ମାଁ ର ହୁରୁଦ୍
ମାଁ ର ହୁରୁଦ୍
କଥା ନେ ଅଛେ ଜାହାର୍ ମାଁ ନେଇଁ ନା ତାର୍ ଗାଁ ନେଇଁ ।ମୁନୁସ୍ ହୋ କି ପଶୁ ହୋ ମାଁ ର୍ ମମତା ସମାନ୍ ଆଏ ।ପୋ ଝି ଲାଗି ସେ ଜୀବନ୍ ଦେଇକରି କାମ୍ କର୍ସି ତାର୍ ଜତନ୍ ରଖସି ।ହେନ୍ତା ଛୁଆ ଭି ମାଁ କେ ଛନେକ ନାଇଁ ଦେଖ୍ଲେ ମୁହୁ ପିତା ପିତା କରୁଥିସି । ମାଁ ମାଁ ବୋଲି କେତେ ନୁରି ଖୁସି ହେଉଥିସି। (ହେନ୍ତା ଗୁଟେ ଘଟନା )
ଶୀତ୍ ମାସର୍ ଦିନ୍ ।ସୁନ୍ ସାନ୍ ସହର୍ ।ଲକ୍ ଡାଉନ୍ ଲାଗି ରାଏତ୍ ବେଲିଆ ରାସ୍ତାନେ ଗୁଟେ ଲୋକ୍ ନାଇଁ ଦିସଵାର୍।ପିଲାହାରି କୁକୁର୍ ଟେ ଜାଗା ଖୁଜି ବୁଲୁ ଥିଲା କେନ୍ ଠାନେ ଛୁଆ ଜନମ୍ କରବାକେ ଜେନ୍ ଠାନେ ମୋର୍ ଛୁଆ ସୁରକ୍ଷିତ ରହି ପାର୍ବା । ବଡ଼ମହଲ୍ ଘର୍ ଟେ ନଜର୍ ପାଏଲା ଇଟା ଠିକ୍ ଠାନ୍ ଭାବ୍ଲା ।ତରାନେ ବସିଥିଲା ବେଲେ ସିକୁରିଟି ଗାର୍ଡ ଦେଖି ପକାଲା କି, ପଥର୍ ଟେ ଫିକି ଦେଲା ପିଲାହାରି କୁକୁର୍ ଫେର୍ ଅଲଗା ଜାଗା ଖୁଜି ବୁଲ୍ଲା ।ପେଟ୍ ଦରଦ୍ ଫାଟି ଯାଉଥାଏ ଜାଗା ଖୁଜି ଖୁଜି ଅଥା ହେଉ ଯାଉଥିଲା ଫେର୍ ଥରେ ଗୁଟେ ଚାହା ଦୁକାନ୍ ପଛ୍ ଆଡେ ବସ୍ଲା ।ଚାହା ବାଲା ଦୁକାନ୍ ଖାପି କରି ଘର୍ ଯାଉଥିଲା ।କୁକୁର୍ କେ ଦେଖ୍ଲା କେ ସେ ଭି ରାଗ୍ ହେଇକରି ଗରମ୍ ପାଏନ଼ ପୁଟେ କୁକୁର୍ ଉପ୍ରେ ଝଲକି ଦେଲା ।ବୁପ୍ରି ମାଁ ଜୀବନ଼ ବିକ୍ଲେ ଥରମରି କରି ଧାଇଁ ପଲାଲା ।କେନ୍ ଠାନ଼ ନାଇଁ ମିଲ୍ଲାକେ ଗୁଟେ ଡ୍ରେନ୍ ତରାନେ ଛୁଆ ଜନମ୍ କଲା । ଶୀତେ ଖୁବ୍ କିଲିବିଲି ହେଲା ।ଛୁଆ ୮ଟା କେ ପେଟ୍ ତଲେ ଚେକେଇ କରି ଉଷୁମ ନେ ରଖିଥାଏ ।କୁକ୍ରା ଡକାନେ ଓଷ୍ ପଡଲା ମାଁ କୁକୁର୍ ଦୁଲକି ଯାଉଥାଏ ।ନିଜେ ପଛେ ଶୀତେ ଥରୁଥରେ ଛୁଆ ମାନକେ ଶୀତ୍ ନାଇଁ ଲାଗୁ ବୋଲି ସବୁ ବେଲେ ଯତନେ ଆବରି କରି ରଖି ଥାଏ ।
ଦିନକେ ଦିନ୍ ଛୁଆ ମାନେ ବଡ଼ ହେଇତେଲ୍ ଗଲେ ।ତାକର୍ ଲାଗି ଖାନା ଖୁଜି ବୁଲ୍ଲା। ସହରର୍ ଗଲି କନ୍ଦି ନେ ଖାନା ମିଲୁନାଇଁ ଥାଇ ।ଜେନ୍ ଦୁକାନ୍ ସାମ୍ନାକେ ଗଲେ ବାଡି ମାଡ୍ ଦେଉଛନ୍ । ମାଁ କୁକୁର୍ ଡଷ୍ଟବିନ୍ ମାନକେ ଚଘିଚଘି ଖାନା ଖୁଜିକରି ଛୁଆମାନକେ ଖୁଆଉଥିଲା ।
ଦିନକର୍ କଥା ଛୁଆମାନଙ୍କର ସାଙ୍ଗେ ମାଁ କୁକୁର୍ ରାସ୍ତାତରାନେ ସୁଇଥିଲା ।ପାସେ ଗୁଟେ ବୋଲେରୋ ଗାଡ଼ି ଭି ଥାଏ ।ପହପହ ନୁ ବୋଲେରୋ ବାଲା ଗାଡ଼ି ନେ ବସ୍ଲା ଆର୍ ବେକ୍ ଗିଆର୍ ଲଗେଇ ପଛକେ କରୁଥିବାର୍ ସମିଆଁନେ ୮ପଟ୍ ଛୁଆ କୁକୁର୍ ଉପ୍ରେ ଗାଡ଼ି ଚକା ଚଘିଗଲା । ମାଁ କୁକୁର୍ ଛାତିଫଟା କନ୍ଦନା ,ଦୁଇ ଦିନ୍ ପତେ ଭୁକିଭୁକି କାନ୍ଦୁଥାଏ, ଛୁଆ ମାନକର୍ ଡେଡ୍ ବଡି ପାସକେ କାହାକେ ଆନି ନାଇଁ ଦେଉଥାଇ ।ରାସ୍ତା ପାସେ ସଭେଁ ଇ ଦୁରୁସ୍ କେ ଦେଖିକରି କେହି ମନକେ ମସାଲି ନେଇଁ ପାରୁଥାଇ ।ପଶୁ ହେଲେ ଭି ମାଁ ର ହୁରୁଦ୍ ର ଦରଦ୍ ଇନ ଅଲଗା ବାରି ହେଉଯାଉଥିଲା ।