ତୁଣ୍ଡି
ତୁଣ୍ଡି
ପ୍ରତିଦିନ ପରି ଅନୁରାଧା ବାହାରିଲେ ମନ୍ଦିରକୁ, ମନ୍ଦିର ଘରଠାରୁ ଅଳ୍ପ ଦୂରରେ ! ଅଳ୍ପ ମାନେ ଅଧା କିଲୋମିଟର, ଚାଲି ଚାଲି ଯାଆନ୍ତି ! ବାଟରେ କିଏ ଜଣେ ପଛରୁ ଡାକିଲା ! ପଛକୁ ବୁଲି ଚାହିଁଲେ, ଜଣେ ମହିଳା ପୋଲିସ ! ପଚାରିଲେ ପୋଲିସ? କୁଆଡେ ଯାଉଛନ୍ତି, ମନ୍ଦିର, କହିଲେ ଅନୁ ! ଆପଣ କଣ ଜାଣିନାହାନ୍ତି ଏହି ଲକ ଡାଉନ ପିରିୟଡରେ ଘରୁ ବାହାରିବା ମନା ! ହଁ ଜାଣିଛି, ହେଲେ ମୁଁ ସବୁଦିନେ ମନ୍ଦିର ଯାଏ, ଆଜି ବି ଯାଉଛି ! ଆପଣଙ୍କୁ ଫାଇନ ଦେବାକୁ ପଡିବ ! କାହିଁକି? ଅନୁ କହିଲେ, ଯେହେତୁ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ! ଠିକ କହିଲେ, ଏହି ସରକାର କିଏ ଗଢିଛି? ଏତେ କଥା ମୁଁ କହିବାକୁ ଆସି ନାହିଁ ! ଫାଇନ ନଦେଲେ ଥାନାକୁ ଚାଲନ୍ତୁ ! ଠିକ୍ ଅଛି, ମୁଁ ଥାନାକୁ ଯିବି, ହେଲେ ମନ୍ଦିରରୁ ଫେରେ ! ନା ମନ୍ଦିର ବି ବନ୍ଦ ଥିବ, ଯଦି ମନ୍ଦିର ଖୋଲା ରୁହେ ତେବେ ପୂଜାରୀ ବି ଗିରଫ ହେବେ ! ତେବେ ସାଙ୍ଗରେ ଆସନ୍ତୁ, ମନ୍ଦିର ଖୋଲା କି ବନ୍ଦ ଦେଖି କାର୍ଯ୍ୟକ୍ରମ ହାତକୁ ନେବେ ! ନା ମୋର ଏଠାରେ ଡିଉଟି, ସେଠାକୁ ଯିବି ନାହିଁ ! ଠିକ କଥା ସେଠାକାର ପୋଲିସ ମୋତେ କହିବେ ! ଆପଣ ଏମିତି କଣ କହୁଛନ୍ତି? ମହିଳା ପୋଲିସ ପ୍ରଶ୍ନ କଲେ! ମୁଁ ତ ଓଡ଼ିଆ କହୁଛି ! ବୁଝି ପାରୁନାହାନ୍ତି? ଆଉ ଜଣେ ପୁରୁଷ ପୋଲିସ ପହଞ୍ଚିଲେ ! ବୋଧହୁଏ ତାଙ୍କ ଉପର ଅଫିସର ! କହିଲେ ଆପଣ ଘରକୁ ଫେରନ୍ତୁ, ଲକଡାଉନ ସମୟରେ କିଏ କୁଆଡେ ଯିବା ଆଇନ ମନାକରୁଛି ! ଅନୁ କହିଲେ ଆଜି ଯିବି, କାଲି ଠାରୁ ଯିବିନାହିଁ, ପୋଲିସ ଅଫିସର ନିରବ ରହିଲେ ! ଆଇନ ଅମଣିଆଙ୍କ ପାଇଁ, ଫାଇନ ସରକାରଙ୍କ ପାଇଁ ! ସରକାର ଲୋକଙ୍କ ବ୍ୟକ୍ତିଗତ ସମସ୍ୟାକୁ ଦୃଷ୍ଟିରେ ରଖି ଆଇନ ରକ୍ଷା କରିବା ଉଚିତ ! କେବଳ ସରଳ ଲୋକଙ୍କ ଉପରେ ଅତ୍ୟାଚାର, ନେତା କି ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଉପରେ ଆଇନ ପ୍ରୟୋଗ ହୁଏ ! ଅନୁରାଧା ପୋଲିସ ଅଫିସରଙ୍କୁ କହି ଘରକୁ ଫେରିଲେ ! !
