ଆଘାତ୍
ଆଘାତ୍
ରିନି ସାଙ୍ଗେ ସବୁ ବେଲେ ରହେସି ବୁଢ଼ୀ ମାଁ ।ତାକେ ଖାନା ପିନା ଖୁଆବାର୍ ,ଗୁଧାପୁଧା ସାଙ୍ଗେ ଇସ୍କୁଲ ନେବାର୍ କାମ୍ ଭି ବୁଢ଼ୀ ମାଁ ର ଆଏ ।ରିନି ଭି ବୁଢ଼ୀ ମାଁ କେ ଖୁବ୍ ଭଲ୍ ପାଏସି ।ରିନି ବୁଦ୍ଧି ପାଏଲା ଦିନୁ ତାର୍ ମାଁ ବାପା କେ ଖୁବ୍ ଖୁଜିଛେ ହେଲେ କେଭେଁ ନାଇଁ ପେଇ ।ବୁଢୀ ମାଁ କୁଲି ଭୁତି କରିକରି ଘର୍ ଚଲାସି ।ବୁଢ଼ା ଦାଦା କେ ପାରାଲିସିସ୍ ଚାଲି ବୁଲି ନେଇ ପାରେ ସବୁ ବୁଢ଼ୀ ଉପ୍ରେ ବୋଝ୍ । ଘର ର୍ ଭଲ୍ ମନ୍ଦ ବୁଝା ବୁଝି କରିକରି ବୁଢ଼ୀ ଭି ଦୁରବୁଲିଆ ହେଇଗଲାନା ।ବୁଢୀର୍ ସପନ୍ ନାତେନ୍ କେ ଦି ଅଖର୍ ପଢେଇକରି କେନ୍ ଟୁରା ପିଲା ସନେ ବିହା କରି ଦେବା।ହେତିର୍ ଲାଗି ଦିନ୍ ରାଏତ୍ ସେ ହେ ସପନ୍ ଦେଉଥିସି ଆର୍ କେନ୍ କଥା ଗୁଟେ ହେତେଇକରି ଖୁବ୍ କାନ୍ଧୁଥିସି ବାକି ରିନି ଛୁଆ ଲୋକ୍ ବୁଝି ନାଇଁ ପାରେ ।
ହର୍ ଦିନ୍ କୁକ୍ରା ଡକାନୁ ବୁଢ଼ୀ ଉଠସି ଆର୍ କାନ୍ଧୁଥିସି
ମନେ ମନେ ଖୁବ୍ ଖୁଜସି କାହାକେ ।ରିନି ଭିଁ ବୁଢ଼ୀ ମାଁର୍ କନ୍ଧନାକେ ଦେଖିକରି ଉଠି ପଢସି ଆର୍- କାଏଁ ହେଲା କାଏଁ ହେଲା ଗୋ ବୁଢ଼ୀ ମାଁ କହେସି ବାକି ବୁଢ଼ୀ କିଛି ନାଇଁ କହେ ।
ଦିନେ ରିନି ଘରେ ଥିବାର୍ ପୋଲିସ ଡ୍ରେସ୍ କେ ପିନ୍ଧୁଥିଲା ସେ ସମିଆଁନେ ବୁଢ଼ୀ ଦେଖି ପାର୍ଲା ।ରିନି ବୁଢ଼ୀ ମାଁ କେ କହେଲା -ବୁଢୀ ମାଁ ମୁଇଁ ବଡ଼ ହେଲେ ପୁଲିସ୍ ହେମି ।ବୁଢୀ ଜୋର୍ ସେ କାନ୍ଧିକାନ୍ଧି ଆସ୍ଲା ଆର୍ ରିନିକେ ଆବ୍ରି ପକାଲା ଆର୍ କହେଲା ତୋର୍ ବୁଆ ଭି ଏନ୍ତା ପୋଲିସ ହେଇକରି ମତେ ଠକି ଦେଲା ଆର୍ ତୋର୍ ମାଁ ତାକେ ଜନମ୍ ଦେଇକରି ତକେ ଠକି ଆର୍ ପୁରକେ ପଲାଲା ।