akshayakumar Dash

Action Classics Inspirational

3  

akshayakumar Dash

Action Classics Inspirational

ବାପାଙ୍କ ଶୋଇବା ଘର

ବାପାଙ୍କ ଶୋଇବା ଘର

1 min
197


ବାପାଙ୍କ ଶୋଇବାଘର। ଖଟ ଉପରେ କନ୍ଥା । ଚଦର ଟିର ପଡ଼ିଥାଏ । ତକିଆଟି ସିମିଲି ତୁଳା ରେ ତିଆରି ପତଳା ଗଦିପରି ସରୁ । ତକିଆ ତଳେ ଚିଠି , ପୋଷ୍ଟ କାର୍ଡ, ଲଫପା,ଓ କେତୋଟି ଇଂଲଣ୍ଡ ଲେଟର। ଆଉକିଛି ଦୋକାନ ହିସାବ ଚିଠା ତ ଅଧା ଲେଖା କବିତା ଫର୍ଦ୍ । କାନ୍ଥକଣକୁ ଡେରିହୋଇ ରହିଥାଏ ମେଦିନାପୁର ସପ। ପ୍ରତିବର୍ଷ ମୁନିସ ମେଳନରୁ ବାପା ଦୁଇଖଣ୍ଡ ସପ କିଣନ୍ତି । ଗୋଟିଏ ବୋଉ ସୁଏ ଆରଟିରେ ବାପାଙ୍କ ଘରେ ଥାଏ । ବୋଉ ସପଟି ଚାରିଆ଼ଡ ବୁଲୁଥାଏ । କେତେବେଳେ ଛାତ ଉପରେ ତ ବାରଣ୍ଡାରେ । ହେଲେ ବାପକ ସପ୍ ସେମିତି ଥାଏ । ଖରାଦିନେ ତଳେ ପାରିକରି ବାପା ଶୁଅନ୍ତି । ଆମେ ପୁଅମାନେ ବାପାଙ୍କ ପାଖରେ ଗେଞ୍ଜି ହେଉ । ଶୋଇବା ଘର ଥାକରେ ବାପାକର କେତୋଟି ବହି ଥାଏ । ଆଉକିଛି ଚେରମୂଳି ଔଷଧ । ଉପର ଥାକରେ କେତୋଟି ଜଣାଶୁଣା ଗାନ୍ଧୀବାଦି ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିବା ଖଦଡ଼ ଟୋପି ଓ ଧୋତି କୁର୍ତ୍ତା। ଇସ୍ତିରି ଦିଆ ଲୁଗା ଭଙ୍ଗାଭଙ୍ଗି ହୋଇ ସେମିତି କେବେଠୁ ରହିଛି । ତଳକୁ ଗୋଟିଏ କାଠର ବାକ୍ସ । ସେଇବାକସ ତଳକୁ ଚାବିଦିଆହେଇ ଥାଏ ଡ୍ରାଅ ଟି ଓ ତାର ଭିତରେ ଅର୍ଥ । କାଠି ଟି ପଇତା ରେ ବନ୍ଧାହୋଇଥାଏ । ରାତି ଚାରିଟା ରୁ ଉଠି କବିତା ଲେଖାଲେଖି କରନ୍ତି । ଘରେ ଥିଲେ ବି ବାଡି ଘର କାମ କରନ୍ତି ଓ କବାଟ କିଳୀ କବିତା ଲେଖନ୍ତି । କ୍ରମଃଶ



Rate this content
Log in

Similar oriya story from Action