STORYMIRROR

BANITA SAHU

Romance

3  

BANITA SAHU

Romance

ଫୁଲ ପାଇଁ ପକ୍ଷୀଟିଏ

ଫୁଲ ପାଇଁ ପକ୍ଷୀଟିଏ

2 mins
512

ବଗିଚାରେ ଗୋଟିଏ ବିରାଟ ବଡ ବରଗଛ ଟିଏ ଥିଲା ଏହା ସହ ଏହି ବଗିଚାରେ ନାନା ରଙ୍ଗବେରଙ୍ଗର ଫୁଲଗଛ ଗୁଡିକ ମଧ୍ଯ ଏଠାରେ ଦେଖିବାକୁ ମିଳେ ଅନେକ ପ୍ରକାର ପକ୍ଷୀ ଗୁଡିକ ମଧ୍ଯ ଏଠାରେ ଦେଖିବାକୁ ମିଳେ ଅନେ ଲୋକ ଏଠାକୁ

ଏହି ପକ୍ଷୀ ଏବଂ ଗଛଗୁଡିକୁ ଦେଖିବାପାଇଁ ଭିଡ ଲାଗିରହିଥାଏ ବହୁ ଦୂରଦୂରାନ୍ତରୁ ଏହି ସ୍ତାନକୁ ଭ୍ରମଣରେ ଆସନ୍ତି

ଏଠା କାର ପରିବେଶ ବେଶ୍ ରମଣିୟ ଥରେ ଯିଏ ଏଠାକୁ ଆସନ୍ତି ପୁଣି ଆଉଥରେ ଏଠାକୁ ଆସିବା ପାଇଁ ମନ ବ୍ଯାକୁଳ ହୁଏ ଦିନେ ଦେଖୁ ଦେଖୁ ଗୋଟିଏ ଧଳା ରଙ୍ଗର ପକ୍ଷୀଟିଏ ଧଳା ଗୋଲାପ ଫୁଲର ପ୍ରେମରେ ପଡିଗଲେ ଦିନେ ପକ୍ଷୀଟିଏ ସେହି ଗୋଲାପ ଗଛ ନିକଟକୁ ଯାଇ କହିଲା ମୁଁ ତୁମକୁ ବହୁତ ଭଲପାଏ ମୁଁ ତୁମକୁ ମୋ ଜୀବନ ସାଥି ଭାବେ ରଖିବାକୁ ଚାହେଁ ଏହି କଥା ଶୁଣି ଫୁଲଟିଏ ହସିଦେଲା ଥଟା ଭାବି କହିଲା ଏମିତି ଅନେକ ଲକୋଆସି ମୁଁଁ ତମକୁ ଭଲପାଏ ବୋଲି କହିଲେଣି ଆଜି ପୁଣି ତମେ ଆସିଲ ଜାଅ ଜାଅ ଏମିତି ମୁଁ କେତେ ପ୍ରେମ ଦେଖିଛି ପକ୍ଷୀଟିଏ ମନ ଦୁଖଃରେ ସେଠାରୁ ବାହାରିଆସିଲେ ପକ୍ଷୀଟିଏ ପ୍ରତିଦିନ ନିଜ ପ୍ରେମିକାକୁ ଦେଖିବାପାଇଁ ଚାଲିଆସନ୍ତି ଗୋଟିଏ ଦିନ ପକ୍ଷୀଟିର ଏତେଭଲପାଇବା ଦେଖି ଫୁଲଟିଏ ମନେ ମନେ ବହୁତ ଖୁସିରେ ଥିଲେ ଶେଷରେ ଫୁଲଟି ପକ୍ଷୀଟିର ପ୍ରେମକୁ ଗ୍ରହଣ କରିନେଲା ପକ୍ଷୀଟି ଖୁସିରେ ନାଚି ଉଠିଲା ଫୁଲଟି କହିଲା ମତେତ ତମେ ଏତେ ଭଲପାଉଚ ମୋର ଗୋଟିଏ ଇଚ୍ଛା ପୂରଣ କର ପକ୍ଷୀଟି ପଚାରିଲେ ତୁମର ଇଚ୍ଛା କୁହ ମୁଁ ନିଶ୍ଚୟ ପୂରଣ କରିବି ଫୁଲଟି କହିଲା ମୁଁ ନିଗକୁ ଲାଲ ରଙ୍ଗରେ ଦେଖିବାକୁ ଚାହେଁ ପକ୍ଷୀଟି କିଛି ନବିଚାରି ନିଜ ପ୍ରେମିକାର ଇଚ୍ଛାକୁ ପୂରଣ କରିବାପାଇ ଗୋଟିଏ ଶୁଖିଲା ଗଛର ଅଗ୍ରଭାଗରେ ନିଜକୁ ପିଟିହୋଇ କ୍ଷତାକ୍ତ କରି ପୁଣି ନିଜପ୍ରେମିକା ପାଖକୁ ଫେରିଆସି ନିଜ କ୍ଷତରୁ ବାହରୁଥିବା ରକ୍ତରେ ପ୍ରେମିକାକୁ ଭିଜେଇ ଦେଇଥିଲେ ଏହା ଦ୍ବାରା ଫୁଲଟି ଲାଲ ରଙ୍ଗ ହୋଇଯାଇଥିଲା କିନ୍ତୁ ପକ୍ଷୀଟି ନିଜ ପ୍ରେମିକାର ସାମ୍ନାରେ ଶେଷ ନିଷ୍ପାସ ତ୍ଯାଗ କରିଥିଲେ ଫୁଲଟି ଏହା ଦେଖି ନିଜକୁ ଘ୍ଠୁଣା କରିଥିଲେ ମନ ଦୁଖଃରେ ଭାଙ୍ଗିପଡିଥିଲେ ଫୁଲଟି ନିଜ ଅଜାଣତରେ ନିଜ ପ୍ରାଣର ପ୍ରେମିକକୁ ହରେଇ ବସିଲେ ଶେଷରେ ଭଗବାନଙ୍କୁ ପ୍ରାର୍ଥନା କରି ବିନତି କରି କହିଲେ ହେ ପ୍ରଭୂ ଏହି ଜନ୍ମରେ ମୋ ଭଲପାଇବା ପାଇପାରିଲି ନାହିଁ ଆର ଜନ୍ମରେ ପୁଣି ମୋ ଭଲପାଇବାକୁ ଫେରେଇ ଦିଅନ୍ତୁ ଫଲଟି ନିଜ ଅନ୍ତରର ଦୁଖଃକୁ କାହାରି ସାମ୍ନାରେ ପ୍ରକାଶ କରିନପାରି ଶେଷରେ କବିତାଟି ନିଜ ପ୍ରେମିକ ପାଇଁ ଲେଖିଥିଲା


