ଫିକା ସିନ୍ଦୁର
ଫିକା ସିନ୍ଦୁର
ସେଦିନ ର ଗାଆଁ ଚଉପାଢ଼ିରେ ଗଣେଶ ଗୀତା ପାଠ ହେଉଥାଏ ଛୋଟ ପିଲା ଠୁ ବୁଢ଼ା ଯାଏଁ ସବୁ ଏକ ଲୟରେ ଗୋସେଇଁ ଙ୍କ ବାଣୀ କୁ ଶୁଣୁ ଥିଲେ, ବିଶେଷ କରି ଗାଁ ର ଅର୍ଦ୍ଧାଧିକ ଝିଅ ବୋହୁ ବି ସାମିଲ୍ ହେଇ ଥିଲେ ଗୋସେଇଁ ବୁଝାଉ ଥାନ୍ତି ଗଣେଶ ଭଗବାନ କିପରି ରାଜ କନ୍ୟା ପୁଷ୍ପିତା କୁ ସିନ୍ଦୂରା ରାକ୍ଷସୀ କବଳ ରୁ ରକ୍ଷା କରିଥିଲେ ଓ ସିନ୍ଦୂରା ର ପୁଣ୍ଯ ଶୁଭେଚ୍ଛା କୁ ଆଜି ସବୁ ନାରୀ ମାନେ ପାଳନ କରୁଛନ୍ତି ପୁଣି ସିନ୍ଦୁର ଲଗାଇବl ର ପଞ୍ଚ ପ୍ରକାର ବିଧି ବିଧାନ ଯେମିତିକି ସିନ୍ଥିରେ, ମତି ରେ, ବ୍ହକ୍ତି ରେ, ମୁକତି ରେ ଶାନ୍ତି ରେ
ଏହିପରି ଭାବେ ନାରୀ ଟିଏ ଜୀବନ ରେ ତାକୁ ବ୍ୟବହାର କରୁ ବୋଲି ତାର ଅନ୍ତିମ ଇଛା ଥିଲା
ଏମିତି କହୁ କହୁ ହରିବୋଲ ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ସେଦିନ ର ସେଇ ସଞ୍ଜ ଟା
ପୁଣି ତୁଳସୀ ଚଉରା ର ମହାତ୍ମା ସାତୋଟି ପତ୍ର ଖାଇଲେ କୁଆଡେ କରୋନା ରୋଗ ବି ଉଭେଇ ଯିବ... ଏଇ ପରି କେତେ ନିତି ଶିକ୍ଷା ସବୁ ଶୁଣିଲା ରେବତୀ ଘର କୁ ଆସି ରାତିରେ ଶୋଇ ଯାଇଛି ଏଇଟା ଆଜି ନୂଆ ନୂହେଁ ଆଜକୁ 20 ବର୍ଷ ହେବ ଏକା ଏକା ଶୋଉ ଯାଉଚି ତାର ସ୍ଵାମୀ ଗୋଟେ ଇଟା ଭାଟି ମାଲିକ କଥାରେ ରାଜ୍ଯ ବାହାରକୁ ଦାଦନ ଶ୍ରମିକ ଭାବେ ଯାଇଚି..ଆଜି ଆସିବେ ବୋଲି ତାର ଦିଅର କହି ହଠାତ୍ ଖବର ଦେଲା... ଖବର ଟି ପୁଣି ଦୁଃଖ ଦାୟକ ଯେ ସେ କରୋନା ଭାଇରସ୍ ରେ ଆକ୍ରାନ୍ତ ତାକୁ ମେଡ଼ିକାଲ ରେ ଭର୍ତି କରାଯାଇ ଚି କଥା ଶୁଣୁ ଶୁଣୁ ତାରି ପାଦ ତଳୁ ମାଟି ଖ ସି ପଡିଲା ଯେମିତି.
ଖାଲି ଅନ୍ଧାର ଦେଖା ଦେଲା.. ସବୁକିଛି ସେ ସବୁ ପୂଜା ପାଠ କୁ ନିନ୍ଦା କରିବାକୁ ଲାଗିଲା କି ନିଷ୍ଟୁର ଭଗବାନ ତମେ ଶେଷରେ ମୋ ସ୍ୱାମୀ ଙ୍କୁ ଏଇ ଅବସ୍ଥା ଦେଲ କହି କହି କାନ୍ଦୁ ଥାଏ ଦିଅଁ ଦେବତା ପୂଜି ବାର ଫଳ କଣ ଏଇଟା ସଂସ୍କୃତି ର ଉଚ୍ଚାରଣ କରି ବାର ପୁଣ୍ଯ ଫଳ ମିଳି ନ ଥିଲା ଆଜି ଯାଏଁ, ହେଲେ ଆଜି ମିଳିଗଲା ତାକୁ. ନା ସବୁ ମିଛି ମିଛିକା ଗୋସେଇଁ ଙ୍କ ସିନ୍ଦୁର ପିନ୍ଧା ବିଧି କଣ ଭୁଲ୍
ନା.. ଆଉ ହେବ ନାହିଁ ନିଷ୍ପତ୍ତି ନେଲା ଆଉ ସେ ପଛକୁ ଫେ.. ରି... ବ.. ନି ଯାଉ ଯାଉ ଗୋଟାଏ ଅନ୍ଧାରି ଗୁହା ଭିତରେ ପହଂଚି ଗଲା ଯେଉଁଠି କି ତାର ସ୍ଵାମୀ ଛ ଖଣ୍ଡ କାଠ ର ସବାରୀ ରେ ବସି ହସି ହସି ସଭିଙ୍କୁ ଦେଖୁଥିଲା କିନ୍ତୁ ରେବତୀ କୁ ଦିଶି ଯାଉଥିଲା ଖାଲି କଳା ମଚମଚ ସଂସ୍କୃତି