Pallabi Das

Abstract

2  

Pallabi Das

Abstract

ପଢ଼ାକୁ

ପଢ଼ାକୁ

3 mins
234


ଲନ୍ ପାଖ ରାସ୍ତା ଦେଇ ବାହାରର ଗେଟ୍ ପାଖକୁ ଯିବା ବେଳେ ପାଦ ପଛକୁ ଫେରି ଯିବାକୁ ବାଧ୍ୟ କରୁଥିଲା । ଚଳଚ୍ଚିତ୍ରରେ ଦେଖିଥିବା ଟାଇମ୍ ମେସିନ୍ ପରି ଗୋଟେ ଟାଇମ୍ ମେସିନ୍ ମାେ ପାଖରେ ଥାନ୍ତା କି ପୁଣି ଥରେ ପରୀକ୍ଷା ଦେଇ ପାରନ୍ତି । ଏବେ ସବୁ ପ୍ରଶ୍ନ ର ଉତ୍ତର ଜଳ ଜଳ ହୋଇ ଆଖି ଆଗରେ ଭାସି ଯାଉଛି । ଗୋଟେ ଜିନି ମାେ ପାଖରେ ଥାନ୍ତା କି ! ତାକୁ କୁହନ୍ତି ମାେ ପରୀକ୍ଷା ଖାତା ଟା ନେଇ ଆସନ୍ତା ଘରକୁ ଆଉ ମୁଁ ସବୁ ପ୍ରଶ୍ନ ର ଉତ୍ତର ଲେଖି ପକାନ୍ତି । ପୁଣି ଥରେ ଉତ୍ତର ଖାତା ନେଇ କଲେଜ ରେ ରଖି ଆସନ୍ତା । ସମୟ ତିନି ଘଣ୍ଟା ପଛକୁ ଫେରି ଯାଆନ୍ତା କି ! ପଛକୁ ଫେରି ଯିବା, ଆଉ ସମ୍ଭବ ନୁହେଁ, କି ମତେ କେହି ନେଇ ପାରିବେନି । ଏତେ ଖରାପ ହୋଇଗଲା ପରୀକ୍ଷା ରେ ! ଏବେ ବାପା ଫୋନ୍ କଲେ କଣ କହିବି ! କି ବିଶ୍ଵାସ ତାଙ୍କର ମାେ ଉପରେ ! ଝିଅ ପାଇଁ ଗର୍ବ ତାଙ୍କର ଭାଙ୍ଗି ନଯାଉ ! ମାଆ କୁ କିଛି କହିବି ଯଦି ତେବେ ସେ ପୁଣି କହିବ ବି.ଏଡ୍ କାହିଁକି କଲୁନି, ସେ ସଫ୍ଟୱେର ଲାଇନ୍ କାହିଁକି ବାଛିଲୁ, ଇତ୍ୟାଦି କେତେ କଣ ଶୁଣେଇ ଦବ । ଯଦି ମାେର ବ୍ୟାକ୍ ରହେ ତେବେ କି ମୁହଁ ଦେଖେଇବି ସମସ୍ତଙ୍କୁ ! ଆଜି ଯାଏ ସବୁ ପରୀକ୍ଷା ରେ ଅତି ଭଲ ନକଲେ ମଧ୍ୟ ଘରେ ମୁହଁ ଦେଖେଇବା ପରି ମାର୍କ ରଖିଦିଏ । କିନ୍ତୁ ଏପଳି ଏତେ ଶୋଚନୀୟ ଭଲ ନହେବା ଆଉ ଶୋଚନୀୟ ହେବା କଣ ଏକା କଥା କି  ଗେଟ୍ ପାଖରେ ପୁଣି କିଛି ଜଣ ସାଙ୍ଗ ଅପେକ୍ଷା କରି ରହିଛନ୍ତି । ଦୂରରୁ ମତେ ଦେଖି ଖୋଲା ହସର ଆକ୍ରମଣ କରିବାକୁ ଲାଗିଲେ , କିଛି ଜଣ କହୁଥିଲେ ପଲ୍ଲବୀ ତ କିଛି ଛାଡ଼ି ନଥିବ , ପଢାକୁ ଛୁଆ ଆମର ଇତ୍ୟାଦି । ଆଉ କିଛି ପଢ଼ାକୁ ସାଙ୍ଗ ନିଜ ନିଜ ପ୍ରଶ୍ନ ପତ୍ର ରେ ଗୋଲ୍ ବୁଲେଇବାରେ ବ୍ୟସ୍ତ ଆଉ ମାେ ସହ ଉତ୍ତର ଆଲୋଚନା କରିବାକୁ ଚେଷ୍ଟା କରୁଥିଲେ । ମୁଣ୍ଡ ଟା ଭୀଷଣ ଯୋର୍ ରେ ବଥାଉ ଥାଏ , ସମସ୍ତଙ୍କ ହସ ଆଉ ଥଟା କଣ୍ଟା ଭଳି ଗଳି ଯାଉଥାଏ ମୋ ଦେହରେ । ସେମାନେ କହି ଯାଉଥିଲେ ମୁଁ କିନ୍ତୁ କିଛି ଶୁଣି ପାରୁନଥିଲି, ମନ ଇଚ୍ଛା ଉତ୍ତର ଦଉଥିଲି । ଯୋଉ ମାନେ ମତେ ଏତେ ପଢ଼ାକୁ ଭାବୁଛନ୍ତି ସେମାନେ ହୁଏତ ବିଶ୍ଵାସ କରିବେନି ମୁଁ ମୋର ଗୋଟେ ସେମିଷ୍ଟର ଭିତରେ ୭୭ ଟା ଗପ ପଢ଼ି ସାରିଥିଲି । ଦିନ ରାତି ପଢ଼ିବା ମାନେ ନୁହେଁ ଯେ ଖାଲି ପାଠ ପଢ଼ିବା , କେମିତି ବୁଝେଇବି ମାେ ସାଙ୍ଗମାନଙ୍କୁ । 

