Dipti lekha Mishra

Abstract

2.5  

Dipti lekha Mishra

Abstract

ଫୁଲମାନଙ୍କ କଥାବାର୍ତ୍ତା

ଫୁଲମାନଙ୍କ କଥାବାର୍ତ୍ତା

3 mins
240


ଫୁଲମାନେ ନିଜ ସହ ଦେଖା କରି ବହୁତ ସାରା ଗପୁଛନ୍ତି ଆଉ ସେକଥାଟି ମୁଁ ହୁଏତ ଶୁଣିଦେଇଛି ।

ଫୁଲମାନଙ୍କ କଥାବାର୍ତ୍ତା

ଦିନେ ବଡି ଭୋରରୁ ଉଠି ପିଲାବେଳେ ମୁଁ ଫୁଲମାନଙ୍କ ସହ ସହ ଖେଳୁଥାଏ ଆଉ ଭାବୁଥାଏ ପ୍ରଭୂ ଏମାନଙ୍କୁ ଏତେ ସାରା ଖୁସି ଦେଇଛ ଯେ ଏମାନଙ୍କୁ ଦେଖି ମୋ ପେଟ ପୁରିଯାଉଛି । ଆପଣଙ୍କୁ ଧନ୍ୟବାଦ କହି ଗୁଣୁଗୁଣୁ ହୋଇ ଭଗବାନଙ୍କ ସହ ନିତି କଥାବାର୍ତ୍ତା କରୁଥାଏ । ଦିନେ ଘରେ ଆମ ବାପା ମାଆ ଅଧିକ ଝଗଡା ଲାଗିଗଲେ ଏଇ ଫୁଲ ପାଇଁ । ଆଉ ସେଦିନ ଭଗବାନଙ୍କୁ ରାଗି ରାଗି ପଚାରିଲି ପ୍ରଭୂ ତୁମେ ନିରୀହ ନିର୍ଜୀବଟିର ଭାବନାକୁ ନେଇ ଝଗଡା ଲଗାଇଦେଉଛ କଣପାଇଁ ? ତାର ବା ଦୋଷ କଣ ?

         ମୋତେ ଥରଟେ ବି ଦେଖାଦିଅ ପ୍ରଭୂ ଫୁଲ ପାଇଁ ମୋତେ ଇର୍ଷା ଲାଗୁଛି । ରଙ୍ଗବେରଙ୍ଗ ଫୁଲ ପାଇଁ ଝଗଡା ହେଉଛନ୍ତି ଅଥଚ ଘରେ ଥିବା ବୁଢାବୁଢୀ ସହ ଅନ୍ୟାୟ କାହିଁକି କରୁଛନ୍ତି ?

       ସେଦିନ ରାତିରେ ମୁଁ ଶୋଇଥାଏ । ହଠାତ ସ୍ବପ୍ନଟି ଦେଖିଲି । ସେ ସପନଟା ଭାରୀ ଭାବୁକ କରିଦେଇଥିଲା । ପିଲାଟି ଥିଲି ଏତେ କଥା ବୁଝିପାରୁନଥିଲି ହେଲେ ଆଜି ସେ ସ୍ବପ୍ନଟି ର ଭାବାର୍ଥ ବୁଝିପାରୁଛି ।

