାପାଟିର୍ ଲୋକ୍ ମଙ୍ଗଲୁର୍ ଦୁଃଖ ଅଭାବ୍ କେ ଦେଖିକରି କେନ୍ ଲିଆ ଦିରା, କେନ୍ ଚାଉଲ ଅଡେକ୍ ଦେଲ୍ ପସେକ୍ ଦେସନ୍ ।ମଙ୍ଗଲୁ କମ୍ଭିଆ ଲୋକ୍ ,କବାର୍ କଲେ ତାକେ ଅସଲ୍ ମଜା ଲାଗସି ।ଝାଲ୍ ବୁହା ପରିଶ୍ରମ କବାର୍ ମୁନୁସ୍ ଆଏ । ଇତାରନୁ ସେତାରନୁ ମାଙ୍ଗି ଜାଚି କରି ଖାଏବାର୍ ଟା ତାଖେ ଖରାପ ଲାଗସି ।ସେଥିର ଲାଗି କାମ୍ ଖୁଜି ବୁଲ୍ଲା ଆର୍ ଗୁଟେ କ୍ରସରନେ ଗିଟି ସୁରକି ଚୁପବାର ଲାଗି ରହେଲା ।ହେନୁ ଦି ପାଏସା ରୋଜଗାର୍ ହେଲା ଆର୍ ପେଟକେ ପେଟ୍ ଚଲୁଥିଲା ।
ସମିଆଁ ସନେ ଚାଲିଚାଲି ମଙ୍ଗଲୁର ବଲ୍ ବପୁ ହାରି ବସ୍ଲାନା ।କ୍ରସର୍ ନେ ବଡବଡ୍ ପଖାନ୍ କେ ଆର୍ ଫଟେଇ ନାଇଁ ପାରବାର ବଲି ମହାଜନ ଖୁବ୍ ଗେଲ୍ ଦେସି ।ସବୁ ସହି ନେସି ଫେର୍ ଭି ଜୀବନ୍ ଲାଗି, ପେଟର ଲାଗି କାମ୍ କରି ଚାଲୁଥିସି । ଦିନେକର୍ କଥା ଗିଟି ସୁର୍କି ଚୁପୁଥିବାର୍ ସମିଆଁନେ ତାର୍ ଅଙ୍ଗଠି ଚୁପିହେଇଗଲା ,ରୁଧିର ଗଦେଇ ହେଇ ଯାଉଥାଏ ।ମହାଜନ୍ ବୁଢାର୍ ଗୋଲଗୋଲା ଦେଖିକରି ହସପତାଲ୍ ନେଲା ।ଖାନା ପିନା ରନ୍ଧାବଢାର୍ ଖୁବ୍ ଅସୁବିଧା ହେଲା ,ଦୁଇ ତିନ୍ ପହର୍ ଭୁକେ ଭି ରହେଲା ପେନ୍ ଢୁକେ ଢୁକେ ପିଇକରି ଦିନ୍ କାଟିଦେଲା ।ଫେର୍ କ୍ରସରନେ କାମକରବାକେ ମହାଜନ୍ ପାସେ ଗଲା ମାତର୍ ମଙ୍ଗଲୁ ବୁଢ଼ା ହେଲା ବୋଲି ତହାକୁ କାମେ ନାଇଁ ଲଗେଇ ।ମହାଜନ୍ କେ କେତେ ଜୁହାର ବିହେର୍ କର୍ଲା, ଭୁତି ପଏସା ନୁ ୫୦ ଟଂକା କମ୍ କରିକିନା ଦେବ କହେଲା ଫେରଭି ମହାଜନ୍ ବୁଢ଼ାର ଗୁଲଗୁଲାକେ ନାଇଁ ସୁନି, ଘରୁ ହେପକା ମାରି ବାହାର କରିଦେଲା ।
ମଙ୍ଗଲୁର ଉପେ ଶୁଇନ ହେଇଗଲା ।କମେଇ ନାଇଁ କଲେ କେନ୍ତାକରି ଜୀବନ୍ ବଁଚବା ।ଛାତିନେ ଦମ୍ ରଖିକରି ସାବେଲ୍,ଛିନି ,ହାତୁଡି ଧର୍ଲା ଆର୍ ଡୁଙ୍ଗରି ଆଡେ ଗଲା ।ପଥର୍ ଭାଙ୍ଗଲା ଆର୍ ନିଜେ ଗିଟି ସୁରକି ହାତେ ଚୁପିଚୁପି କରି ବିକ୍ଲା ।ଇନୁ ଭି ଦି ପଇସା କମାନିକରି ପେଟ୍ ପୁସ୍ଲା । ଦିନେକ ସକାଲ୍ ସକାଲ ମଙ୍ଗଲୁର ମୁଡ୍ ଫେଁ ଫେଁ ମାରି ନେଉଥାଏ ।ମୁଡେ ଜଡା ତେଲ୍ ଖଣେ ଲଗେଇ କରି କାମ୍ ନେ ବାହାରି ଗଲା ।ଟାନ୍ ଖରା ବୁଢା ଥରମରି ଯାଉଥିଲା ଫେର୍ ଭି କବାର୍ କରବାର୍ ନେ ନାଇଁ ହାରୁଥାଇ ।ବଡ଼ ପଖାନ୍ ଗୁଟେକେ ଘନନେ ଚୁପୁଥିବାର୍ ସମିଆଁନେ ପଖାନ୍ ଆସିକରି ବୁଢାର୍ ଛାତିନେ ଚେପେଇ ହେଲା ।ବୁଢ଼ା ଗେଙ୍ଗେଇ ଦେଖ୍ଲା ,କିଏ ଅଛକେ ?କିଏ ଅଛକେ? କିଏ ନାଇଁ ଆସ୍ଲେ ଛନେକ ଗଲାକେ ମଙ୍ଗଲୁ ନିନାଶ୍ ଥେବିଗଲା ପଖାନ୍ ଉପ୍ରେ ସବୁଦିନ୍ ଲାଗି ସୁଇପଡଲା ।