ହଠାତ୍ ମାଆ ର ଫୋନ୍ ଆସିଗଲା । ସବୁ କାହାଣୀ ରେ ଭିଲିୟନ୍ ସହ ହିରୋ ହିରୋଇନ୍ ମଧ୍ୟ ଥାନ୍ତି । ମାେ ଜୀବନ ର କାହାଣୀ ରେ ମାେ ମାଆ ବାପା ହିଁ ମୋ ଭିଲିୟନ୍ ଆଉ ହିରୋ ହିରୋଇନ୍ । ପ୍ରଥମେ ଗାଳି ଗୁଲଜ୍ ତା ପରେ ସ୍ନେହ ଆଦର, କେଜାଣି କଣ ଭାବନ୍ତି ପ୍ରଥମେ ଚିଡ଼େଇ ଦେବେ ତା ପରେ ସ୍ନେହ ରେ ପୋତି ପକାଇବେ । ସେ ଯାହା ହଉ ମୁଁ କେବେ ମାଆ କୁ ଠିକ୍ ରେ ମିଛ କହିପାରେନା, ସେଥିପାଇଁ ସତ କହିବା ଉଚିତ୍ ମନେ କରେ । ବାପା ଙ୍କୁ ଆଜିଯାଏ କେବେ ମିଛ କହିବା ଦରକାର ପଡିନି କାରଣ ସେ ବୋହୁତ କୁଲ୍ ମିଜାଜ୍ ର ଲୋକ ଆଉ ମୋର ସବୁଠାରୁ ବିଶ୍ବାସୀ ବନ୍ଧୁ। ଖାଲି ଡର ଟିକେ ମାଆ ର ଗାଳିକୁ । 

ଫୋନ୍ ରେ ମାଆ ପଚାରୁଥିଲା - 

"ପୁତୁଲ୍, ତୋର ପରିକ୍ଷା କେମିତି ହେଲା ?"