          ଦିନେ ରାତି ପାହିଲା ବେଳେ ଦେଖିଲି ଜଣେ ବୣଦ୍ଧ ଆମ ପରିଚୟ ଲୋକ ସେ ଚୁପଚାପ ଶୋଇଯାଇଛନ୍ତି ଆଉ ହଲଚଲ ନୁହଁ କି କଥାବାର୍ତ୍ତା ବି ନୁହଁ । କଣ ହୋଇଛି ପଚାରିବାରୁ ଘର ଲୋକେ କହିଲେ ସେ ଏ ଦୁନିଆ ଛାଡି ଆରେକ ଦୁନିଆକୁ ଚାଲିଗଲେ । ଆମ ଏ ଦୁନିଆ ପାଇଁ ସେ ଏତିକି ଦିନ ବଂଚିବାକୁ ଧାର୍ଯ୍ୟ କରି ଆସିଥିଲେ । ତାଙ୍କ ପାଇଁ ଫୁଲ ମାଳ ମାଳ ଆସି ଥୁଆ ହେଲା । କିଛି ଫୁଲ କୁ ଗୁଣ୍ତ ବି କରିଦିଆଗଲା । ସେଦିନ ଭାବିଲୀ ଆହାଃ ଆଜି ଫୁଲମାନେ କଣ ଭାବି ଫୁଟିଥିବେ କେଜାଣି? ସେମାନେ ଆଜି କାହା ସହ ରହିବାକୁ ଭଲ ପାଉଥିବେ ଆଉ କାହା ସହ ଯାଉଛନ୍ତି । ଏମିତି ଭାବୁ ଭାବୁ ମୋ ହାତରେ ବି କିଛିଫୁଲ ଦେଇ ବୋଉ କହିଲା ଏଥର ଏତିକି ଶ୍ରଦ୍ଧାରେ ବାପା ଉପରେ ପକାଇଦେ ।

      ଆଉ ଦିନେ ବଡି ଭୋରରୁ ଉଠିଲା ବେଳକୁ ସବୁ ଫୁଲ କିଣିବା ପାଇଁ ଲମ୍ବାଧାଡି କାରଣ ସେଦିନ ଥିଲା ସରସ୍ବତୀ ପୂଜା ଆଉ ପିଲାରୁ ବୁଢା ସମସ୍ତେ ଫୁଲ ପାଇଁ ବ୍ୟସ୍ତ ।

      ପୁଣି କିଛି ସମୟ ପରେ ପରେ ଏକ ଯବାନ ସହିଦ ହୋଇଗଲେ ଦେଶ ପାଇଁ ଆଉ ତାଙ୍କ ଆତ୍ମାର ସଦଗତି କାମନା କରି ଫୁଲଗୁଡିକୁ ସଂଗ୍ରହ କରି ରଖାଗଲା । ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ସମସ୍ତଙ୍କ ହାତରେ ଫୁଲ ଥାଏ ।

     କିଛିଦିନ ପରେ ରାଜନୀତିଆମାନଙ୍କୁ ସମ୍ମାନ ଦେବା ପାଇଁ ଫୁଲଗୁଡିକ ସଂଗ୍ରହ କରାଗଲା । ଆଉ ସେମାନେ ଚଢିବା ପାଇଁ ସଜା ହୋଇଥିବା ମଞ୍ଚରେ ଫୁଲଗୁଡିକୁ ଖୁନ୍ଦି ଖୁନ୍ଦି ରଖାଯାଈଥିଲା ।

      ମୋର ଏକ ସାଙ୍ଗର ବାହାଘର ହେଉଥାଏ ଫୁଲଗୁଡିକୁ ଛୁଞ୍ଚିରେ କଷ୍ଟଦେଇ ଲମ୍ବା ଲମ୍ବା ମାଳ ଗୁନ୍ଥାଗଲା ଆଉ ବରକନିଆ ଫୁଲମାଳ ଦିଆନିଆ ହେବା ପାଇଁ ବି ରଖାଗଲା । ନାରୀମାନେ ନିଜ କେଶକୁ ସୁନ୍ଦର ଭାବେ ସଜାଇ ମାଳ ମାଳ ଫୁଲ ଲଗାଇଲେ ।

      ବ୍ରତଘର,ଜନ୍ମଦିନ ଭଳି ସବୁ ପୂଜାରେ ଫୁଲ ଦରକାର ହୁଏ । କେତେ ଅଳ୍ପ ଆୟୁଷ ନେଈ ଫୁଲମାନେ

ଜନ୍ମନିଅନ୍ତି । ଆଉ ସେମାନେ କାହା ଗଳାରେ ନା ଶବାରୀରେ ନା ଶବଉପରେ ପଡିବେ ଜାଣିନଥାନ୍ତି । ଏମିତି ବୁଢାବୁଢୀମାନେ କଥା ହେଉଥିଲେ ।

