STORYMIRROR

Disambar Meher

Abstract Inspirational

4  

Disambar Meher

Abstract Inspirational

ଆଏଁଖ୍

ଆଏଁଖ୍

1 min
385


ଏକସିଡେଣ୍ଟରେ ମୋର୍ ଦୁଇଟା ଆଏଁଖ୍ ହଜେଇଦେନି ।ବାପାର୍ ସପନ୍ ଥିଲା ବାବୁ ଚାକ୍ରି କର୍ବା । ମୁଇଁ ଆରାମ ସେ ବୁଢ଼ା ବୟସେ ଘରରେ ରହେମି ହେତିର୍ ଲାଗି ଦିନ୍ ରାଏତ୍ ରିକ୍ସା ଚଲେଇ ମତେ କଲେଜ ପାଠ ପଢାଲେ ।ଆଏଜ୍ ଆଏଁଖ୍ ଗଲା ଫୁଟି ମୋର୍ ଚାଏର୍ ବେରାତି ଅନ୍ଧାର୍ ହେଇଗଲା । ଫେର୍ ଭି ଦମ୍ କରିଛେ ଚାକ୍ରି ଆସାନେ । କଣା ଅନ୍ଧା ମାନଙ୍କର୍ ପାଠ ପଢଲ୍ଲି ଆର୍ ଚାକ୍ରି ଖୋଜ୍ ରେ ରହେନି ।

ଚାକ୍ରିର ବିଜ୍ଞାପନ୍ ଦେଖିକରି ମୁଇଁ ଭିନ୍ ଭିନ୍ ଅଫିସ ଗଲି ।ଅଫିସର୍ ବାବୁମାନେ ମୋର୍ ହାତେ ଷ୍ଟିକ୍ ଦେଖିକରି କାଣା ଭାବ୍ନା ତାକର୍ ମନେ ଆସୁଥିଲା ମୁନାନୁ ୧୦ ଟଙ୍କିଆ ନୋଟ୍ ଗୁଟେ ବାହାର କରି ମତେ ଦିଅନ ଆର୍ ଘରକେ ଜାଅ କହନ । ମୋର୍ ସାର୍ଟିଫିକେଟ ଦେଖବାର୍ ତ ଦୁରର଼ କଥା ଅଫିସ୍ ବାଡଦୁଆର୍ କେ ପାହାଁ ମାଡ୍ଲେ ହାତେ କିଏ କିଏ ୫-୧୦ ଟଙ୍କା ଧରେଇ ଦେଇକରି , ମତେ ଜାଓ କହନ୍ ।ବାର୍ ବାର୍ କହେ ମୁଇଁ ଭିକାରୀ ନୁହେଁସେ ,ଚାକ୍ରି ଲାଗି ଆସିଛେ । କିଏ ମୋର୍ କଥାକେ ସୁନୁ ନାଇଁ ଥାଇ ‌।

ବୁଆ ବେମାରେ ଖଟ୍ ଧର୍ଲାନା । ଓଷୋ କଷା, ଘର ଚଲ୍ନି ମୋର୍ ମୁଡ୍ ଉପ୍ରେ । ମୋର୍ ବୁଦ୍ଧି ବନା ହେଇଗଲା । ସକତ୍ ଅଛେ , କୁଆଲିଫିକେସନ୍ ଭି ଅଛେ ଫେର୍ ଭି ଦୁନିଆଁ କାଏଁଜେ ମତେ ଭିକାରୀ ଭାବୁଛେ ? ହାତେ ଟଙ୍କା ନେଇ କାଣା ବଡ୍ ବେପାର୍ କର୍ମୀ । ପେଟ୍ ଲାଗି ଆଏଜ୍ ବସ୍ ଟେସନେ ନ୍ୟୁଜ୍ ପେପର୍ ବିକୁଛେ । ରାଏତ୍ ନେ ସୁଏଲା ବେଲେ ଭାବସି ଦୁନିଆଁ ମତେ କାଏଁଜେ ଏନ୍ତା ନଜର୍ ନେ ଦେଖୁଛେ । ଆଏଁଖ୍ ଥିଲା ବେଲେ କେତେ ଲୋକ୍ ମୋର୍ ସନେ ମିଶୁଥିଲେ ଆଏଜ୍ ଆଏଁଖ୍ ନାଇଁ ନା ବୋଲି ସଭେଁ ହିନ୍ ମାନ୍ କରୁଛନ୍ ।ଭାବି ଭାବି ମୋର୍ ଆଏଁଖ୍ ନୁ ସରାବନର୍ ଝକେର୍ ନିଥ୍ରି ଜାଏସି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract