Disambar Meher

Abstract Classics Inspirational

4.1  

Disambar Meher

Abstract Classics Inspirational

ଅଲାଜୁକିଆ

ଅଲାଜୁକିଆ

2 mins
360



ଇ ଗୁଟେ ସବଦ୍ ସୁନବାକେ ବିଜୁ ଟାକିଥିସି । ଉସତ୍ ନେ ଭି ଆର୍ ରିସ୍ମିନେ ଭି ଆଇ ବିଜୁକେ ଅଲାଜୁକିଆ କହେସି ।ବିଜୁ ଲାଗି ହେଟା ତାର୍ ଫେମସ୍ ଡାଇଲକ୍ । କେଭେଁ କେଭେଁ ନାଁ ଭି ପାସ୍ରି ଯାଏସି ଖାଲି କହୁଥିସି -ଏ ଅଲାଜୁକିଆ ବେଲ ଉଦ୍ଲାନା ଉଠ୍, ଦାଥୁନ୍ ଘଁସ୍ ,ବନ୍ଧକେ ଗାଧି ଯା । ତାର୍ ହର୍ କଥାନେ ଅଲାଜୁକିଆ ଲାଗସି। ବିଜୁର୍ ସବୁ ହାଲ୍ ହିପାସ୍ ତାର଼ ପ୍ଯାରି ଆଇ ପାସେ ଥିସି ।ଦୁହି ଲୋକର୍ ଭଲ୍ ପେବାର୍ ବନ୍ଧନ ଖୁବ୍ ବରକସ୍ ଆଏ ।ବିଜୁର୍ ଆଇ ଛଡ଼ା ଆର୍ ଦୁନିଆଁନେ କେହି ନେଇନା । ବୁଢ଼ୀ ଭି ଲାଡେ ଗେଲେ ବିଜୁ କେ ପୁସିଛେ ଆର୍ ହସି ହସି ମଜାକରେ କହେସି -ଏ ନାତୀ କୁକ୍ରା ଅଁତି । ଆଇ ନାତୀର୍ ଭାବ୍ କେ ଜିଏ ଦେଖ୍ଲେ ଉସତ୍ ହେଇଯାଏସନ୍ ।

ଦିନ୍ ଗଲା ସମିଆଁ ବଦ୍ଲିଲା ମାତର୍ ଆଇ ନାତୀର୍ ପ୍ଯାର୍ କେଭେଁ ଉନା ନେଇ ହେଇ । ବିଜୁ ପାଠ୍ ପଢଲା ,ବିହା ବରତନ୍ ହେଲା ଫେର୍ ଭି ଆଇର୍ ପନତ୍ କୁଲେ ଛନେକ ନାଇଁ ଉଁନଲଲେ ତାର୍ ପେଟର୍ ଭାତ୍ ନାଇଁ ଜିରୋଥାଇ ।ବୁଢ଼ୀ ଭି କହୁଥାଏ ଏ ଅଲାଜୁକିଆ ବିହା ବରତନ୍ ହେଲୁନା ତୋର୍ ମାଏଝୀ କାଏଁ ବଲବା ? ଆଇର୍ ପନତ୍ କେ କେତେ ଧରିଥିବୁ ? ଆର୍ କେତେ ଦିନ଼ ମୁଇଁ ବଛମି ? ଅରନ୍ ଖାଏଲେ ଜିରନ଼ ନାଇଁ ହେଉଛେ । ପେଟ୍ ଫଁପା ବାଗିର୍ ଲାଗୁଛେ, ଗୋଡ୍ ହାତ୍ ବସିଯାଉଛେ । ବୁଢୀ କାନ୍ଦି କାନ୍ଦି ନାତୀକେ ସବୁ ଦୁଖ୍ କହେଲା ।

