Disambar Meher

Children Stories Inspirational Others

4.0  

Disambar Meher

Children Stories Inspirational Others

ଆମର୍ ହିରା,ହୀରା ଖଣେ ଆଏ

ଆମର୍ ହିରା,ହୀରା ଖଣେ ଆଏ

2 mins
249


     

ଜେନ୍ ଦିନେ ରମେଶ ଘରେ ଝୀ ଗୁଟେ ହେଲା ସେ ଦିନେ ସେ ଚାକ୍ରି ପାଏଲେ ।ସେଥିର ଲାଗି ଝୀ ର ନାଁ ହିରା ଦେଇଛନ୍ ।ତାକର୍ ଘରର୍ ମହାଲଖୀ ବୋଲି ଝୀକେ ଖୁବ୍ ଲାଡେ ଗଲେ ବଢେଇଛନ୍ ।ହିରା ଭି ବାପ୍ କେ ଛନେ ନାଇଁ ଦେଖ୍ଲେ ନୁରି ଖୁଜି ବୁଲସି ।ବଛ୍ରେ ହେଇଥି ଆର୍ ତାର୍ ମାଁ ଜଣ୍ଡିସ ରୋଗେ ମରିଗଲା ।ଦେହେ ପାର୍ ଜତନ୍ ସବୁ ରମେଶ ଆର୍ ତାର୍ ବୁଢ଼ୀ ମାଁ ବୁଝନ୍ ।ବୁଢ଼ୀ ମାଁ ଝୀ ଜନମ୍ ହେଲା ବୋଲି ଖୁବ୍ ଦୁକମନା ହେଉଥାଏ ଆର୍ କାଲମୁହିଁ ଟୁକେଲ ବୋଲି ଖୁବ୍ ଗେଲ ଦିଏ ।ଜନମ୍ ହେଇସାର୍ଲା କେ ମାଁକେ ଖାଏଲା ,ଅଶୁଭ ଆଏ ଘର ଲାଗି ଏନ୍ତା ବାରକଥା ପରାପାଟିର୍ ଲୋକ୍ ଭି କହୁଥିଲେ ।କେନସି କଥାକେ ରମେଶ ବାବୁ ନାଇଁ ସୁନୁଥାଇ ସେ ସବୁ ସମିଆନେ ତାକର୍ ଝୀ କେ କହନ୍ ମୋର୍ ହିରା, "ହୀରା ଖଣେକ୍ ଆଏ "।ବୁଢ଼ୀ ଇ କଥାକେ ସୁନ୍ଲେ ସହି ନାଇଁ ପାରେ ଆର୍ ପୁଟୁର୍ ପୁଟୁର୍ ହେଇକରି କହେ ଗଜାଟୁରି ,ଅଲଖମିଏନ୍,କାଲମୁହି ଘର୍ ପରିବାର୍ କେ କାଏଲା ମତେ ହେଲେ ଖେଇଦେତୁ ।


ରମେଶ ହିରାକେ ପାଠ୍ ପଢାଲେ ।କଲେଜ ପଢବାର୍ ସମିଆଁ ଆଏଲାକେ ବୁଢ଼ୀ ଜିଦ୍ ଧରି ବସ୍ଲା ହିରା ପାଠ୍ ନାଇଁ ପଢୁ । ଡଙ୍ଗର୍ ତଲର୍ ଗାଁ ,ଜିବା ଆଏବାର଼ ବେଲେ କେତେ କଥା ,ଉଗାଲ ହେଇଗଲାନା ତାର୍ ଦେହେ ।ଫେର୍ ମୁଇଁ ଆର୍ ରାନ୍ଧି ନାଇଁ ପାରେ ଜଦି ହିରା ପାଠ୍ ପଢବା ବଏଲେ ତୁଇ ସାନଲି ଆନି ପକା।ରମେଶ ବାବୁ ସେକେଣ୍ଟ ମେରେଜ୍ କରବାର୍ ଇଚ୍ଛା ନାଇଁ ଥାଇ ।ହିରା ପାଠ୍ ପଢବାର୍ ଲାଗି ଆର୍ ମାଁ ର ଜିଦ୍ ଲାଗି ସେ ଫେର୍ ଥରେ ବିହା ହେଲେ।

