Disambar Meher

Abstract Others

3  

Disambar Meher

Abstract Others

ଦୁଇ ଜୀବନ୍ ଗୁଟେ ସପନ୍

ଦୁଇ ଜୀବନ୍ ଗୁଟେ ସପନ୍

3 mins
176



କରମ୍ ନେ ଜାହା ଲେଖା ହେଇଛେ ହେଟାକେ କିହେ ମିଟେଇ ନାଇଁ ପାରନ୍ ।କାହାର୍ ସନେ କେଭେଁ ଭେଟ୍ ହେବା ,କାହାର୍ ସନେ କାହାର୍ l

ଭାବ୍ ରହେବା ହେଟା ସମିଆଁ ଏକା ବତାସି । ମୁନୁସ୍ ଭି ସମିଆଁର ମୁର୍ଦୁଙ୍ଗ୍ ତାଲେ ତାଲେ ନାଚୁଥିସି ।ନାଚି ଜାଲ୍ଲେ ଜୀବନ କେ ଜିତି ପାରସି ନାଇଁ ଜାନ୍ଲେ ଲୋକ୍ ହଁସା ହେସି ।ହେନ୍ତା ଗୁଟେ ସମିଆଁର କଥା ଇ ଦଶ୍ରା ପରବର୍ ବେଲେ ଗାଁ ଦୁଲକି ଯାଉଥାଏ ।ଆସର୍ ପାସର୍ ଚାଏର୍ ଖଣ୍ ଗାଁର୍ ଲୋକ୍ ଦୁର୍ଗା ପୁଜା ଦେଖି ଆସୁଥିଲେ । ହେନେ ଗୁଟେ ସୁନ୍ଦରୀ ଟୁକେଲ୍ ଦେଖିକରି ରାଜେଶକେ ପରେମ୍ ନିଶା ଲାଗିଗଲା । ଟୁକେଲର୍ ରଙ୍ଗ ,ଢ଼ଙ୍ଗ ,ଚାଲି, ଚଲନ୍ କଥାନେ ରସିଗଲା ଆର୍ ତାର୍ ସନେ ଦୁହି ଲୋକର୍ ପ୍ରେମ୍ ଭାବଟା ସେ ଦିନୁ ମୁଲ୍ ହେଲା । ଇନ୍ତା ଭାବ୍ ଜୁଡି ହେଇଗଲା ଛନେକ୍ ନାଇଁ ଦେଖ୍ଲେ, ନାଇଁ କଥା ହେଲେ ଦୁହେଁ ରହି ନାଇଁ ପାରୁଥାଇ ଘର୍ ପରିବାର୍ ସନେ କଥାବାର୍ତ୍ତା ହେଇକରି ବିହାବରପନ୍ ହେଲେ । ଦୁଇଟା ଜୀବନ୍ ହେଲେ ଭି ଦୁହିଁ ଲୋକ୍ ଜୀବନର୍ ବାଟ୍ କେ ଗୁଟେ ସପନ୍ ଭାବିକରି ହାତ୍ ଧରିଧରି ଚାଲୁଥିଲେ । ଜୀବନ ମରନ୍ ସୁଖ୍ ଦୁଖ୍ ସମିଆଁନେ ଏକ ହେଇକରି କାଟବାକେ କିରିଆ ଖେଇଥିଲେ।ରାଜେଶ କେ ଉର୍ମିଲା ଗୁରଦୁଟେ ଭଲ୍ ପାଉଥିଲା ଘରର୍ ଲୋକ୍ କିଛି କାଣା ଉଲଟା ସିଧା କହେଲେ ଉର୍ମିଳା କାନ୍ଧି ପକାଉଥିଲା ଏଥିନେ ରାଜେଶ ବରାବର୍ ଉର୍ମିଲାକେ ସାହାର୍ ଦିଏ ଆର୍ ଘରକେ ଦଗା ହେଉଥିଲା ‌।ହେନ୍ତା କେତେ ବଛର୍ ସୁଖ୍ ଦୁଖ୍ ନେ ସମିଆଁ କଟିଗଲା ।

ମୁନୁସ୍ ଜିବନ୍ ନେ ସବୁ ବେଲେ ସୁଖ୍ ନାଇଁ ଥାଏ । ଦୁଖର୍ ଗରଲ୍ ଥରେକ୍ ତାକର୍ ଦୁହିକର୍ ସପନ୍ କେ ଖଣ୍ ଖଣ୍ କରି ଛିନ୍ ଛତର୍ କରିଦେଲା ।ଉର୍ମିଲା କେ କେନ୍ ଅଜନା ରୋଗଟେ ଗରାସି ଦେଲା । ଦେହେ ମୁହଁ ଶୁକାକାଟ୍ ବାଗିର୍ ହେଇଗଲା ।ଘରର୍ ଲୋକ୍ କେତେ କଥା କହନ୍, ବେମରିଏନ୍ ବୋଲି ଛି ଛା କରି ପକାଉଥିଲେ । ରାଜେଶ୍ କେତେ ବୁଝାସୁଝା କରି ତହଁକ୍ ଦିଏ ,କେତେ ହସପତାଲ୍ ପତର୍ ବୁଲାଲା ବାକି ଅସର୍ ଛୁଚା ।ରାଜେଶ୍ ଭଲ୍ ପାଏବା ହେନ୍ତା ସମାନ ଥାଏ କେଭେଁ ଉନା ନାଇଁ ହେଉଥାଇ । ଆଘ୍ ଭି ତତେ ଜେନ୍ତା ଭଲ୍ ପାଉଥିଲି ଏଛେନ୍ ଭି ହେନ୍ତା ପାଏସି । ଆମର୍ ଦୁଇଟା ଜୀବନ୍ ହେଲେ ଭି ଗୁଟେ ସପନ୍ ଆଏ ଦୁଇ ଝନ୍ ସାଙ୍ଗେ ଥିମା ,ସାଙ୍ଗେ ରହେମା ସାଙ୍ଗେ ମର୍ମା କହୁଥାଏ ।