      ହଠାତ ମୋ ନିଦ ଭାଙ୍ଗିଗଲା । ଗୋଟିଏ ରାତିରେ ଭଗବାନ କେତେ ଦିନର ସ୍ବପ୍ନ ଦେଖାଇଦେଲେ । ଫୁଲବଗିଚାରେ ପାଦ ରଖିଲି । ଫୁଲମାନେ କଥା ହେଉଥିଲେ ଆଜି ଆମେ କାହାପାଇଁ ତୋଳା ହେବା କେଜାଣି ? ଜଣେ କହୁଥିଲା ମୁଁ ଠାକୁରଙ୍କ ପାଇଁ ଯିବାକୁ ଚାହେଁ । ଆଉ ଜଣେ କହିଲା ନାଁ ଠାକୁରଙ୍କ ତ ଆମେ ସୣଷ୍ଟି ଏଣୁ ତାଙ୍କ ପାଖରେ ନ ଲାଗି ମଶାଣୀକୁ ଯାଉଥିବା ଲୋକଙ୍କ ପାଇଁ ଯିବାକୁ ଚାହେଁ । ଆଉ ଜଣେ କହିଲା ମୁଁ ନାରୀମାନଙ୍କ କେଶରେ ରହିବାକୁ ଚାହେଁ । ହଁ ଅଳ୍ପ ସମୟ ଛୁଞ୍ଚିର ଆଘାତ ପାଇବି ସତ ହେଲେ ମୋତେ ସମସ୍ତେ ବୁଲିାବୁଲି ଚାହିଁବେ ଆଉ ମୁଁ ଶୋଭା ପାଈବାକୁ ଚାହେଁ ।

ଆଉ ଏକ ଫୁଲ କହିଲା ସମଗ୍ର ମାନବ ଜାତି ପାଇଁ ଆମେ ବଞ୍ଚିଛେ ଆଉ କିଛି ମାନବଙ୍କ ପାଇଁ ଏ ଭାରତ ବଞ୍ଚିଛି ଏଣୁ ମୁଁ ଭାରତ ମାତାଙ୍କ ସେବାରେ ଲାଗୁଥିବା ସେବକଙ୍କ ପାଇଁ ଲାଗିବାକୁ ଚାହେଁ । ଆଉ ଏକ ଫୁଲ କହିଲା ମୁଁ ଏଈଠି ଜନ୍ମ ଆଉ ଏଇଠି ହିଁ ଝରିପଡିଲେ ଭଲ ହୁଅନ୍ତା । ସେମାନଙ୍କ କଥା ଶୁଣି ଶୁଣି ମୋ ଆଖିରୁ ଲୂହ ଝରିପଡୁଥାଏ ଆଉ ସବୁ ଫୁଲମାନେ ମୋ କାନ୍ଦରେ ସତେ ଯେମିତି ଚୁପ ହୋଇ ରହିଗଲେ । ହଠାତ ଆଉ ଏକ ଫୁଲ କହିଲା ନାଇଁ ମୁଁ ତୁମ ପ୍ରିୟ ପାଇଁ ଲାଗିବାକୁ ଚାହେଁ । ଅଳ୍ପ ସମୟର ପ୍ରେମରେ ମୋତେ ଆଲିଙ୍ଗନ କଲେ ଭାରୀ ଆନନ୍ଦ ଲାଗିବ ଆଉ ମୁଁ ତୁମ ଦୁହିଁଙ୍କ ଓଠରେ ଛୁଇଁ ଆସୁଥିବି ମେଞ୍ଚାଏ ହସ ଆଉ ମନରେ ପ୍ରେମର ଫୁଲ ଫୁଟାଇବି


Rate this content
Log in

Similar oriya story from Abstract