ମାଏସି ମାଁ ଭି ହିରାକେ ପସନ୍ଦ ନାଇଁ କରୁଥାଇ ଖୁବ୍ ଖଟୋଉଥିଲା ।ହିରା ସବୁ ସହି ଦେଉଥିଲା କିଛି ଭି ଜବାବ୍ ନାଇଁ ଦେଉଥାଇ ।କେତେ ଦିନ ଉତାରୁ ରମେଶ ବାବୁର ଦେହେ ଖରାପ ହେଉଗଲା ।କେତେ ଓଷୋକଷା, ଗୁନିଆଁ ବାଇଦ୍, ଦେ ଦେବତା ,କଲେ ଭି କିଛୁ ଅସର୍ ନାଇଁ ପର୍ଲା ।କେନ୍ତା ଅନଜାନ୍ ରୋଗ ଜରେ ଘିରଲେଇ ହେଇକିନା ଆଏଖ୍ ଲିମି ଦେଲା ।


ଘର୍ ଚଲବାର୍ କଠିନ୍ ହେଇଗଲା ହିରା ଛାତିରେ ସାହାଁସ୍ ଜୁଟେଇ କରି ତାକର୍ ବାରିନେ ଶାଗ୍ ଡାଲ୍ ଚାସ୍ କରି ବସ୍ଲା ।କଲେଜ୍ ଆଏଲା ବେଲେ ଶାଗ୍ ଡାଲ କେ ଧରିକରି ଆସେ ଆର୍ ବଜାରେ ବିକି କରି କଲେଜ୍ ପାଠ୍ ପଢେ ଫେର୍ ବେଲବୁଢା ଘର୍ କେ ଜାଏ ।ଏନ୍ତା କରି ହିରା ଘର ପରିବାର୍ ଚଲାଉଥିଲା ।ଫେର୍ ଭୀ ବୁଢ଼ୀ ମାଁ ହିରା ଉପରେ ରାଗ୍ କମୁ ନାଇଁ ଥାଇ ସବୁ ବେଲେ କହେ କେନ୍ ଲଗ୍ନେ ଜନମ ହେଲା ଜେ ବାପ୍ ମାଁ କେ ଖାଏଲା ,ମତେ କେଭେଁ ଖାଏବୁ ।ସବୁ ହିରା ସୁନେ କିଛୁ ଉତ୍ତର ନାଇଁ ଦେଉଥାଇ ଆଖିନୁ ଲୁହୁ ଗଦେଉ ହେଉ ଜାଉଥାଏ ।ବୁପ୍ରି ପଖାନ୍ ମେତାର୍ ସବୁ ସହି ଦିଏ ।କଷ୍ଟେ ମଷ୍ଟେ ଅଭାବ୍ ଅସୁବିଧା ନେ ପଡିକରି ୨ ପରୀକ୍ଷା ଦେଲା ।


ଦିନେକ ତାକର୍ ଗାଁ କେ ୩-୪ ଟା କାର୍ ଲଗାତାର୍ ଆଏଲା ।ଘର୍ ସାମ୍ନା ନେ ଆସିକରି ଠିଆ ହେଲାକେ ବୁଢ଼ୀ ଚମକି ଗଲା ।ଇ ଗଏଲି ଡଙ୍ଗର୍ ଗାଁ ନେ ଫେର୍ ଆମର୍ ଘର୍ ପାସେ ଏତକି ନୁଆ ନୁଆ ଗାଡି । ଅଫିସର୍ ମାନେ ବାକିର୍ ଦିସୁଛନ ବୁଢ଼ୀ କାବା ହେଇଗଲା ଆର୍ ଜେଇ କରି ପଚାରଲା କାହାକେ ନୁରୁଛ ? ଅଫିସ ର୍ ଗୁଟେ କହେଲେ ହିରା ଘର୍ କେନ୍ ନେ ଅଛେ ସେ ପରୀକ୍ଷା ନେ ରାଏଜେ ଏକ୍ ନମ୍ବର ହେଇଛେ କଲେକ୍ଟର ଆସିଛନ୍ ତାଖେ ଭେଟବାକେ ,ହିରା ଆମର୍ ଜିଲ୍ଲାର ଗରବ୍ ଆଏବ ।ବୁଢ଼ୀ ଇ କଥା ସୁନିକରି କବସି ଗଲା ଗରବ୍ ନେ ମୁଲ୍ ମୁଲ୍ ହସୁଥାଏ ଫେର୍ ଆଏଁଖ୍ ନୁ ଲୁହୁ ଭି ବାହାରୁ ଥାଏ ।ସରଗ୍ କେ ଠହଁକେଇ କରି କହେଲା ରମେଶ ତୁଇ ସତ୍ କହୁଥିଲୁ ପୁତା ଆମର୍ ହିରା,"ହୀରା ଖଣେକ୍ ଆଏ "।



Rate this content
Log in