BANITA SAHU

Children Stories

3  

BANITA SAHU

Children Stories

ଭକ୍ତିର ଫଳ ମିଠା

ଭକ୍ତିର ଫଳ ମିଠା

2 mins
572


ରିମା ସୀମା ପିଲାଟି ଦିନରୁ ନିବିଡ ବନ୍ଧୁ ଥିଲେ । ଗୋଟିଏ ମୁହୂର୍ତ୍ତ ମଧ୍ଯ ଦୁହେଁ ଦୁହିଁ ଠାରୁ ଅଲଗା ରହୁନଥିଲେ ଯେପରିକି ପାଠପଢା ଖାଇବା, ସ୍କୁଲଯିବା,ଶୟନ ସମୟରେ ମଧ୍ଯ ଏକତ୍ର ରହୁଥିଲେ । ଦୁହେଁ ଭଗବାନ ବିଷ୍ଣୁଙ୍କ ବଡ ଭକ୍ତ ଥିଲେ । ଗୋଟିଏ ଦିନ ସ୍କୁଲର ସମସ୍ତ ଛାତ୍ର ଛାତ୍ରି ଏକତ୍ର ହୋଇ ବଣଭୋଜି କରିବାପାଇଁ ଆୟୋଜନ କଲେ । ରିମା ସୀମା ଦୁହେଁ ଉକ୍ତ କାର୍ଯ୍ଯକ୍ରମରେ ଯୋଗଦାନ କରିଥିଲେ । ଅତି ଆନନ୍ଦ ସହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହେଲା । ଶେଷରେ ଭୋଜନ ସାରି ପରିଭ୍ରମଣ ନିମିତ୍ତ ବାହାରିଲେ କିନ୍ତୁ ଭାଗ୍ୟର ବିଡମ୍ବନା ବଣରେ ବିରାଟ ଖାଲଟିଏ ଥିଲା । ସେଥିରେ ରିମା ସୀମା ଦୁହେଁ ଅଚାନକ୍ ଖାଲରେ ଗଳିପଡିଥିଲେ । ଦୁହେଁ ଯେତେଚେଷ୍ଟା କରିଲେ ମଧ୍ଯ ବାହାରକୁ ବାହାରି ପାରିଲେନାହିଁ । ଦୁହେଁ ଚିତ୍କାର କରି ରକ୍ଷାକର ବୋଲି ଡାକୁଥିଲେ କିନ୍ତୁ କେହିଜଣେ ବ୍ୟକ୍ତି ମଧ୍ଯ ଆଖପାଖରେ ନଥିଲେ । ଆତ୍ମବ୍ୟାକୁଳତା ସହ ହେ ଭଗବାନ ରକ୍ଷାକର ବୋଲି ଡାକୁଥିଲେ । ହଠାତ୍ ଭଗବାନ ବିଷ୍ଣୁ ପ୍ରୋକଟ ହେବାଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ଦୁହେଁ ହାତ ବଢାଇ କହିଲେ ହେ ପ୍ରଭୂ ଆମ୍ଭଦୁହିଁଙ୍କୁ ରକ୍ଷା କରନ୍ତୁ । ଭଗବାନ ବିଷ୍ଣୁ କହିଲେ ଦୁହିଁଙ୍କ ମଧ୍ଯରୁ ଜଣକୁ ଉଦ୍ଧାର କରିବି ତେଣୁ ତମେ କୁହ କାହାରିକୁ ପ୍ରଥମେ ଉଦ୍ଧାର କରିବି । ରିମା ସୀମା ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ରିମା କହିଲେ ସୀମାକୁ ପ୍ରଥମେ ଉଦ୍ଧାର କରନ୍ତୁ ପ୍ରଭୂ ସେ ମୋର ଜୀବନ । ସେପଟେ ସୀମା କହିଲେ ରିମାକୁ ପ୍ରଥମେ ଉଦ୍ଧାର କରନ୍ତୁ ପ୍ରଭୂ ସେ ମୋର ସ୍ପନ୍ଦନ । ଭଗବାନ ବିଷ୍ଣୁ ପୁଣିଥରେ ଚିନ୍ତାରେ ପଡିଗଲେ ଦୁହେଁ କ'ଣ ଏହିପରି କହିଗଲେ ?


ଶେଷରେ ଭଗବାନ ବିଷ୍ଣୁ ରିମାକୁ ଉଦ୍ଧାର କରିବା ପାଇଁ ନିଷ୍ପତି ନେଲେ । ପ୍ରଥମେ ରିମାକୁ ଉଦ୍ଧାର କରି ଶେଷରେ ସୀମାକୁ ଉଦ୍ଧାର କରିଥିଲେ । ସୀମା ଅଳ୍ପ ମନଦୁଃଖରେ ଥିଲେ । ଭଗବାନ ବିଷ୍ଣୁ ଜାଣିପାରି ସୀମାକୁ ପଚାରିଲେ ,ସୀମା କ'ଣ ହେଲା ମନଦୁଃଖରେ ଅଛ ? ସୀମା କହିଲେ ପ୍ରଭୂ ରିମା ଯେପରି ତମକୁ ଭକ୍ତି କରୁଥିଲା ଠିକ୍ ସେହିପରି ମୁଁ ମଧ୍ଯ ତୁମକୁ ସେତିକି ଭକ୍ତି କରୁଥିଲି କିନ୍ତୁ ରିମାକୁ କାହିଁକି ପ୍ରଥମେ ଉଦ୍ଧାର କରିଲେ ?


ଭଗବାନ ବିଷ୍ଣୁ କହିଲେ ଦୁହେଁ ମୋର ଭକ୍ତ କିନ୍ତୁ ଦୁହିଁଙ୍କ ମଧ୍ଯରେ ତଫାତ୍ ଏହା ଯେ ତମେ ମତେ ପ୍ରାର୍ଥନା କରିବା ସମୟରେ କୁହ ମତେ ଭଲରେ ରଖ ,ସ୍କୁଲରେ ପ୍ରଥମ ସ୍ଥାନରେ ରଖନ୍ତୁ ପ୍ରଭୂବୋଲି ପ୍ରାର୍ଥନା କରୁଥିଲ କିନ୍ତୁ ରିମା କ'ଣ କହୁଥିଲ ଜାଣିଚ ? ସୀମା କହିଲେ କୁହନ୍ତୁନା ପ୍ରଭୂ । ସୀମା ପ୍ରତିଦିନ ପ୍ରାର୍ଥନା କରିବା ସମୟରେ କହୁଥିଲେ ହେ ପ୍ରଭୂ ଆପଣ ଭଲରେ ରୁହନ୍ତୁ ସମସ୍ତଙ୍କୁ ଭଲରେ ରଖନ୍ତୁ । ସୀମା ଆଶ୍ଚର୍ଯ୍ୟ ହୋଇ କହିଲେ ମୋର ଭୂଲ ହୋଇଗଲା କ୍ଷମା କରିଦିଅନ୍ତୁ ପ୍ରଭୂ । ରିମା ଭଳି ସାଙ୍ଗ ମିଳିଥିବା ଯୋଗୁଁ ମୋ ଜୀବନ ଧନ୍ୟ ହୋଇଗଲା ।

ଶେଷରେ ଭଗବାନ ବିଷ୍ଣୁ ଦୁହିଁଙ୍କୁ ଆର୍ଶୀବାଦ ଦେଇ ଅର୍ନ୍ତଧ୍ଯାନ ହୋଇଗଲେ ।



Rate this content
Log in