ପିଲାଦିନର କଥା
ପିଲାଦିନର କଥା
ମୁଁ ବହୁତ ଛୋଟ ଥିଲି । ଚତୁର୍ଥ ଶ୍ରେଣୀରେ ପଢୁଥାଏ ା
ବର୍ଷା ଝିପ୍ ଝିପ୍ ହେଉଥିଲା ।
ସେ ଦିନ ସ୍କୁଲ୍ ରୁ ଫେରିବା ସମୟରେ ବିଜୁଳି ଘଡ ଘଡିରେ ଛାତି ଥରୁଉଠୁଥାଏ ।
ସାଙ୍ଗମାନଙ୍କ ସାଥିରେ ହରି ଅର୍ଜୁନ ଡାକି ଡାକି ଶେଷରେ ଘରେ ପହଞ୍ଚିଗଲି । ଦେଖିଲା ବେଳେ ଘରେ ବଡ ତାଲାଟି ଝୁଲୁଥାଏ ।ବିଲରୁ ମାଁ ବାପା କେହି ମଧ୍ଯ ଆହୁରି ଫେରିନାହାନ୍ତି । ମନରେ ଡର ଲାଗୁଥାଏ ।
ଚାବି ଖୋଲି ଘର ମଧ୍ଯକୁ ଗଲି । ଫାଷ୍ଟ ରୁମ୍ ରୁ ସେକେଣ୍ତ ରୁମ୍ କୁ ଯିବା ସମୟରେ ବାଲାଇଟ୍ ଟି ଅନ୍ ଅଫ୍ ଅନ୍ ଅଫ୍ ହେଉଥାଏ ।ମୁଁ ଡରିଯାଇ ଭୁତ ଭୂତ ଚିକ୍ତାର କରି ବାହାରକୁ ବାହାରି ଆସିଲି ।ଠିକ୍ ଏହି ସମୟରେ ମାଁ ବାପା ଫେରିଆସିଲେ । ମୋ ଠାରୁ ସମ୍ପୁର୍ଣ କଥା ଶୁଣିଲା ପରେ ବହୁ ଯୋରରେ ହସିଲେ । କହିଲେ ଆରେ ପାଗେଳି ଭୂତ କହୁଠୁ ଆସିବ ତ ମନର ଭାବନା ହିଁ ତୁ ଡରିଗଲୁ । ଦେଖୁନୁ ଦେଖ୍ ବଧ୍ଯେ କେଉଁଠି ଲାଇନ୍ ଫିଜ୍ ଚାଲିଯାଇଚି । ମନରେ ସବୁବେଳେ ସାହାସ ରଖେ । ଯମାରୁ ବି ଡରିବୁ ନାହିଁ ।
ସେ ଦିନର ସେହି ପଦିଏ କଥା ମୋ ଜୀବନରେ
କେବେ ଡରିବା ଭୁଲିଗଲି ।

