STORYMIRROR

akshayakumar Dash

Romance Action Inspirational

3  

akshayakumar Dash

Romance Action Inspirational

ହଳଦୀ ବସନ୍ତ

ହଳଦୀ ବସନ୍ତ

2 mins
401

ବାଡ଼ି ପଟ ରଜନୀ ଗନ୍ଧା ଗଛ ଡାଇରେ ହଳଦୀ ବସନ୍ତ ଟିଏ ।ଟୁଙ୍କି ଦେଖି ମା କୁଁ ହୁରି ପକେଇଲା । ମା ଆସି ଦେଖନ୍ତି ତ ହଳଦୀ ବସନ୍ତ । ହଳଦୀ ଗୁରୁ ଗୁରୁ ଦେହକୁ ଥଂଟ ଟି ନାଲି । ଗୋଡ଼ ଦୁଇଟା ବି । ଟୁକି କହିଲା ମା ଆକୁ ଧରିରଖିବା । ମାକହିଲେ ନା, ଧରା ଦେବନାହିଁ । ଧରିବାକୁ ଗଲେ ଉଡି ଚାଲିଯିବ । ହଳଦୀ ବସନ୍ତ ଦେଖିଲେ ଦିନଟି ଶୁଭ ହୁଏ । ଟୁଙ୍କି ପଚାରିଲା, କେମିତି, ତାହେଲେ ଆଜି ଦିନଟି ମୋର ଶୁଭ ହେବ । ମା କହିଲେ ହଁ, ହଳଦୀ ରଙ୍ଗ ଶୁଭର ପ୍ରତୀକ । ଟୁକି ପଚାରିଲା , କେମିତି ? ମା କହିଲେ ଶୁଣ, ରୂପ ଗୁଣରେ ଅନୁପମ ହଳଦୀ । ମା ଲକ୍ଷ୍ମୀଙ୍କ ରୂପ ହଳଦୀ ପରି । ଆମେ ପ୍ରତିଦିନ ହଳଦୀ ଲଗେଇ ଗାଧୋଇଲେ ରୂପ ଫିଟେ। ମୁହଁରେ ହଳଦୀ ମାଖିଲେ ମୁଖ ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ । ଆଉମଧ୍ୟ ଦେହରେ ଚର୍ମ ରୋଗ ହୁଏନାହିଁ । ମହିଳା ମାନକର ମାସ ଠିକ ରୁହେ । ହଳଦୀ ପ୍ରତିଦିନ ଚାମଚେ ଗରମ ଜଳରେ କିମ୍ବା ଖୀରରେ ଫେଣ୍ଟି ପାନ କଲେ ଯାବତୀୟ ରୋଗ ଭଲହୁଏ । କାରଣ, ହଳଦୀ ଆମ ଶରୀରରେ ଆମ୍ଲଜାନ ଭାଗ ବଢ଼ାଇ ଥାଏ । ଥଣ୍ଡା, କାଶ, ଜ୍ୱର, ମୁଣ୍ଡ ବ୍ୟଥା , ବଦହଜମି ଓ କୋଷ୍ଟ କାଠିନ୍ୟ ,ଘୋଲା ବିନ୍ଧା ଆଦି ଯାବତୀୟ ରୋଗ କରାଇଦିଏ ନାହିଁ ।ଏହାଛଡା ଆମ ଘରେ ପୂଜା ପର୍ବ ହେଲେ ହଳଦୀ ଗୁଣ୍ଡ ମୁରୁଜ କରି ପକାଉଥାଉ । ପ୍ରତିଦିନ ହଳଦୀ ପାଣିରେ ଠାକୁରଙ୍କୁ ଗାଧେଇ ଦେବାର ବିଧି ଅଛି । ତନ୍ତ୍ର ଶାସ୍ତ୍ରରେ ଅଛି, ହଳଦୀ ଜଳ ଛିଞ୍ଚିଲେ ଦୃଷ୍ଟିଆ ପଡେ ନାହିଁ, ଶୁଭ ହୁଏ । ହଳଦୀ ପାଣିରେ ଗାଧୋଇ ହଳଦୀ ରଙ୍ଗର ଶାଢୀ ପିନ୍ଧି ଝିଅ ବିବାହ ବେଦିରେ ବସେ । ତେଣୁ ହଳଦୀ ଶୁଭ ଓ ସଂବୃଦ୍ଧି ର ପ୍ରତୀକ । ଟିଙ୍କୁ ଶୁଣୁଥିଲେ , ଦେଖୁଥିଲା ହଳଦୀ ବସନ୍ତ କୁ । ଏହି ସମୟରେ ଆଉ ଗୋଟିଏ ହଳଦୀ ବସନ୍ତ ଛଡେଇ ଟି ଉଡ଼ିଆସି ତା ପାଖରେ ବସିଗଲା । ଦୁଇଟି ହଳଦୀ ବସନ୍ତ । ସହଜେ ବସନ୍ତ ଋତୁ, ଗଛ ଲତା ଫୁଲ ଫଳରେ ପରିପୂର୍ଣ । ହଳଦିଆ ମନ୍ଦାର, କନିଅର,କରଂଜ, କୃଷ୍ଟ ଚୁଡା, ସବୁଠାରୁ ସୁନ୍ଦର ଲାଗୁଥିବା ହଳଦିଆ କାଗଜି ଫୁଲ, ସାଙ୍ଗକୁ ହଳଦୀ ରଙ୍ଗର ଅଭିର ଜୀବନ ସହିତ ସମ୍ପର୍କ ବାଢ଼ିଛି। ସୁନ୍ଦର ଏ ପୃଥିବୀ, ସୁନ୍ଦରତା ଭାବନାର ସ୍ଥଳୀ ମଣିଷ ଶରୀରରେ ଓ ମନ। ହଳଦୀ ବସନ୍ତ କୁ ଦେଖି ଟିଙ୍କୁ ଭାବରେ ଥିବା ବେଳେ ଦୁଇ ଛଡେଇ ଉଡି ଯାଇ ବସିଥିଲେ କୃଷ୍ଟ ଚୁଡା ଗଛର ଡାଇରେ ।


Rate this content
Log in

Similar oriya story from Romance