କାହିଁତମେ ଚାଲିଗଲ ପ୍ରାୟ ବଞ୍ଚିନପାରହି ମୁହିଁ


ଭୂଲିତ ପାରୁନି ତୁମକୁ ଅପେକ୍ଷା କରିଛି ରହି

ସପନ ଦେଖାଇ ଛାଡି ଚାଲିଗଲ ଅଧା ରାସ୍ତାରେ

ଥରୁଟିଏ ପ୍ରିୟ ହୋଇଲେ ଭେଟ କ୍ଷମା ମାଗିବି ତୁମ ସାମ୍ନାରେ

ଅଭିମାନ କରନାହିଁ ଫେରିଆସ ସାଥିହୋଇ ବଞ୍ଚିବା ରହି

ନୂଆ ଦୁନିଆକୁ ନୂଆ ସକାଳକୁ ଉପଭୋଗ କରିବା ସାଥିହୋଇ

ବୁଝିପାରୁନକି ପ୍ରିୟ ମୋ ଅନ୍ତରର ବ୍ଯଥା ?

ତିଳ ତିଳହୋଇ ଜଳୁଛି ମୁଁ ସ୍ମୁତିକରି ସେହି ଅଭୂଲା କଥା

ଯେତେ ଝଡ ଝଞ୍ଝା ଆସିଲେ ମଧ୍ଯ ନଛାଡିବି ହାତ ତୁମରି

ତୁମ ଫେରିବା ପଥକୁ ଚାହିଁ ରହିଥିବି ଚାତକ ପରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance