akshayakumar Dash

Children

2  

akshayakumar Dash

Children

ଖେଳନା

ଖେଳନା

2 mins
125


ଖେଳନାଟିଏ କିଣିବା ପାଇଁ ଆଗମ ବଜାର ବାହାରିଲା । ଭାରି ଖୁସି । ଅଜା ଖେଳନା କିଣିଦେବେ । ସହରର ଖେଳନା ଦୋକାନରେ ପହଞ୍ଚିଲେ ଅଜା ଓ ନାତି । ନାନା ରକମର ଖେଳନା ରହିଛି । ଆଜିକାଲି ପିଲାମାନଙ୍କର ପସନ୍ଦ କିପରି ଅଜା ଦେଖିବାକୁ ଅପେକ୍ଷା କରିଛନ୍ତି । ଅଜାଙ୍କ ପିଲା ବେଳର ଖେଳନା ଥିଲା କଣ ଆଗମ ତାର ମାମାଙ୍କୁ ପଚାରିଲା । ମାମା କହିଲେ, ମୁଁ ଦେଖିନାହିଁ, ତୋ ଅଜାଙ୍କୁ ପଚାରି ବୁଝ । ଅଜା କହିଲେ, ଆମେ କାଠ ଘୋଡା, କଣ୍ଢେଇ, ଢୋଲ ବା ଢୋଲିକି ମାନ ଧରୁ । ଦୋକାନରୁ ପେଁ କାଳି, ସୁସୁରି, ବଇଁଶୀ, କିଣିଆଣୁ । ଆଗମ ପଚାରିଲା, ଅଜା ତୁମେ ବାଇକି, ଭ୍ୟାୟାନ, ଟ୍ରକ, ମତେ ସବୁ କିଣିଦେଵ । ଆଉ ଡ୍ରାଗନ ବି । ହଁ କିଣିଦେବି, ହେଲେ ମୋର କହିବା କଥା ତୁମେ ଯଦି ମନ ଦେଇ ପାଠ ପଢିବ ତେବେ ସବୁ ପାଇବ । ଆଗମ କହିଲା, ହଁ ମୁଁ ତ ପାଠ ପଢୁଛି, ଇସ୍କୁଲ ଯାଉଛି । ଠିକ, କହୁ କହୁ ଖେଳନା ଦୋକାନରେ ପହଁଚି ଦେଖିଲେ ଖେଳନା । ଆଗମ ଦୌଡ଼ି ଯାଇ ଧରି ଆଣିଲା ଖେଳନାଟିଏ । ଏହି ଖେଳନାଟି ଥିଲା ଡାଲା ଥିବା ଟ୍ରକ । ଏହି ଡାଲାରେ ଛୋଟ ଛୋଟ କାର ଛଅଟି ଥିଲା । ଅଜା ଦୋକାନିକୁ ପଚାରିଲେ ଭାଇ ଦାମ କେତେ ?ଦୋକାନୀ କହିଲା ପନ୍ଦର ସହ । ଅଜା କହିଲେ,ଠିକ ଅଛି ଦିଅ । ଦୋକାନୀ ଟଙ୍କା ନେଇ ଖେଳନାଟି ଦେଲା । ଫେରିଲେ ଘର । ଆଗମ ଧରିଥାଏ ତାର ଖେଳନାକୁ । ଅଜା ମାପୁଥାନ୍ତି ନାତିର ଖୁସି ଆନନ୍ଦକୁ । ଅଜା କହିଲେ, ଏତେ ଦାମ ଆଜିକାଲିର ଖେଳନା । ଆଗମ ତାର ଖେଳନା ଆଲମାରୀ ଫିଟାଇ ଅଜାଙ୍କୁ ଦେଖେଇଲା । ଏହାଠାରୁ ଅଧିକା ମୂଲ୍ୟର ଖେଳନା ଆଲମାରୀ ସାରା ଭର୍ତ୍ତି । ମାଛ ଧରା ବନିସି ଓ ମାଛ । ଗୀତ ଗାଉଥିବା କଣ୍ଢେଇଟିର ପେଟକୁ ଛୁଇଁଦେଲେ ଗୀତ ଗାଇ ନାଚୁଛି । ଛୋଟ ରୁ ବଡ଼ ବନ୍ଧୁକ, କିନ୍ତୁ ଅଧିକାଂଶ ଖେଳନା କିଛିନା କିଛି ଭଙ୍ଗା ହୋଇଛି । ତାର କାମ ଦେଖଉନାହିଁ । ଅଜା କିଣିଦେଇଥିବା ଟ୍ରକଟି ଆଣି ଆଗମ ଖେଳିଲା । ଖେଳୁ ଖେଳୁ ଡାଲାଟିକୁ ଭାଙ୍ଗିଦେଲା । ମାମା ଆସି ପାଟି କଲେ। ଗୋଟିଏ ଦିନରେ ଅଜା କିଣିଦେଇଥିବା ଖେଳନା ଭାଙ୍ଗିଦେଲୁ। ଆଉ ତତେ ଅଜା ଖେଳଣା କିଣିଦେବେନାହିଁ । ଆଗମ କାନ୍ଦି କାନ୍ଦି ଆସି ଅଜାକୁ କହିଲା, ଅଜା ମତେ ଖେଳନା କିଣିଦେବନି? ହଁ କିଣିଦେବି କମ ଦାମର । ହେଉ କହି ଆଗମ ନ କାନ୍ଦି ଚାଲିଗଲା । ଅଜା ଭାବିଲେ, ଖେଳନା ବେଶି ଦାମ ବା କମ ଦାମ ସେଥିରେ ଆଗମର କିଛି ଯାଏ ଆସେ ନାହିଁ । କିନ୍ତୁ ତାର ଖେଳନା ଦରକାର । 


Rate this content
Log in

Similar oriya story from Children