ପିଙ୍କୁ ଖାଉଛି ମାଗି
ପିଙ୍କୁ ଖାଉଛି ମାଗି
ପିଙ୍କୁକୁ ସାତବର୍ଷ । ହାଇଦ୍ରାବାଦରେ ରୁହେ । ଗତ ହୋଲିରେ ମାମୁଁ ଘରକୁ ବୁଲି ଆସିଥିଲା । ଅଜାଙ୍କ ସାଙ୍ଗରେ ତାର ଦୁଃଖ ସୁଖ । ଦିନେ ଅଜା ତାକୁ ପଚାରିଲେ। ପିଙ୍କୁ, ତତେ କଣ ଭଲ ଲାଗେ? ପିଙ୍କୁ କହିଲା ମାଗି । ଅଜା ବୁଝିନପାରି ପୁଣି ଥରେ ପଚାରିଲେ । ପୁଣି ସେଇ ଉତ୍ତର ମାଗି । ଅଜା କହିଲେ, କଣ ମାଗି ଖାଇବାକୁ ଚାହୁଁଛୁ। ନିଃସଙ୍କୋଚରେ ପିଙ୍କୁ କହିଲା ହଁ । ତେବେ ଯା ଆଇକୁ ମାଗ । ଆଇକୁ ଯାଇ ମାଗିଲା ପିଙ୍କୁ । ଆଇ ରୋଷେଇ ଘରେ ପିଙ୍କୁକୁ ମାଗି ଖାଇବା ଶୁଣି ଗୋଡେଇଲେ । ଯା ଭାଗ, କହିଲେ । ପିଙ୍କୁ ଆସି ଅଜାକୁ କହିଲା, ଆଇ ଗନ୍ଧା। ଅଜା ପଚାରିଲେ କାହିଁକି? ମାଗି ନେହିଁ ଦିଏ । ଆଇ ଆସି ପିଙ୍କୁକୁ କହିଲେ , ତୋର ମା ଓ ବାପା କହିଛନ୍ତି
, ତତେ ମାଗି ଖାଇବାକୁ, ମାଗି ବିନା ଯାହା ଖାଇବୁ ଦେବି, ଆଇ କହିଲେ । ଅଜା ବୁଝିଗଲେ, ତେବେ ଏହିକଥା, ମାଗି ମାନେ ? ପିଙ୍କୁ କିରି କିରି ହସୁଥିଲା, ଅଜା ମାଗିକୁ ଜାଣିନାହାନ୍ତି ବୋଲି । ଅଜାବି ଜୋରେ ହସୁଥିଲେ ମାଗିକୁ ଦେଖି । ଅଜା ପଚାରିଲେ ପିଙ୍କୁକୁ , ତୁମ ହାଇଦ୍ରାବାଦରେ କଣ ଖାଲି ମାଗି ମିଳେ ? ନା ଆଉସବୁ ମିଳେ , କଣ ସବୁ, ଅଜା ପଚାରିଲେ । ପିଙ୍କୁ କହିଲା ସାଣ୍ଡଉଇଛ, ବିରିଆନି, ଅଣ୍ଡା ରୋଲ,। ଅଜା କହିଲେ ମାଗିସେ ବିରିଆନି ଆଛା ହେ। ପିଙ୍କୁ ହଁ କହିଲା । ପିଙ୍କୁର ମାତୃଭାଷା ହିନ୍ଦୀ । ତେଣୁ ସେ ହିନ୍ଦୀରେ କୁହେ, କିନ୍ତୁ ଓଡ଼ିଆ ବୁଝିପାରେ । ବେଳେ ବେଳେ ଓଡ଼ିଆ ଭାଷାରେ ପଦେ ଅଧେ କହିଦିଏ। ଅଜା ଶୁଣି ଖୁସି ହୁଅନ୍ତି । କ୍ରମଶଃ