କେତେ ଦିନ୍ ଉତାରୁ ରାଜେଶ୍ କେ ଜର ଧରି ବସ୍ଲା ଘରର୍ ଲୋକ୍ ଦେ ଦେବତା, ଗୁନିଆଁ ବଇଦ୍ କଲେ ମାତର୍ କିଛୁ ଲାଭ୍ ନାଇଁ ହେଲା ।ଝନେ ହାତ୍ ଦେଖିକରି ଇ ଅଲଝନର୍ କାରଣ ନୁଆ ଭୁଆସେନ୍ ବଏଲା । ସେ ଘରର୍ ଲାଗି ଅସୁଭ୍ ଆଏ ଇନ୍ତା କେତେ ବିସ୍ କଥା ଘରରର ଲୋକର୍ ମନେ ଘୁଟିଦେଲା । ରାଜେଶ୍ ଭି ସେ ଦିନୁନ୍ ଉର୍ମିଲାକେ ନଫରତ୍ କରିବସ୍ଲା ।ଖଣେକ୍ କଥାନେ ତାହାକେ ମାର୍ ପିଟ୍ କରିବସନ୍ ବୁପ୍ରି ବେମରିନ୍ ଲୋକ୍ କେତେ ସହେବା ତାର୍ ମାଁ ଘରକେ ପଲାଲା । ରାଜେଶ୍ ଭି କେଭେଁ ତାହାକେ ଅନି ନାଇଁ ଗଲା ।ପରର୍ ବୁଦ୍ଧି ନେ ପରିକରି ଫେର୍ ରାଜେଶ୍ ବିହା‌ ହେଲା । ଉର୍ମିଳା ମାଁ ଘରେ କୁଲିଭୁତି କରି କରି ରୋଗ ବେମାରନେ ଦିନ୍ କଟ୍ଲା ।

ରାଜେଶ୍ ସାନ୍ଲି ମାଏଝୀ ସନେ ଘର ପରିବାର୍ କେ ସୁରୁ ଖୁରୁ ନେ ଚଲାଉଥାଏ ।ପୋ ଝି ହେଲେ ତାକର୍ ବିହା ବରପନ୍ କଲା ଆର୍ ଚାଷ ବାସ୍ କରିକରି ଦିନ୍ କାଟୁଥାଏ । ବଛର୍ ବଛର୍ କଟିଗଲେ ଭି ମନ୍ ଭିତ୍ରେ ଥିବାର୍ ସେ ମନର୍ ରାନୀକେ ଭୁଲି ନାଇଁ ପାରୁଥାଇ ।ମନ୍ ରୁକଢୁକି ଯାଉଥାଏ ତାହାର୍ ସନେ ଭେଟ୍ ହେବାକେ ମାତର୍ କେତେ ଅଲଝନ୍ ଥେବେଇ ଦେଉଥାଏ । ଖେତ୍ କାମ୍ ସମାଆଁନେ ସାପ୍ ପଟେକ୍ ଚାବିଦେଲା । ଦରସକଲ୍ ଅବସ୍ଥାନେ ତାହାକେ ହସପତାଲ୍ କେ ନେଲେ ।ହେନେ ଉର୍ମିଲା ଭି ଭର୍ତ୍ତି ହେଇଥାଏ । ଜୀବନର୍ ଶେଷ୍ ସମିଆଁ ତାର୍ ଭି ଆସିଥାଏ । ଦୁହି ଲୋକକେ ଜୀବନ୍ ପୁସା ଘରେ ରଖାହେଇ ଥାଏ ।ରାଜେଶର୍ ଆଏଖ୍ ନେ ଉର୍ମିଲାର୍ ମୁହୁଁ ଦିସ୍ଲା ଆର୍ ସେ ଫେର୍ ନୁଆଁ ଦୁନିଆଁ ର୍ ସପନ୍ ରାଏକେ ପଲାଲା । ଖଟ୍ ଉପ୍ରୁ ଉର୍ମିଲାର୍ ହାତକେ ଧରି ପକାଲା ଆର୍ ଦୁହି ଝନ୍ ଏକା ସନେ ଆଏଁଖ୍ ଲିମି ଦେଲେ ।



Rate this content
Log in

Similar oriya story from Abstract