ମୋର ଉତ୍ତର ଥିଲା - ମାମା ଲୋ ଅଧା ରୁ ଅଧିକା ମାର୍କର ଉତ୍ତର ଭୁଲ୍ ପରି ଲାଗୁଛି ମନ ଇଚ୍ଛା ଲେଖିପକାଇଛି । ଆଉ ୨୦ ମାର୍କ ର ଉତ୍ତର ଛାଡ଼ି ଦେଇଛି । ବ୍ୟକ୍ ରହିଯାଇପରେ । ମତେ ଡର ଅଛି ଆଜି ଯାଏ ଵ୍ୟକ୍ ନ ଲଗେଇଥିବା ରେକର୍ଡ ଏଠି ଭାଙ୍ଗି ନଯାଉ । 

ମାଆ ଚୁପ୍ ଚାପ୍ ଶୁଣି ସରି ଉତ୍ତର ଦେଇଥିଲା -ଡର ନି, ମାେ ଝିଅ ତୁ , ୬ ଟା ପୁଅ ଯୋଉ ୱାର୍ଡ଼ ରେ ଜନ୍ମ ହୋଇଥିଲେ ସେ ୱାର୍ଡ଼ ରେ ତୁ ଗୋଟେ ଝିଅ ସେଦିନ ଜନ୍ମ ହୋଇଥିଲୁ , ତୁ ଶହ ଶହ ପୁଅଙ୍କଠୁ ଶ୍ରେଷ୍ଠ । 

ଆଜି ଯାଏଁ ସବୁ ଘଟଣା ରେ ମାେ ମାଆ ମତେ ସେ ଏକା କାହାଣୀ ଶୁଣାଏ ମାେ ଜନ୍ମ ବେଳାର । ପୁଣି କହିବାକୁ ଲାଗିଲା

ବ୍ୟସ୍ତହୋନି ଦେଖିବୁ ତୁ ଭଲ କରିବୁ , ମନ କୁ ସ୍ଥିର କରି ଆଗାମୀ ପରିକ୍ଷା ପାଇଁ ପଢ଼ିବା ଆରମ୍ଭ କରିଦେ ।  

ମାଆ ସହ କଥା ହୋଇ ସାରି ବାପାଙ୍କୁ ଫୋନ୍ କଲି -

ବାବା , ପରିକ୍ଷା ପୁରା ଖରାପ ହୋଇଛି , ଵ୍ୟାକ୍ ର ଆଶଙ୍କା ଅଛି । 

ବାପା ଅପର ପାର୍ଶ୍ଵ ରୁ ମତେ ଚିଡ଼େଇବା ଭଳି କହୁଥାନ୍ତି -

ହଉ ହେଲା ଏବେ , ତୋ ପାଇଁ ୫ ଟି ଘର ବୁଝିଦେବି ତୁ ଆସିଲେ ବାସନ ମାଜିବା କାମ କରିବୁ । ଓହୋ ଘଟଣା କେତେ ବି ଜଟିଳ ହଉ ମାେ ବାପା ସବୁ ଘଟଣା ର ମଜା ନିଅନ୍ତି ।  

ମୁଁ ଟିକେ ବିରକ୍ତ ହୋଇ , କହି ପକେଇଲି - ବାବା ତମେ ଟିକେ ସିରିଅସ୍ ହୁଅ ମୁଁ ଟେନସନ୍ ରେ ଅଛି। 

ମାେ କଥା ଶୁଣି ବାପା ହସିବାକୁ ଲାଗିଲେ, ମୁଁ ଚୁପ୍ ରହିବାରୁ, ବାପା ପୁଣି କହିବାକୁ ଲାଗିଲେ - ମୋର ତୋ ଉପରେ ବୋହୁତ ବିଶ୍ଵାସ ଅଛି ତେଣୁ ତୁ ଟେନସନ୍ ନବା ଦରକାର ନାହିଁ ଏପାଳୀ ଭଲ ନହେଲେ ଆର ପାଳି ଭଲ ହବ ତା ବାଦ୍ ବି ଭଲ ନହେଲେ ପୁଣି ଲାଗିବୁ କେବେ ନା କେବେ ତ ଭଲ କରିବୁ । 

ବାସ୍ ମାେତେ ମାେ ପଥ ପରିଷ୍କାର ଦେଖା ଯାଉଥିଲା ଏଥର ମନରୁ ସବୁ ଦୁଃଖ ଦୂରେଇ ମୁଁ ଆଗକୁ ବଢ଼ି ଯାଇଥିଲି 


Rate this content
Log in

Similar oriya story from Abstract