ଦିନ୍ କେ ଦିନ‌ ବୁଢୀର୍ ହାଲତ୍ ଖରାପ୍ ହେଇଗଲା । ବିଜୁ ଡାକ୍ତର ପାସେ ନେଲାକେ ଜନା ପର୍ଲା ବୁଢୀର୍ କିଡନୀ ଖରାପ୍ । ଡାକ୍ତର କହେଲେ ଉସୋକସା କଲେ ଭି ବନେ ନାଇଁ ହୁଏ । ଯଦି ଅଲଗା କାହାର୍ କିଡନୀ ଗୁଟେ ଲଗାଲେ ବୁଢ଼ୀ ୧୦ ବଛର୍ ବଁଚି ପାରବା । ବିଜୁ ତାର୍ ଗୁଟେ କିଡନୀ କେ ବୁଢୀ ଆଇକେ ଦେଇଦେଲା । ଇ କଥା ଖାଲି ଡାକ୍ତର ଆର୍ ବିଜୁ ଏକା ଜାନିଥିଲେ ଅଲଗା କେହି ନାଇଁ ଜାନି ଥାଇ । ବୁଢ଼ୀ ବନେ ହେଇକରି ଘର୍ କେ ଆଏଲା । ହେନ୍ତା ହସି ଖୁସିନେ ତାକର୍ ସୁରୁ କୁଟୁମ୍ ଦିନ୍ କାଟୁଥିଲେ ।

କେତେ ଦିନ ଉତାରୁ ବିଜୁକେ ଝାଡ଼ା ବାଁତି ହେଇବସ୍ଲା । ଡାକ୍ତରଖାନା ନେବାକେ ଘରେ ମୁନୁସ୍ ପିଲା ଗୁଟେ ନେଇଁ ।ଧରସକଲେ ଦୁହି ମାଏଜୀ ଟୁକେଲ୍ ଗାଁର୍ ବଇଦ୍ ପାସେ ନେଲେ । ଦେ ଦିଆରି ପୁଜା ପାଠ୍ କରିଦେଲ୍ଲେ ।କିଛି କାମ୍ ନେଇ ଦେଲା । ଗୋଡ୍ ହାତ୍ ସବୁ ସାଁକୁର୍ ସାଁକୁର୍ ହେଇ ଗଲା । ଜେନ୍ ଘରେ ଦିନେ ହଁସିଖୁସି ଥିଲା ଆଏଜ୍ କନ୍ଦନା କନ୍ଦନା ପୁରିଯାଉଛେ ।

ଆଇ ମହାଜନ୍ ସଁକାର୍ ଠାନୁନ୍ ଲାଗ୍ ଉଧାର୍ କଲା ଆର୍ ବିଜୁକେ ବଡ୍‌ ଡାକ୍ତରଖାନାନେ ଭର୍ତି କଲା । ମାସେ ପତେ ହସପତାଲେ ଆଖିନେ ନିଦ୍ ନାଇଁ ପେଟେ ଭାତ୍ ନାଇଁ ।ମେଇଁପିଲା ସଭେଁ ସେବା ଯତନ୍ କଲେ ହେଲେ ତାର୍ ଅସର୍ କିଛୁ ନାଇଁ ପର୍ଲା । ଦିନେକ୍ କୁକ୍ରା ଡକାନେ ଉପର୍ ନିନାଁସ୍ ଫିକୁ ଥିଲା । ବୁଢ଼ୀ କାନ୍ଦି କାନ୍ଦି ଡାକ୍ତର କେ ଡାକିଗଲା । ଡାକ୍ତର ଆସିକରି ଦେଖବାକେ ବିଜୁ୍ର୍ ନିନାସ୍ ଥେବି ଯାଇଥିଲା । ସଭେଁ କନ୍ଦାବୋବା କେତେ ହୋଲୋ ହେଲ୍ । ଆଇ ଆର୍ ବିଜୁର୍ କନିଆଁ ର୍ ଗୋଲଗୋଲା ଦେଖି ନାଇଁ ହେଉଥାଇ । ହେତକି‌ ବେଲେ ଡାକ୍ତର କିଡନୀ ଗୁଟେ ଥିବାର୍ ଲାଗି ବିଜୁ ଦୁର୍ବଲ ହେଇଗଲା । ଆର୍ ପରେ ପରେ ସେ କିଡନୀ ଭି ଖରାପ୍ ହେଇଗଲା କହେଲେ ।ବୁଢ଼ୀ ଏ କଥା ସୁନଲାକେ ଆର୍ ଦମ୍ ଧରି ନାଇଁ ପାରି ବିଜୁର୍ ମୁରଦାର୍ ପାସେ ଜାଇକରି କାନ୍ଦି କାନ୍ଦି କହୁଥାଏ -ଏ ଅଲାଜୁକିଆ - ତକେ ଲାଜ୍ ନାଇଁ ଲାଗଲାକେ । ଇ ବୁଢ଼ୀ ଲାଗି ତୋର୍ ଜୀବନ୍ କେ ହାରିଦେଲୁ ରେ ଅଲାଜୁକିଆ ନାତୀ ।


Rate this content
Log in

Similar oriya story from Abstract